Odisha news

ଜଣେ ବ୍ୟକ୍ତି ୬ ଲକ୍ଷର ଇଡ଼ଲି କିପରି ଖାଇପାରିବ ? ସ୍ଵିଗୀ ର ଏହି ରିପୋର୍ଟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

0

ପ୍ରସିଦ୍ଧ ଫୁଡ ଅର୍ଡର ଓ ଡେ଼ଲିଭରୀ ପ୍ଲାଟଫର୍ମ ସ୍ବୀଗୀ ନିକଟରେ ବିଶ୍ୱ ଇଡ଼ଲି ଦିବସ ପାଇଁ ନିଜର ଗୋଟିଏ ରୋଚକ ଅନୁଭୂତି ଜାରୀ କରିଛି l  ଡେଲିଭରି ପ୍ଲାଟଫର୍ମ ସ୍ବୀଗି ଭାରତରେ ଇଡ଼ଲି ର ଲୋକପ୍ରିୟତା କୁ ଆନାଲିସିସ କରିବା ପରେ ଯେତେବେଳେ ସମସ୍ତ ତଥ୍ୟ ଦେଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା l ଦିଆଯାଇଥିବା ରିପୋର୍ଟ ରୁ ଜଣା ପଡିଛି ଯେ ଭାରତୀୟ ଲୋକେ ଗତ ଏକବର୍ଷ ମଧ୍ୟରେ ପାଖାପାଖି ୩୩ ମିଲିୟନ ପ୍ଲେଟ ଇଡ଼ଲି ଅର୍ଡର ଦେଇଛନ୍ତି l

ସ୍ବୀଗି ର ରିପୋର୍ଟ ସେତେବେଳେ ଆଶ୍ଚର୍ଯ୍ୟ କରିଥିଲା , ଯେତେବେଳେ ହାଇଦ୍ରାବାଦ ର ଜଣେ ଇଡ଼ଲି ପ୍ରେମୀ ଙ୍କୁ ଭାରତୀୟ ନମ୍ୱକୀନ କେକ ରାଇସ କେକ ଏତେ ପସନ୍ଦ ହୋଇଥିଲା ଯେ ସେ ୧୨ ମାସ ମଧ୍ୟରେ ସ୍ବୀଗି ରୁ ଇଡ଼ଲି ଅର୍ଡର କରିବାରେ ୬ଲକ୍ଷରୁ ଉର୍ଧ ଟଙ୍କା ଖର୍ଚ୍ଚ କରିଛନ୍ତି l  ପ୍ରକୃତରେ ଏହା ଆଶ୍ଚର୍ଯ୍ୟ କଲାଭଳି ଘଟଣା ଅଟେ l  ଏହି ରିପୋର୍ଟ ରେ ଆହୁରି ମଧ୍ୟ କୁହାଯାଇଛି ଯେ ଗତ ୧୨ ମାସ ମଧ୍ୟରେ ଇଡ଼ଲି ର ୩୩ ମିଲିୟନ ପ୍ଲେଟ ବାଙ୍ଗାଲୋର, ହାଇଦ୍ରାବାଦ ଓ ଚେନାଇ ର ଟପ ସହର ଗୁଡିକରେ ଡେଲିଭରି ଦିଆ ଯାଇଛି l

ଏହିସବୁ ସ୍ଥାନରୁ ସବୁଠୁ ଅଧିକ ଇଡ଼ଲି ର ଅର୍ଡର ନିଆ ଯାଇଛି l  ଇଡ଼ଲି ଅନେକ ଲୋକଙ୍କ ପ୍ରିୟ ଜଳଖିଆ ହୋଇଥିଲେ ମଧ୍ୟ ହାଇଦ୍ରାବାଦ ର ବ୍ୟକ୍ତି ଇଡ଼ଲି ପାଇଁ ନିଜର ଭଲ ପାଇବା କୁ ନେଇ ଖୁବ ଚର୍ଚ୍ଚା ସାଉଁଟି ଛନ୍ତି l  ଏହି ବ୍ୟକ୍ତି ଜଣଙ୍କ କେବଳ ଇଡ଼ଲି ପାଇଁ ସର୍ବାଧିକ ଅର୍ଡର ଦେଇଛନ୍ତି l ସବୁଠୁ ଆଶ୍ଚର୍ଯ୍ୟ ର କଥା ଏହା କି ଉକ୍ତ ବ୍ୟକ୍ତି ଜଣଙ୍କ ଯେକୌଣସି ସ୍ଥାନକୁ ଟ୍ରାଭେଲ ମଧ୍ୟ କରନ୍ତି ଅର୍ଡର ଇଡ଼ଲି ହିଁ କରନ୍ତି l  ସମୁଦାୟ ସେ ଗୋଟିଏ ବର୍ଷ ରେ ହାଇଦ୍ରାବାଦ କୁ ଛାଡିଲେ ବାଙ୍ଗାଲୋର ଓ ଚେନାଇ ରୁ ୮, ୪୨୮ ପ୍ଲେଟ ଇଡ଼ଲି ଅର୍ଡର ଦେଇଛନ୍ତି l

Nalco
Leave A Reply