ନୂଆଦିଲ୍ଲୀ : LAC କୁ ନେଇ ଉତେଜନା କମ କରିବାକୁ ଭାରତ ଓ ଚିନର ସେନା ଅଧିକାରୀଙ୍କ ମଧ୍ୟରେ ଆଉଥରେ ଆଲୋଚନା ଆରମ୍ଭ ହୋଇଛି l ଚୀନ ସେନାର ଆଗ୍ରହକୁ ନେଇ ଏହି ବୈଠକ ଡକା ଯାଇଥିଲା l କୋର କମାଣ୍ଡର ମାନଙ୍କର ଏହି ବୈଠକ ଚୀନ ତରଫରୁ ମୋଲଡା ଠାରେ ଅନୁଷ୍ଠିତ ହେଉଛି l ଏହି ବୈଠକ ଗଲୱାନରେ ଚୀନ ସହିତ ହୋଇଥିବା ଉତେଜନା ପରିସ୍ଥିତି ପାଇଁ ଅନୁଷ୍ଠିତ ହୋଇଛି l
ଏହି ବୈଠକରେ ଭାରତ ପଟରୁ ଲେଫଟନେଣ୍ଟ ଜେନେରାଲ ହରିନ୍ଦର ସିଂ ନେତୃତ୍ୱ ନେଇଛନ୍ତି l ଚୀନ ପଟରୁ ମେଜର ଜେନେରାଲ ଲିୟୁ ଲୀନ ଏହି ବୈଠକରେ ସାମିଲ ହୋଇଛନ୍ତି l ଏହି ବୈଠକର ମୁଖ୍ୟ ଉଦେଶ୍ୟ ହେଲା ଗଲୱାନରେ ଘାଟିର ପରିସ୍ଥିତିରେ ସୁଧାର ଆଣି ପୂର୍ବ ଅବସ୍ଥାକୁ ଫେରିଯିବା l