ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସବୁବେଳେ ଚର୍ଚାରେ l ଏହି ଲକଡାଉନ ସମୟରେ ପ୍ରତେକ ଦିନ ଏହି ଯୋଡ଼ିଙ୍କର ବିଭିନ୍ନ ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ଼ ହେଉଛି l ଉଭୟ ଉଭୟଙ୍କ ସହିତ ବିଭିନ୍ନ କାର୍ଯ୍ୟ କରି ମୂଲ୍ୟବାନ ସମୟ ଅତିବାହିତ କରୁଛନ୍ତି l ଆଜିକାଲି ବିରାଟ ଓ ଅନୁଷ୍କା ଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି l ଯେଉଁ ଥିରେ ଦେଖିବାକୁ ମିଳିଛି ଅନୁଷ୍କା ବିରାଟ ଙ୍କୁ କ୍ରିକେଟ ପ୍ରାଟୀସ କରାଉଛନ୍ତି l
ଏହି ଭିଡ଼ିଓଟି ଅପଲୋଡ଼ ହେବ ପରେ ତାଙ୍କର ଫ୍ୟାନ୍ସ ମାନେ କହିଛନ୍ତି ଯେ “ଲକଡାଉନ ରେ ଅନୁଷ୍କା ବିରାଟ ଙ୍କୁ କ୍ରିକେଟ ପ୍ରାଟୀସ ରେ କୌଣସି କମି ହେବାକୁ ଦେଉନାହାନ୍ତି l “ଦୁଇ ଜଣଙ୍କର କାମ କରିବାର ରାସ୍ତା ଅଲଗା ହୋଇଥିଲେ ମଧ୍ୟ ଉଭୟ ଉଭୟଙ୍କ ସହିତ ଖୁବ ଭଲ ବୁଝାବଣା ରେ ସମୟ ଅତିବାହିତ କରନ୍ତି l
ଅନୁଷ୍କା ଯେପରି କ୍ରିକେଟ ପଡିଆରେ ରହି ବିରାଟ ଙ୍କୁ ଉଚ୍ହାହିତ କରନ୍ତି ବିରାଟ ମଧ୍ୟ ସେହିପରି ଚଳଚିତ୍ର ର ପ୍ରମୋସନ ରୁ ନେଇ ରିଲିଜ ପଯ୍ୟନ୍ତ ଅନୁଷ୍କା ଙ୍କ ମନ ଵଳ ବଢ଼ାଇ ଥାନ୍ତି l