ମଣିପୁର : ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକ ନିଜ ନିଜ ଘରକୁ ଫେରୁଥିବାରୁ ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସରକାର କରୁଛନ୍ତି । ତେବେ ମଣିପୁରର ତୁଙ୍ଗଜୋୟ ଗାଁରେ ପ୍ରବାସୀ ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରାମବାସୀମାନେ କରିଛନ୍ତି । ଗାଁ ଲୋକ କ୍ୱାରାଣ୍ଟିନ୍ ସେଣ୍ଟର ଭାବେ ୮୦ଟି ବାଉଁଶ ଘର ତିଆରି କରିଛନ୍ତି । ପ୍ରତି କୁଡ଼ିଆରେ ଖଟ, ସ୍ୱତନ୍ତ୍ର ଶୌଚାଳୟ, ଗ୍ୟାସ୍ ଟେବଲ, ପାଣି, ବିଜୁଳି ଓ ଚାର୍ଜିଂ ସକେଟ୍ର ସୁବିଧା ରହିଛି । ସରକାରଙ୍କ ଆର୍ଥିକ ସହଯୋଗ ବିନା ଗାଁ ଲୋକ ଏହାକୁ ତିଆରି କରିଛନ୍ତି ।