ଗରମ ଦିନ ଆସିବା ମାତ୍ରକେ ଆମେ ମାନେ ଥଣ୍ଡା ଥଣ୍ଡା ଜିନିଷ ସେବନ କରିବା ପାଇଁ ଇଛା କରିଥାଉ, ତେଣୁ କେହି କେହି କୋଲ୍ଡ଼ କଫି ତ ଆଉ କେହି କୋଲ୍ଡ଼ ଡ୍ରିଙ୍କସ ସେବନ କରି ଥାଆନ୍ତି, ଆଉ କେହି ଆଇସକ୍ରିମ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି l କିନ୍ତୁ ଏହି ଗୁଳୁଗୁଳି ଗରମ ସମୟ ରେ ଆଇସ -ଟି ଗୋଟିଏ ବଢିଆ ବିକଳ୍ପ ଅଟେ l ଏହା ଆମକୁ ସତେଜ ରଖିବା ସହିତ ଶରୀର କୁ ମଧ୍ୟ ଖୁବ ଲାଭ ଦେଇଥାଏ l
ଆଇସ ଟି ପିଇବାର ଲାଭ –
* ଆଇସ ଟି ଗରମ ଦିନରେ ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରିଥାଏ, ଯାହାକି ଗରମ ଦିନରେ ଖୁବ ଆବଶ୍ୟକ ଅଟେ l ଶରୀର ଯଦି ହାଇଡ୍ରେତ ରହିଥାଏ ତେବେ କାମ କରିବା ପାଇଁ ଶକ୍ତି ମିଳିଥାଏ l
* ଆଇସଡ୍ – ଟି ରେ ଆଣ୍ଟି ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ ଯାହାକି ଶରୀର କୁ ଫ୍ରି-ରେଡ଼ିକୁଲସ ଦ୍ୱାରା ହେଉଥିବା କ୍ଷତି ରୁ ରକ୍ଷା କରିଥାଏ l ଏବଂ ଗରମ ସମୟରେ ମଧ୍ୟ ଏତେ କଷ୍ଟ ଅନୁଭବ ହୋଇନଥାଏ l
* ଆଇସଡ୍-ଟି ରେ କ୍ୟାଲୋରୀ ଖୁବ କମ ମାତ୍ରାରେ ରହିଥାଏ, ତେଣୁ ଓଜନ ନିୟନ୍ତ୍ରଣ କରିବା ପାଇଁ ଖୁବ ଉପଯୋଗୀ l ତେଣୁ ଗ୍ରୀଷ୍ମ ପ୍ରବାହ ସହିତ ଓଜନ ନିୟନ୍ତ୍ରଣ ପାଇଁ ଏହା ଗୋଟିଏ ଭଲ ମାଧ୍ୟମ ଅଟେ l
* ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ରୁ ଗରମ ଦିନରେ ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖା ଯାଇଥାଏ, ତେଣୁ ଏଥିପାଇଁ ଆଇସଡ୍-ଟି ଗୋଟିଏ ଭଲ ମାଧ୍ୟମ ଅଟେ l ତେଣୁ ଗରମ ଦିନରେ ନିୟମିତ ଆଇସଡ୍-ଟି ସେବନ କରନ୍ତୁ ଓ ପାଚନ ତନ୍ତ୍ର କୁ ସୁସ୍ଥ ରଖନ୍ତୁ l
* ଆଇସଡ୍-ଟି ରେ ଥିବା ଫ୍ଲେବନଏଡ଼ ହୃଦୟ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର, ଏହା ହାର୍ଟ କୁ ସୁରକ୍ଷା ଦେବା ସହିତ ବ୍ଳକେଜ କୁ ମଧ୍ୟ ଠିକ କରିବାରେ ସାହାଯ୍ୟ କରିଥାଏ l
* ଆଇସଡ୍- ଟି ମାନସିକ ଚାପ କୁ ଠିକ କରିବାରେ ସାହାଯ୍ୟ କରିଥାଏ, ଏଥିରେ ଥିବା ଏଲ-ଥିନାଇଲ ମାନସିକ ଉତେଜନା ଠିକ କରିଥାଏ, ଆଇସଡ୍-ଟି ମସ୍ତିସ୍କ କୁ ଶାନ୍ତ ରଖିବା ସହିତ ସ୍ମରଣ ଶକ୍ତି ବଢାଇବା ପାଇଁ ସାହାଯ୍ୟ କରିଥାଏ l
