ଲୋକମାନଙ୍କ ପାଖରେ ଆଧାର କାର୍ଡ ନ ଥିବାରୁ ଅନେକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ଗୋବର ଗାଡ଼ିଆରୁ ମିଳିଲା ଶହ ଶହ ଆଧାର କାର୍ଡ
କରଞ୍ଜିଆ: ଲୋକମାନଙ୍କ ପାଖରେ ଆଧାର କାର୍ଡ ନ ଥିବାରୁ ଅନେକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ଏଭଳି ସ୍ଥିତିରେ ଗୋବର ଗାଡ଼ିଆରୁ ଶହ ଶହ ସଂଖ୍ୟକ ଆଧାର କାର୍ଡ ମିଳିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ ଘୋଷଦା ଗାଁ ଢ଼ିପାସାହି ଶାଖା ଡାକଘର ଅଧିକାରୀଙ୍କ ଘର ପଛପଟରେ ଥିବା ଗୋବର ଗାଡ଼ିଆରୁ ଏହି ଆଧାର କାର୍ଡ ମିଳିଛି।
ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ‘ଗୋବର ଗାଡ଼ିଆରେ ପାଖାପାଖି ୩୦୦ ଆଧାର କାର୍ଡ ପଡ଼ିଥିଲା। ଯେତେବେଳେ ଲେବର୍ମାନେ ଗୋବର ଉଠାଇବାକୁ ଯାଇଥିଲେ ଏତେ ସଂଖ୍ୟ ଆଧାରକାର୍ଡ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହା ଜଣା ପଡ଼ିବା ପରେ ଆମେ ସେଠାକୁ ଯାଇ ଦେଖିଲୁ ଗାଁର ପାଖାପାଖି ୩୦୦ ଲୋକଙ୍କ ଆଧାର କାର୍ଡ ଗୋବର ଗାଡ଼ିଆରେ ପଡ଼ିଛି। ଏବେ ଆଧାର କାର୍ଡ ବହୁ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଗୋବର ଗାଡ଼ିଆରୁ ଆଧାର କାର୍ଡ ମିଳିବା ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।’