Odisha news

ଲଦାଖରେ ଭାରତ ମୁତୟନ କଲା ଏୟାର ଡିଫେସନ୍ସ ମିସାଇଲ୍ ସିଷ୍ଟମ

0

ନୂଆଦିଲ୍ଲୀ : ଲଦାକର ଗଲୱାନ ଘାଟିରେ ହୋଇଥିବା ଉତେଜନା ଆଜି ଚରମ ସୀମାରେ ପହଂଚିଛି l ସୀମାରେ ବଢୁଥିବା ସଂକଟକୁ ଦେଖି ସେନାମୁଖ୍ୟ ଜେନେରାଲ ନରଵଣେ ଦୁଇଦିନ ହେଲାଣି ସିଅମରେ କ୍ୟାମ୍ପ୍ ରେ ରହିଛନ୍ତି l ସେନାମୁଖ୍ୟଙ୍କର ଏହି ଗସ୍ତ ଏମିତି ସମୟରେ ହୋଇଛି l ଯେତେବେଳେ ଚୀନ ସୀମାରେ ସୈନ୍ୟ ମୁତୟନ କରି ନିଜର ଶକ୍ତି ପଦର୍ଶନ କରୁଛି l

ଏଠାରେ ବାସ୍ତବିକ ନିୟନ୍ତ୍ରଣ ରକ୍ଷାରେ ଚୀନର ଲଢ଼lକୁ ବିମାନ ଓ ହେଲିକ୍ୟାପ୍ଟରର ଗତିବିଧି ଉପରେ ନଜର ରଖିବା ପାଇଁ ଭାରତୀୟ ବାୟୁ ସେନାର ରକ୍ଷା ମିସାଇଲ ସିଷ୍ଟମକୁ ନିଯୁକ୍ତ କରାଯାଇଛି l ଏହି ମିସାଇଲ ଚୀନ ବାୟୁ ସେନାର ଲାଡାକୁ ଜେଟ ଓ ପିପୁଲ ଲିବରେସନର ସମସ୍ତ ଦୁଃଷସାହସିକ କାର୍ଯ୍ୟ କଳାପକୁ ଅଟକାଇବା ପାଇଁ ସକ୍ଷମ ହେବ l

ଭାରତ ଚୀନ ବିବାଦକୁ ନେଇ ରଣନୀତି ଚାଲିଥିବା ବେଳେ ବିଶେଷଜ୍ଞ ମାନେ କହିଛନ୍ତି ଯେ ପୂର୍ବ ଲଦାକ ରେ ଭାରତ ପ୍ରତି ଆକ୍ରମଣ ମନଭାବ ଚୀନକୁ ଭାରି ପଡିବ l ଚୀନ ଏହାକୁ ଆସନ୍ତା ୧0 ବର୍ଷ ପର୍ଯ୍ୟନ୍ତ ମାନେ ରଖିବ l ପୂର୍ବ ଲଦାକ ଓ ଦକ୍ଷିଣ ଚୀନରେ ବିଗତ କିଛିମାସ ହେଲା ଅତ୍ୟନ୍ତ କଠିନ ଓ ଉତେଜନା ପରିସ୍ଥିତି ଚାଲିଛି l ଚୀନକୁ ଏହାର ବଡ ମୂଲ୍ୟ ଦେବାକୁ ପଡିବ l ଗଲୱାନ ଘାଟିରେ ଜୁନ ୧୫ ତାରିଖ ଦିନ ହୋଇଥିବା ଉତେଜନା ମୂଳକ ପରିସ୍ଥିତିରେ ଭାରତ ଏହାର ଠିକ ଜବାବ ଚୀନକୁ ଦେଇଛି l ବିଶେଷଜ୍ଞ ମାନେ ଆହୁରି ମଧ୍ୟ କହିଛନ୍ତି ଯେ ଅଷ୍ଟ୍ରେଲିଆ ସହିତ ଚୀନର ବ୍ୟବସାୟିକ କାର୍ଯ୍ୟକଳାପ ସଂକଟରେ ଚାଲିଛି

ଚାଇନା ଏଲ୍‌ଏସୀର ସମସ୍ତ ବିବାଦୟୀ ସୀମାର ଖୁବ୍‌ ନିକଟତର ହେଲିକପ୍ଟର ଉଡ଼ାଉଛି। ଗଲୱାନ ଭ୍ୟାଲି ନିକଟସ୍ଥ ପାଟ୍ରୋଲିଂ ପଏଣ୍ଟ ୧୪, ୧୫ ଓ ୧୭ ଏବଂ ୧୭A, ତା ସହିତ ପାନଙ୍ଗଙ୍ଗ ହ୍ରଦ ଓ ଫିଙ୍ଗର ଏରିଆ ନିକଟରେ ବି ଚାଇନା ତାର ଏୟାର୍‌କ୍ରାଫ୍ଟ ଉଡ଼ାଇବାରେ ଲାଗିଛି। ହେଲିକପ୍ଟର ଉଡ଼ାଇ ଧୀରେ ଧୀରେ ଫିଙ୍ଗର ୩ ଏରିଆ ନକିଟତର ହେଉଛି ଚୀନ।  ଏହାପରେ  ତୁରନ୍ତ ସକ୍ରିୟ ହୋଇଛି ଚୀନ। ଚାଇନାକୁ ଯବାବ ଦେବାକୁ ଭାରତ ମଧ୍ୟ ତାର ଏୟାର ଡିଫେନ୍ସ ସିଷ୍ଟମକୁ ସୀମା ଆଡ଼େ ନେଇଛି।

Leave A Reply