ନୂଆଦିଲ୍ଲୀ :ଭାରତ ଓ ପାକିସ୍ତାନ ମଧ୍ୟରେ ବ୍ୟବସାୟକୁ ନେଇ ଇମ୍ରାନଙ୍କ କ୍ୟାବିନେଟର ବଡ଼ ନିଷ୍ପତି କରିଛି l ଆର୍ଥିକ ଅବସ୍ଥା ସହିତ ଯୋଡି ହୋଇଥିବା କ୍ୟାବିନେଟ ଭାରତ ସହିତ ଟ୍ରେଡ଼କୁ ମଞ୍ଜୁରୀ ଦେଇଛନ୍ତି l ବର୍ତ୍ତମାନ ପାକିସ୍ତାନ ଜୁନ ୨୦୨୧ ପର୍ଯ୍ୟନ୍ତ ଭାରତର କପା ଆମଦାନୀ କରିବ l ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ ପାକିସ୍ତାନ ଚିନିକୁ ନେଇ ବଡ଼ ନିଷ୍ପତି କରିପାରେ ଓ ଆମଦାନୀ ଉପରେ ମୋହର ଲଗାଇ ପlରେ l
ବୁଧବାର ଦିନ ପାକିସ୍ତାନର ଇକୋନୋମି କୋର୍ଡିନେସନ କମିଟି ନିଜର ତଥ୍ୟ ଦେଇଥିଲା l ଏହି ରିପୋର୍ଟରେ ଭାରତ ସହିତ କପା ଓ ଚିନିର ବ୍ୟବସାୟ ଆରମ୍ଭ କରିବା ପାଇଁ ଅପିଲ କରା ଯାଇଥିଲା l କିମିଟିର ଏହି ରିପୋର୍ଟକୁ ମଞ୍ଜୁରୀ ମିଳିବl ପରେ ପାକିସ୍ତାନ ଅଧିକାରିକ ଭାବରେ ଭାରତ ସହିତ ବ୍ୟବସାୟ କରିବା ପାଇଁ ପ୍ରସ୍ତୁତ ଅଛି l ୨୦୧୯ ରେ ଜାମ୍ମୁ କାଶ୍ମୀରରୁ ଅନୁଛେଦ ୩୭୦ ହଟିବା ପରେ ପାକିସ୍ତାନ ଖୁବ୍ଧ ହୋଇ ଉଠିଥିଲା l ପାକିସ୍ତାନ ଭାରତ ସହିତ ବ୍ୟବସାୟ ବନ୍ଦ କରିଦେଇଥିଲା l ଭାରତ ମଧ୍ୟ ପୁଲବାମା ଆକ୍ରମଣ ପରେ ପାକିସ୍ତାନରୁ ଆସୁଥିବା ବସ୍ତୁ ଉପରେ ୨୦୦ ପ୍ରତିଶତ ଡ୍ୟୁଟି ବଢ଼ାଇ ଦେଇଥିଲା l
ଯେଉଁ କାରଣରୁ ଉଭୟ ଦେଶଙ୍କ ମଧ୍ୟରେ ବ୍ୟବସାୟ ଠପ ହୋଇଯାଇଥିଲା l ପାକିସ୍ତାନ ଚିନି ଓ କପା ପାଇଁ ଏଥିଯୋଗୁ ଆମଦାନୀ କରିବାକୁ ଚାହୁଁଚି କାରଣ ଏହି ୨ଟି ଜିନିଷ ପାଇଁ ପାକିସ୍ତାନକୁ ଅନେକ ଅସୁବିଧା ସମ୍ମୁଖୀନ କରିବାକୁ ପଡୁଛି l ପ୍ରଥମେ ପାକିସ୍ତାନ ସେନା ମୁଖ୍ୟ ବାଜବା ଭାରତ ପାକିସ୍ତାନର ସମ୍ପର୍କକୁ ନେଇ ଇଛା ପ୍ରକାଶ କରିଥିଲେ l ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ମଧ୍ୟ ଗୋଟିଏ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦେଇଥିଲେ l ଦେଖାଯାଉ ଆଗକୁ କଣ ରହିଛି ଭାରତର ରଣନୀତି l

Comments are closed.