ନୂଆଦିଲ୍ଲୀ: ଆୟକର ଫର୍ମ ୧୫ ସିଏ ଓ ୧୫ ସିବିକୁ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଦାଖଲ କରିବାର ନିୟମକୁ କୋହଳ କରାଯାଇଛି। ଏଥିପାଇଁ ଧାର୍ଯ୍ୟ କରାଯାଇଥିବା ସମୟ ସୀମାକୁ ପୁଣି ଥରେ ବୃଦ୍ଧି କରାଯାଇଛି। ବିଦେଶ ରେମିଟାନ୍ସ ପାଇଁ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ଏହି ଦୁଇ ଫର୍ମ ଦାଖଲ କରିବାର ନିୟମ ରହିଛି। ମାତ୍ର ଆୟକର ବିଭାଗର ନୂଆ ୱେବସାଇଟ୍ରେ ତ୍ରୁଟି ଲାଗି ରହିଥିବାରୁ ଟିକସଦାତାମାନେ ଫର୍ମ ଦାଖଲ କରିବାରେ ସମସ୍ୟା ସାମ୍ନାକୁ କରୁଛନ୍ତି। ତାହାକୁ ବିଚାରକୁ ନେଇ ଫର୍ମ ୧୫ ସିଏ ଓ ୧୫ ସିବି ଦାଖଲ କରିବାର ଅବଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଆଜି ସେହି ମହଲତକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଟିକସଦାତମାନେ ମାନୁଆଲ୍ ମାଧ୍ୟମରେ ସ୍ବୀକୃତିପ୍ରାପ୍ତ ଡିଲର୍ମାନଙ୍କ ଜରିଆରେ ଏହି ଫର୍ମ ଦାଖଲ କରିପାରିବେ। ବିଦେଶ ରେମିଟାନ୍ସ ପାଇଁ ଆସୁଥିବା ଫର୍ମକୁ ଗ୍ରହଣ କରିବା ଲାଗି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ସ୍ବୀକୃତିପ୍ରାପ୍ତ ଡିଲରମାନଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି।
Comments are closed.