Odisha news

ଅନୁଗୁଳ ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀ : ଚୁଆପାଣି ପିଉଛନ୍ତି ୪୦ ଆଦିବାସୀ ପରିବାର

0

ଅନୁଗୁଳ: ବର୍ତମାନ ଅନୁଗୁଳ ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀ ପାର ହେଲାଣି ଭୀଷଣ ଖରା ଗ୍ରୀଷ୍ମ ପ୍ରବାହ ଫଳରେ ବିଭିନ୍ନ ସ୍ଥାନରେ ପାନୀୟ ଜଳର ଘୋର ଅଭାବ ଦେଖା ଦେଇଛି କୂଅ ପୋଖରୀ ଧୀରେ ଧୀରେ ଶୁଖିବା ଆରମ୍ଭ କଲାଣି ଅନେକ ସ୍ଥାନରେ ନଳକୂଅରୁ ପାଣି ବାହାରୁନି ଫଳରେ ଲୋକେ ଚୁଆ ଖୋଳି ପିଇବା ପାଣି ଆଣୁଥିବା ଦେଖିବାକୁ ମିଳୁଛି ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ କୁଳୁମା ପଚାଂୟତର ଲଖନପୁର ଗାଁରେ ବସବାସ କରୁଥିବା ପ୍ରାୟ ୪୦ଟି ଆଦିବାସୀ ପରିବାର ପାଣି ଟୋପାଏ ପାଇଁ କି.ମି ବାଟ ଚାଲି ଚାଲି ଯାଇ ଚୁଆରୁ ପାଣି ଆଣୁଛନ୍ତି ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ କୁଳୁମା ପଚାଂୟତ ଅନ୍ତର୍ଗତ ଲଖନପୁର ଗାଁ ଗାଁଟି ଜଙ୍ଗଲ ପାହାଡ ଘେରା

ସେଠାରେ ବସବାସ କରନ୍ତି ପ୍ରାୟ ୪୦ଟି ମୁଣ୍ଡା ସାନ୍ତାଳ ଜନ ଜାତିର ଆଦିବାସୀ ପରିବାର ଗାଁକୁ ସବୁଦିନିଆ ରାସ୍ତାଟିଏ ନାହିଁ କୋ÷ଣସି ମୋ÷ଳିକ ସୁବିଧା ଏଠାରେ ନାହିଁ କହିଲେ ଚଳେ ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲୋକଙ୍କ ପାଇଁ ପାନୀୟ ଜଳର ସୁବିଧା ଆଦୈା ନାହିଁ ଗାଁରେ ଗୋଟିଏ ହେଲେ ଖୋଲା କୂଅ ନାହିଁ କି ନଳକୂପ ନାହିଁ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ପାଇପ ଲଗା ଯାଇଛି କିନ୍ତୁ ସେଥିରେ ପାଣି ଆସୁନାହିଁ ଲୋକେ ବର୍ଷ ତମାମ ପିଇବା ପାଣି ମୁନ୍ଦିଏ ପାଇଁ ଡହକ ବିକଳ ହେଉଛନ୍ତି ଗାଁ ଠାରୁ ଜଙ୍ଗଲ ପାହାଡ ଡେଇଁ ପ୍ରାୟ କି.ମି ଚାଲି ଚାଲି ଯାଇପିଇବା ପାଣି ଆଣୁଛନ୍ତି ଗ୍ରାମବାସୀ  ଜଙ୍ଗଲ ଭିତରେ ବହି ଯାଉଥିବା ଚୋରଧରା ନାଳ କୂଳରେ ଚୁଆ ଖୋଳି ସେଥିରୁ ପାଣି ଆଣୁଛନ୍ତି ସେ ପାରି ମଧ୍ୟ ବିଶୋଧ୍ଖଚ୍ଛ ନୁହେଁ ସେ ପାରିକୁ ପିଇ ଗ୍ରାମବାସୀ ବହୁ ରୋଗରେ ପିଡିତ ହେଉଛନ୍ତି ରାତି ପାହିଲେ ମହିଳାଙ୍କ ଚିନ୍ତାବଢ଼ୁଛି କେମିତି ଚୁଆରୁ ପାଣି ଆଣିବେ

ବର୍ଷ ବର୍ଷ ଧରି ସେମାନଙ୍କ ଦୁର୍ଦ୍ଦଶା ଲାଗି ରହିଥିଲେ ମଧ୍ୟ କେହି ଶୁଣୁ ନାହାଁନ୍ତି ତାଙ୍କର ଦୁଃଖ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ସେମାନେ ଆଦିବାସୀ ହୋଇଥିବାରୁ ବିଶେଷ କରି ଜଙ୍ଗଲରୁ ଶାଳପତ୍ର, ମହୁଲ ଫୁଲ, ଝୁଣା, ମହୁ ଅନ୍ୟାନ୍ୟ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି ତେଣୁ ପାନୀୟ ଜଳ ପାଇଁ ହେଉ କିମ୍ବା ରାସ୍ତା ଅନ୍ୟାନ୍ୟ ସୁବିଧା ପାଇଁ ହେଉ ଅଭିଯୋଗ କରିବାକୁ ସେମାନଙ୍କ ପାଖରେ ସମୟ ନଥାଏ ଏହାଛଡା କାହାକୁ କେମିତି ଅଭିଯୋଗ କରିବେ ତାହା ମଧ୍ୟ ଜାଣି ନାହାଁନ୍ତି ତେଣୁ କର୍ମକୁ ଆଦରି ବହୁ କଷ୍ଟରେ ରହୁଛନ୍ତି ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଭୋଟ ବେଳେ କେତେ ନେତା ଆସୁଛନ୍ତି ବହୁ ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ଗୋଟେ ଭୋଟ ସରିଲେ ଭୁଲି ଯାଆନ୍ତି ଆମକୁ ପିଇବା ପାଣି ମୁନ୍ଦିଏ ବ୍ୟବସ୍ଥା କରୁ ନାହଁନ୍ତି ଅନ୍ୟ ପକ୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିଦେ୍ର୍ଦଶକ କହିଛନ୍ତି କୋ÷ଣସି ଗାଁରେ ପାନୀୟ ଜଳର ଅଭାବ ହେବାକୁ ଦିଆଯିବ ନାହିଁ

ଏଥିପାଇଁ ପ୍ରତି ପଚାଂୟତ ସ୍ତରରେ ସ୍ୱତନ୍ତ୍ର ଟିମ କରା ଯାଇଛି ଏଭଳି ପରିସ୍ଥିତି ନଜରକୁ ଆସିଲେ ତୁରନ୍ତ ସମାଧାନ କରାଯିବ କିନ୍ତୁ ପାନୀୟ ଜଳ ପାଇଁ ଯେଉଁ ସ୍ୱତନ୍ତ୍ର ଟିମ ହୋଇଛି ସେମାନଙ୍କର ସେହି ଗ୍ରାମରେ ପାଦ କେବେ ପଡିନି ହେଲେ ଜିଲ୍ଲା ଖଣିଜ ପାଣ୍ଠିରେ ଥିବା କୋଟି କୋଟି ଟଙ୍କାରୁ ଏକ ବଡ ଅଂଶ ପାନୀୟ ଜଳ ପାଇଁ ଖର୍ଚ କରାଯାଉଥିବା ବେଳେ ବର୍ଷ ବର୍ଷ ଧରି ପାନୀୟ ଜଳରୁ ବଚିଂତ ଏହି ଆଦିବାସୀ ଅଦ୍ୟୁଷିତ ଲଖନପୁର ଗାଁରେ କିଭଳି ପାନୀୟ ଜଳ ବ୍ୟବସ୍ଥା ହୋଇପାରିନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ଜିଲ୍ଲାର ଅନେକ ଉପାନ୍ତ ଅଚଂଳରେ ଗ୍ରୀଷ୍ମ ଆରମ୍ଭରୁ ପାନୀୟ ଜଳର ସମସ୍ୟା ଉକ୍ରଟ ରୂପ ଧାରଣ କଲାଣି

ଏଥିପ୍ରତି ଗ୍ରାମ୍ୟ ଜଳ ଯୋଗ୍ାଣ ବିଭାଗର ନଜର ପଡୁନି କେବଳ ସହର ତଳି ଅଚଂଳକୁ ଛାଡି ଦେଲେ ଜଙ୍ଗଲ ପାହାଡ ଘେରା ଅଚଂଳ ଦୃଷ୍ଟି ଆଢ଼ୁଆଳରେ ରହି ଯାଉଛି ନେତାଙ୍କୁ ସନ୍ତୁଷ୍ଟ କରି କିଛି ଅଚଂଳରେ ଜିଲ୍ଲା ଖଣିଜ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ କରାଯାଇ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ହେଉଥିଲେ ମଧ୍ୟ ତାହା ସମ୍ପୁର୍ଣ୍ଣ ହେଉନାହିଁ ତେବେ ଜଙ୍ଗଲ ପାହାଡ ଘେରା ଅଚଂଳକୁ ପଚାରେ କିଏ ସେମାନେ ସବୁବେଳେ ଅନ୍ଧାରୀ ମୂଲକରେ ରହିଯାଉଛନ୍ତି ଏହି ଲଖନପୁର ପରି ଅନୁଗୁଳ ଜିଲ୍ଲାରେ ବହୁ ଗ୍ରାମ ଅଛି ଯେଉଁଠି ପିଇବା ପାଣି ମୁନେ୍ଦ ମିଳେନାହିଁ ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ନିରୀହ ଗ୍ରାମବାସୀ ମାନେ ଦାବୀ କରିଛନ୍ତି

Leave A Reply