Odisha news

ଆନ୍ଧ୍ରପ୍ରଦେଶ ରେ ପ୍ରଜନନ କ୍ଷମତା ବୃଦ୍ଧି କରିବା ପାଇଁ ଖାଉଛନ୍ତି ଗଧ ମାଂସ , ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର

0

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶରେ ଗଧକୁ ବିଲୁପ୍ତ ହେଉଥିବା ଜୀବଜନ୍ତୁ ମାନଙ୍କ ମଧ୍ୟରେ ରଖାଯାଉଛି l ଯଥାଶୀଘ୍ର ଯଦି ଗଧ ମାନଙ୍କର ସଂଖ୍ୟା ବୃଦ୍ଧି କର ନଯାଏ ତେବେ ଅଧିକାଂଶ ରାଜ୍ୟରେ ଗଧ ମାନଙ୍କର ସଂଖ୍ୟା ହ୍ରାସ ହୋଇପାରେ l ଗଧ ମାନଙ୍କର ସଂଖ୍ୟା ହ୍ରାସ ହେବାର ମୁଖ୍ୟ କାରଣ ହେଉଛି ତାଙ୍କର ମାଂସ l ଯେଉଁ କାରଣରୁ ତାଙ୍କୁ ମରାଯାଉଛି l କିନ୍ତୁ ଭାରତୀୟ ଖାଦ୍ୟ ସଂରକ୍ଷl ଏବଂ ମାନକ ପ୍ରାଧିକରଣ ଅନୁଯାୟୀ ଗଧମାନଙ୍କୁ ଖାଇବା ଉପଯୋଗୀ ଜୀବ ଭାବରେ ପଞ୍ଜିକୃତ କରାଯାଇ ନାହିଁ l

ବର୍ତମାନ ଆନ୍ଧ୍ରପ୍ରଦେଶରେ ଗଧ ବିଲୁପ୍ତ ହେବାକୁ ବସିଲେଣି ,କାରଣ ଏଠାରେ ଗଧମାନଙ୍କୁ ହତ୍ୟା କରାଯାଉଛି ଓ ତାଙ୍କର ହାଡ଼କୁ ହ୍ରଦରେ ଫିଙ୍ଗା ଯାଉଛି l ବଜାରରେ ଗଧ ମାଂସ ୬୦୦ ଟଙ୍କାରେ ବିକ୍ରି ହେଉଛି l ମାଂସ ବିକ୍ରୀ କରୁଥିବା କଂସେଇ ଗୋଟିଏ ଗଧ ପାଇଁ ୨୦ ହଜାର ଟଙ୍କା ବ୍ୟୟ କରୁଛନ୍ତି l ଏଥିରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରତି ଗୋଟିଏ ବଡ ଆହ୍ୱାନ ହୋଇ ଯାଇଛି l ସେଠାକାର ଲୋକମାନଙ୍କର ଧାରଣା ରହିଛି ଯେ ଗଧ ମାଂସ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇ ଯାଇଥାଏ l

ଯେପରିକି ସେମାନେ ଭାବିଛନ୍ତି ଯେ ଗଧ ମାଂସ ଖାଇବା ଦ୍ୱାରା ଶ୍ୱାସ ଜନିତ ସମସ୍ୟା ଦୂର ହୋଇଥାଏ ଓ ସେମାନଙ୍କର ବିଶ୍ୱାସ ରହିଛି ଯେ ଗଧ ମାଂସ ଖାଇବା ଦ୍ୱାରା ପ୍ରଜନନ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ l ତେଣୁ ଏପରି ସ୍ଥଳେ ଆନ୍ଧ୍ର ପ୍ରଦେଶରୁ ଗଧ ହ୍ରାସ ହେବାରେ ଲାଗିଛନ୍ତି l ଆନ୍ଧ୍ର ରେ ବର୍ତମାନ ମାତ୍ର ୫୦୦୦ ଗଧ ରହିଛନ୍ତି l ଆନ୍ଧ୍ର ସହିତ ମହାରାଷ୍ଟ୍ର ରେ ମଧ୍ୟ ଗଧଙ୍କ ସଂଖ୍ୟା ହ୍ରାସ ପାଉଛି l ଏହା ବର୍ତମାନ ଭାରତ ପାଇଁ ଚିନ୍ତାର କାରଣ ଅଟେ l

Leave A Reply