ନୂଆଦିଲ୍ଲୀ : ଆଧୁନିକ ଯୁଗରେ ସମସ୍ତେ ପ୍ରାୟ ବିଜ୍ଞାନକୁ ବିଶ୍ୱାସ କରୁଛନ୍ତି ,କିନ୍ତୁ ଲଖନଉର ଅଲିଗଞ୍ଜ ଅଞ୍ଚଳରେ ରହୁଥିବା ଆରତୀର ଘରେ ଯାହା ଘଟି ଯାଉଛି ସେଥିପାଇଁ ସମସ୍ତେ ଭୟରେ ରହିଛନ୍ତି l ଆରତୀର ଘର ଭିତରୁ ଗତ ଦୁଇ ସପ୍ତାହ ହେଲା କାନ୍ଥ ସନ୍ଦିରୁ ରହସ୍ୟମୟୀ ସ୍ୱର ବାହାରୁଛି l ଆରତୀ ନିଜ ଝିଅ ,ସ୍ୱାମୀ ଓ ମାଙ୍କର ସହିତ ଗତ ୨୭ ବର୍ଷ ହେଲାଣି ଏହିଘର ରହୁଛନ୍ତି ,କିନ୍ତୁ ଗତ ଦୁଇ ସପ୍ତାହ ହେଲା ଯାହା ଘଟି ଯାଇଛି ତାହାକୁ ଜାଣି ଯିଏ କେହିବି ହେଉନା କାହିଁକି ଭୟରେ ରହିବେ l ଏହି ଭୟାନକ ଶବ୍ଦ ଆରତିଙ୍କ ମା ରହୁଥିବା ଘରର କାନ୍ଥ ଭିତରୁ ଆସୁଛି ଓ ସମସ୍ତଙ୍କ କୋଠରୀକୁ ଶୁଭାଯାଉଛି l ପ୍ରଥମେ ଏହାକୁ ଅଣଦେଖା କରି ଭାବିଥିଲେ ଯେ ବୋଧ ହୁଏ ପଡିସା ଘରେ କାମ ଚାଲିଥିବା କାରଣରୁ ମେସିନରୁ ଏପରି ଶବ୍ଦ ଆସୁଛି l
କିନ୍ତୁ ଧୀରେ ଧୀରେ ଏହି ଶବ୍ଦ ବଢିବାକୁ ଲାଗିଥିଲା ଓ ପଡିସା ଘରର କାମ ବନ୍ଦ ହୋଇଯାଇଥିଲେ ମଧ୍ୟ ଶୁଣିବାକୁ ମିଳିଥିଲା l ଆରତୀ କହିଛନ୍ତି ତାଙ୍କର ସ୍ୱାମୀ ଚାକିରୀକୁ ଯିବା ପରେ ସେ ମଧ୍ୟ ଚାକିରୀକୁ ପଳାଇ ଥାନ୍ତି l ଘରେ ତାଙ୍କ ଝିଅ ଓ ମା ଏକୁଟିଆ ରହିଥାନ୍ତି l ଦିନେ ଆରତୀ ଅଫିସରୁ ଫେରିବା ପରେ ଘର ବାହାରେ ସ୍କୁଟି ରଖିଥିବା ସମୟରେ ହଠାତ ଘର ଭିତରୁ ମେସିନ ଗନ ଭଳି ଶବ୍ଦ ଆସିଲା ଓ ଏ ଶବ୍ଦ ଅଟେ ଜୋରରେ ଥିଲାଯେ ସେ ସ୍କୁତିରୁ ଗଳି ପଡ଼ିଥିଲେ l ଏହାପରେ ସେ ପୋଲିସରେ ମାମଲା ଦରଜ କରିଥିଲେ ଏହାପରେ ଜଣେ ମହିଳା ପୋଲିସ୍ କୁ ତାଙ୍କ ଘର ନିକଟରେ ନିଯୁକ୍ତି ଦିଆଯାଇଛି କିନ୍ତୁ ବର୍ତ୍ତମାନ ଆଉକିଛି ଶୁଣିବାକୁ ମିଳୁନାହିଁ ତାଙ୍କ ପଡୋଶୀ କହିଥିଲେ ଯେ ଜଣେ ମହିଳା ଆତ୍ମହତ୍ୟା କରିଥିବା କାରଣରୁ ଏପରି ଶବ୍ଦ ଶୁଭୁଛି l ବର୍ତ୍ତମାନ ସୁଦ୍ଧା ଘଟଣା ଆଉକିଛି ଜଣାପଡି ନାହିଁ l
Comments are closed.