ରାୟଗଡା,୧୭ ।୫(Rabindra patkhandal)ଆଉ କେତେ ଦିନ ଏମିତି ସଢିବୁ । ସରକାର ଆଖିବୁଝି ଦେଲେ । ପ୍ରଶାସନ ନିରବିଗଲା । ଭୋଟ ଦେଇ ମୁଖିଆ କରିଥିବା ମନ୍ତ୍ରୀ ସରପଞ୍ଚ ସବୁ ଚୁପ ବସିଗଲେ । ଆଉ କେତେ ଦିନ ଭୋକ ଉପାସରେ ଦିନ କାଟିବୁ । ପାଣି ମୁନ୍ଦାଏ ଦିଅ ବାବୁ କହି କହି ଥକିଗଲୁ ତଥାପି ମିଳିଲାନାହିଁ ବୋଲି ରାୟଗଡ଼ା ସହରର ଥାନା ସମ୍ମୁଖରେ ଚିକ୍ରାର ଛାଡ଼ୁଥିବା ୩୪ ଜଣ ମହିଳା ପୁରୁଷଙ୍କ ଆର୍ତ୍ତ ଚିକ୍ରାର ଯିଏ ଶୁଣିଛି ତା ମନଟା ଦହୋଲି ଯାଇଛି ।
ଏମିତି ଏକ ଅଭାବନୀୟ ଘଟଣା ଘଟିଯାଇଛି ରାୟଗଡ଼ା ସଦର ମହକୁମା ଠାରେ ଥିବା ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲର କରେଣ୍ଟାଇନ କେନ୍ଦ୍ରରେ । ଗତ ରାତି ଠାରୁ ପାଣି ଟୋପାଏ ନାହିଁ । ଅସହ୍ୟ ଗୁଳୁଗୁଳିକୁ ଦିର୍ଘ ଦିନହେଲା ସ୍ୱଚ୍ଚତା ନଥିବା ଶୌଚାଳୟ ର୍ଦୁଗନ୍ଧ କରୋନା ବିପତ୍ତି ଠାରୁ ଅତି ଭୟଙ୍କର ଲାଗୁଛି । ଅନ୍ୟ ପେଟର ଭକ ସହି ହେଉନାହିଁ । ହାତରେ ପଇସା ନାହିଁ ।
ପାଣି ଟୋପାଏ ମିଳୁନାହିଁ । କଣ କରିବୁ ବିଚରା ପୋଡ଼ା କପାଳକୁ ଧରି ଧାଇଁ ଯାଇଥିଲୁ ଦୂର ରାଇଜକୁ ପେଟକୁ ଦୁଇମୁଠା ଖାଇବୁ ସେଥିରୁ ବଳକା ଉପାର୍ଜନକୁ ଦୂରରେ ଛାଡ଼ି ଆସିଥିବା ସକଳ ପରିବାରକୁ ପଠାଇବେ ବୋଲି ଆଶା କରିଥିଲୁ । କିନ୍ତୁ ଏ କରୋନା ଭୂତାଣୁ ଏହି ଆଶାକୁ ସଫଳ ହେବାକୁ ଦେଲା ନାହିଁ । ଏ ସଇତାନ ଭୂତାଣୁ ଏମିତି ମାଢି ଆସିଲା ଯେ ଚକ, ଅଖ ସବୁ ବନ୍ଦ କରିହେଲା । ତଥାପି ହାର ନମାନି ବାହାରି ପଡ଼ିଲୁ ଚାଲି ଚାଲି ପଡ଼ିଚେରୀ କେନ୍ଦ୍ର ଶାସିତ ରାଜ୍ୟରୁ ଆନ୍ଧ୍ର ପ୍ରଦେଶ ଦେଇ ଓଡ଼ିଶାର ସୀମାରେ ପାଦ ଛାପୁଛାପୁ ନିିଜର ଆତ୍ମଗର୍ଭ ଅନୁଭୋବ ହୋଇଥିଲା ।
ଯେ ଆମ ମାଟି ଆମ ସରକାରଙ୍କ ପାଖରେ ଅଛୁ କିନ୍ତୁ ଆମ ଭାଗ୍ୟରେ ଏମିତି ଏକ କରେଣ୍ଟାଇନ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମୌଳିକ ସୁବିଧା ମିଳୁନାହିଁ । ନିଜର ହକ ପାଇଁ ଆଜି ଆମେ ରାୟଗଡ଼ା ଥାନାର ଦ୍ୱାରସ୍ଥ ହୋଇଛୁ ୩୫ ଜଣ । ବିଳାସିନୀ ମହାନନ୍ଦ ନାମକ ଜଣେ ମହିଳା ଅନ୍ତେବାସୀ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ଗୁହାରୀ କରିଛନ୍ତିୂ । ଏହି ସମସ୍ତ ଅନ୍ତେବାସୀ ବରଗଡ ଜିଲ୍ଲା ପଦ୍ମପୁର ବ୍ଲକର ବାସିନ୍ଦା ବୋଲି ଜଣାପଡିଛି । ଓଡିଶା – ଆନ୍ଧ୍ର ସୀମାନ୍ତ କେରେଡା ଠାରେ ଏମାନଙ୍କ ନାମ ପଂଜିକୃତ କରାଯାଇ ଜିସିଡି ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ଗତ ରାତ୍ର ଠାରୁ ପାଣି ଟୋପାଏ ନାହିଁ । ସଙ୍ଗରୋଧ କେନ୍ଦ୍ରରେ ସେମାନଙ୍କୁ ରହିବାର କୌଣସି ସଠିକ ବ୍ୟବସ୍ଥା କରାଯାଇନଥିବା ଏବଂ ଗୋଟିଏ ଖାଦ୍ୟକୁ ୪ ଜଣଙ୍କୁ ବାଂଟି କରି ଖାଉଥିବା ନେଇ ଅନ୍ତେବାସୀ ମାନେ ଅଭିଯୋଗ କରିଛନ୍ତି ।
ପ୍ରଶାସନ ତରଫରୁ ନିଜ ଅଂଚଳକୁ ଯିବା ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରାଯାଉନଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ଏହି ଅନ୍ତେବାସୀ ମାନେ । ଫଳରେ ବାଧ୍ୟ ହୋଇ ଚାଲି ଚାଲି ନିଜ ନିଜ ଅଂଚଳକୁ ଯିବା ପାଇଁ ବାହାରି ପଡିଥିଲେ ଅନ୍ତେବାସୀ ମାନେ । ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ରାୟଗଡା ଥାନାରେ ଅଭିଯୋଗ କରିବା ପାଇଁ ମଧ୍ୟ ଯାଇଥିଲେ ଅନ୍ତେବାସୀ ମାନେ । ତେବେ ଥାନାରେ କେହି ନଥିବା କହି ଅନ୍ତେବାସୀ ମାନଙ୍କୁ ବାହାର ଅଟକାଇ ରଖିଥିଲେ ପୋଲିସ କର୍ମଚାରୀ ମାନେ । ଘଟଣା ସଂପର୍କରେ ରାୟଗଡା ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଅବଗତ ହେବା ପରେ ବାହାର ଜିଲ୍ଲାର ଶ୍ରମିକ ମାନେ ସ୍ୱତନ୍ତ୍ର ଗାଡି ଯୋଗ ପଠାଇବାର ବ୍ୟବସ୍ଥା କରାଯାଇଛି । ଗତକାଲି ୨୦୦ ଜଣ ବରଗଡର ଶ୍ରମିକ ମାନଙ୍କୁ ପଠା ଯାଇଥିବା ବେଳେ ଆଜି ମଧ୍ୟ ଶ୍ରମିକ ମାନଙ୍କୁ ପଠାଇବାର ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇଥିବା ନେଇ ସୂଚନା ଦେଇଥିଲେ ।