Odisha news

ଆଠଗଡ ରେଙ୍ଗାଲି ଦକ୍ଷିଣ କେନାଲ ଭୂତଳ ପାଇପ୍ ଯୋଗେ ଜଳ ସେଚନର ଶୁଭାରମ୍ଭ

0

ଆଠଗଡ  ତା ୨୩/୨/୨୩ ଆଠଗଡ଼ ମହୋତ୍ସବ ପଡିଆଠାରେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଶୁଭାରମ୍ଭ କରିଥିଲେ। କୃଷି ସୂଚନା ପରାମର୍ଶ କେନ୍ଦ୍ରର ଅଧ୍ୟକ୍ଷ ରବିନ୍ଦ୍ର ନାଥ ରାଉତଙ୍କ ସଭାପତିତ୍ୱରେ ଏକ ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଠଗଡ ନିର୍ବାଚନ ମଣ୍ଡଳୀର ୨୨ଟି ଜୋନ୍ ୯୫ କି.ମି ରେଙ୍ଗାଲି ଦକ୍ଷିଣ କେନାଲର ଭୂତଳ ପାଇପ୍ ଯୋଗେ ଜଳ ଯୋଗାଣ ପାଇପାରିବେ। ଦିର୍ଘ ଦିନ ପରେ ଆଠଗଡ ବାସୀଙ୍କର ରେଙ୍ଗାଲି କେନାଲର ଦାବୀ ଆଜି ସାକାର ହୋଇଛି । ଜମି ଜଳ ସେଚିତ ହେବାଦ୍ୱାରା ଚାଷିର ଆୟର ଦୁଇଗୁଣ ହେବା ସହିତ ଆର୍ଥିକ ସ୍ୱାବଲମ୍ବି ହେବ । ଭୂତଳ ପାଇପ ଯୋଗେ ବହୁତ ଶିଘ୍ର ଆଠଗଡ ନିର୍ବାଚନ ମଣ୍ଡଳୀର ୧୨୪୧୧ ହେକ୍ଟର ପାଣି ମଡାଯାଇ ପାରିବ ।

ଚାଷୀ ମାନଙ୍କର ସ୍ୱାର୍ଥକୁ ଆଖି ଆଗରେ ରଖି ପାଇପ ଦ୍ୱାରା ଭୁତଳ ଜଳ ସେଚନ କରାଯିବ । ୧୦ ନଂ ଜୋନ୍‌ର ପାଖାପାଖି ୨୭୨୧ ହେକ୍ଟର ୬୭୨୩.୭୩ ଏକର ପାଣି ମଡାଇବା ପାଇଁ ବ୍ୟବସ୍ଥା ହୋଇଛି । ଯଥା-ଇନ୍ଦିପୁର, ଜୋରନ୍ଦା, କରିକୋଲ, ରାଧାଗୋବିନ୍ଦପୁର, ଧାଇପୁର, ସୋମନାଥପୁର, କନ୍ତୋଲ, ହରିଶରଣପୁର, ଦ୍ୱାରିକାପୁର, ବେଂଟପଦା, ପରମାନନ୍ଦପୁର, ତଇଳାମାଳ, ଦହିସରା, ପର୍ଶୁରାମପୁର, ବାଲିପଦା, ହରିପୁର, ଧୁରୁକୁଡିଆ, ମେଘା, ଭିତର କରିକୋଲ, ନିଜିଗଡ, ଧର୍ନୁଜୟପୁର, କଟକିଆସାହି, ପାଟେଣିଗାଁ, ଚମ୍ପାପୁର, ହରିଡାଗହିର, ମାଧପୁର, ମହାକାଳବତ୍ସ, ରାଧାମାଧବପୁର, ତଇଳାମାଳ, ବେତଖୋଲି, ଗରିଆପାଟ, ଗୋକୁଳପୁର, ୩୭ ଗୋଟି ରାଜସ୍ୱ ଗ୍ରାମର ଜଳସେଚନ ହୋଇପାରିବା ଦ୍ୱାରା ଚାଷୀ ତିନି ଫସଲ କରି ଉର୍ପାଜନ ବୃଦ୍ଧି ହେବା ସହିତ ଆର୍ଥିକ ଲାଭବାନ ହେବ ।

ଏହି ଉତ୍ସବରେ ଜୋନ୍ ନଂ-୦୧ ଜିଲ୍ଲା ପରିଷଦ ସଭ୍ୟା, ଶାନ୍ତିଲତା ବେହେରା, ଜୋନ୍ ନଂ-୦୨ ଜିଲ୍ଲା ପରିଷଦ ସଭ୍ୟା, ମିନତୀ ଗାଗାରାଇ, ଜୋନ୍ ନଂ-୦୩ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ଆଠଗଡ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ରାଉତ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନୃସିଂହ ଚରଣ ମହାପାତ୍ର, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ପ୍ରସନ୍ନ କୁମାର ସ୍ୱାଇଁ, ଅଧିକ୍ଷ୍ୟଣ ଯନ୍ତ୍ରୀ ଶରତ କୁମାର ପଣ୍ଡା, ରେଙ୍ଗାଲି ଦକ୍ଷୀଣ କେନାଲ ଡିଭିଜନ ୦୫ ନିହାର ରଞ୍ଜନ ଦାସ, ଅଧିକ୍ଷ୍ୟଣ ଯନ୍ତ୍ରୀ ରେଙ୍ଗାଲୀ ଦକ୍ଷୀଣ କେନାଲ ଡିଭିଜନ ୦୨ ଯୋଗଦେଇ ବୈଜ୍ଞାନିକ ଞ୍ୟାନକୈାଶଳରେ ଭୁତଳ ପାଇପ୍ ଦ୍ୱାରା ଆଗାମି ଖରିପ୍ ଋତୁରେ ଜୋନ୍ ନଂ-୧୦ର ୩୭ ଗୋଟି ରାଜସ୍ୱ ଗ୍ରାମକୁ ଜଳ ସେଚନ କରିବାପାଇଁ ଏଲ୍‌.ଆଣ୍ଡ.ଟି କମ୍ପାନିର ମୁଖ୍ୟ ବ୍ୟବସ୍ଥା କରିବାପାଇଁ କହିଥିଲେ । ଅଠଗଡ ବ୍ଲକର ରେଙ୍ଗାଲି କେନାଲଦ୍ୱାରା ୨୫ ଗୋଟି ଗ୍ରାମ ପଂଚାୟତ, ତିଗିରିଆ ବ୍ଲକର ୯ଗୋଟି ପଂଚାୟତରେ ଜଳସେଚନ ସୁବିଧା ହୋଇପାରିବ । ଏହି ଉତ୍ସବରେ ଆଠଗଡ ବ୍ଲକର ସମସ୍ତ ସରପଂଚ ସମିତିସଭ୍ୟ, କୃଷକ ସାଥି, ସମବାୟ ସମିତି ସଭାପତି, ପାଣିପଂଚାୟତର ଚାଷିମାନେ ଯୋଗଦେଇ ସରକାରଙ୍କର ଏହି ମହତ ଜନକଲ୍ୟାଣ ଯୋଜନାକୁ ପ୍ରଶଂସା କରିଥିଲେ । ଏଥିରେ କୃଷକ ନେତା ନିରାକାର ଲେଙ୍କା, ସୁବାଷ ପାଳ ସଭା ପରିଚାଳନା କରିଥିଲେ ।

Nalco
Leave A Reply