Odisha news

ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଘର ପୋଡି ନେଇ ଥାନାରେ ଅଭିଯୋଗ

0

ଅସ୍ତରଙ୍ଗ ୨୦/ ୦୭: ଅସ୍ତରଙ୍ଗ ବ୍ଲକ ଅଧିନ ଆଳସାହି ଗ୍ରାମ ପଂଚାୟତର ପାଟସୁନ୍ଦରପୁର ଗ୍ରାମର ଶରତ କୁମାର ଦଳାଇଙ୍କ ଘର ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପର୍ତ୍ତୀ ନଷ୍ଟ ହୋଇଥିବାରୁ ଶ୍ରୀ ଦଳାଇ ତାର ବିଧିବଦ୍ଧ ତଦନ୍ତ ନିମନ୍ତେ ଅସ୍ତରଙ୍ଗ ଥାନା ଓ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଅଛି ।

ଏଠାରେ ପ୍ରକାଶ ଯୋଗ୍ୟ ଯେ, ଶ୍ରୀ ଦଳାଇ ରବିବାର ଦିନ ରାତ୍ରରେ ତାଙ୍କ ଗ୍ରାମ ନିକଟରେ ମାଛ ଗୋଦାମ ଚାଳ ଛପର ଘରଟି ବିଳମ୍ବିତ ରାତ୍ରରେ ବନ୍ଦ କରି ଘରକୁ ଆସିଥିଲେ । ଘରକୁ ଆସି ସୋମବାର ଦିନ ପ୍ରାତଃ ସମୟରେ ନିକଟସ୍ଥ ଦେବୀ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ । ଦେବୀ ନଦୀରେ ଜାଲ ପକାଇ ମାଛ ଧରୁଥିବା ସମୟରେ ସୋମବାର ଦିନ ପାହନ୍ତ ପ୍ରହରରେ ସେହି ଗ୍ରାମର କାଳନ୍ଦୀ ବେହେରା ଫୋନ ଯୋଗେ ସୂଚନା ଦେଲେ ଯେ, ତୁମ ମାଛ ଗୋଦାମରେ ନିଆଁ ଲାଗି ଯାଇଅଛି । ଶରତ ସଙ୍ଗେ ସଙ୍ଗେ ଖବର ପାଇ ଯନ୍ତ୍ର ଚାଳିତ ନୈାକାଟିକୁ ଧରି ପହଁଚିବା ବେଳକୁ ଉକ୍ତ ଘରେ ଥିବା ଖଟ, ଚଉକି , ତିନି ଗୋଟି ମାଛ ପେଟି, ଓଜନ ମେସିନ୍, ମିଟର କଣ୍ଟା, ଟେବୁଲ, ବାକ୍ସରେ ଥିବା ଟଙ୍କା ଆଦି ପୋଡି ଭସ୍ମୀଭୂତ ହୋଇଯାଇଅଛି ।

ଯାହାର ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ସେ ତାଙ୍କ ଅଭିଯୋଗପତ୍ରରେ ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ ଓ ଥାନା ଆଇ.ଆଇ.ସି ଶରତ କୁମାର ନାୟକଙ୍କୁ ଲିଖିତ ଆକାରରେ ଦର୍ଶାଇଛନ୍ତି । ଉକ୍ତ ଅଭିଯୋଗ ପାଇବା ପରେ ଅସ୍ତରଙ୍ଗ ତହସିଲଦାର ଶ୍ରୀମତି ନାୟକ, ଥାନା ଆଇ.ଆଇ.ସି. ଶ୍ରୀ ନାୟକ ଓ ନଗର ରାଜସ୍ୱ ନିରକ୍ଷକ ପ୍ରଭାତି ଦତ୍ତ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଅଛି ।

Leave A Reply