Odisha news

ICMR ର ସୂଚନା : ପୁଣି ନମ୍ବର ୱାନ ହେଲା ସ୍ୱଦେଶୀ ଟିକା କୋ-ଭ୍ୟାକ୍ସିନ , ଡେଲ୍ଟା ପ୍ଲସ ଭାରିଏଣ୍ଟ ପାଇଁ ମଧ୍ୟ ପ୍ରଭାବଶାଳୀ

ନୂଆଦିଲ୍ଲୀ : ହାଇଦ୍ରାବାଦ୍ ର କମ୍ପାନୀ ଭାରତ ବାୟୋଟେକ୍ ର କୋ ଭ୍ୟାକ୍ସିନ ଆଉଥରେ ସମସ୍ତଙ୍କ ଉପରେ ଭାରି ପଡ଼ିଲା । ICMR ପକ୍ଷରୁ ସୂଚନା ଦିଆଯାଇଛି ଯେ କୋ ଭ୍ୟାକ୍ସିନ ଡେଲ୍ଟା ପ୍ଲସ ଭାରିଏଣ୍ଟ ପାଇଁ ଖୁବ୍ ପ୍ରଭାବଶାଳୀ । ICMR ପକ୍ଷରୁ ହୋଇଥିବା ଗୋଟିଏ ରିସର୍ଚ୍ଚ ରେ ଏହା ପୁଷ୍ଟି କରାଯାଇଛି । କୋ ଭ୍ୟାକ୍ସିନ କୁ ଡେଭଲପ କରିବା ପାଇଁ NIV ଓ ICMR ମିଳିତ ସହଯୋଗ କରିଥିଲେ ।
ଆହୁରି ମଧ୍ୟ କୋ ଭ୍ୟାକ୍ସିନ ର ଅନ୍ତ ରାଷ୍ଟ୍ରୀୟ ମାନ୍ୟତା ବଢ଼ାଇବା ପାଇଁ ବଙ୍ଗଳା ଦେଶରେ କ୍ଲିନିକାଲ ଟେଷ୍ଟ ମଧ୍ୟ ହୋଇପାରେ । ଗଣମାଧ୍ୟମ ସୂଚନା ଅନୁସାରେ ଜୁଲାଇ ୧୮ ତାରିଖ ରେ ଟେଷ୍ଟ ପାଇଁ ଅନୁମତି ମିଳିଥିଲା । ଭାରତ ସରକାର ଙ୍କ ସୂଚନା ଆଧାରରେ ଏଥିପାଇଁ ଆର୍ଥିକ ମଞ୍ଜୁରୀ ଦିଆଯାଇଛି । ଭାରତ ସରକାର ନିଜର ବିଦେଶୀ ଦୂତାବାସ ଜରିଆରେ ଏହି ଟ୍ରାଏଲ୍ ପାଇଁ ସୁବିଧା ଯୋଗାଇ ଛନ୍ତି ।
ଭାରତ ସରକାର ଙ୍କ ପକ୍ଷରୁ ଗୋଟିଏ ଉଚ୍ଚ ସ୍ତରୀୟ ଦଳ ବଙ୍ଗଳା ଦେଶ ଗସ୍ତରେ ଯାଇଥିଲେ । ବର୍ତ୍ତମାନ୍ ସୁଦ୍ଧା ଭାରତ କୋ ଭ୍ୟାକ୍ସିନ ର ଡୋଜ୍ ପଠାଇ ନାହିଁ । କୋଭିଶୀଲ୍ଡ ର ୭୦ ଲକ୍ଷ ଡୋଜ ପଠାଇ ଥିଲା ଓ ୩୩ ଲକ୍ଷ ଡ଼ୋଜ ଦାନ କରା ଯାଇଥିଲା ।
ଗୋଟିଏ ମାସ ପୂର୍ବରୁ ଭାରତ ବାୟୋଟେକ ଦ୍ଵାରା କୋ ଭ୍ୟାକ୍ସିନ ର କ୍ଲିନିକାଲ୍ ଡାଟା ଜାରୀ କରାଯାଇ ଥିଲା । ଏହି ଡାଟା ରେ କାରୋନା ର ସମସ୍ତ ଭାରିଏଣ୍ଟ ବିରୁଦ୍ଧରେ କୋ ଭ୍ୟାକ୍ସିନ ୭୭.୮% ଲାଭ ଦାୟକ ବୋଲି ଦର୍ଶା ଯାଇଥିଲା । ଏହାପରେ ବିଭିନ୍ନ ସ୍ତରରେ ଆଲୋଚନା ହୋଇ ଏହାକୁ ମଞ୍ଜୁରୀ ପ୍ରଦାନ କରା ଯାଇଥିଲା ।
Shares