Odisha news

ଏହା ହେଉଛି ଦୁନିଆର ସବୁଠୁ ବିପଦପୂର୍ଣ୍ଣ ହୋଟେଲ୍

0

ଅନେକ ସମୟରେ ଆମେ ଶୁଣିବାକୁ ପାଇଥାଉ ଦୁନିଆରେ ଚର୍ଚାରେ ରହିବା ପାଇଁ କୌଣସି ନା କୌଣସି ଦେଶ ନିଜର କାର୍ଯ୍ୟ କୁ ନେଇ ଚର୍ଚ୍ଚାରେ ରହି ଥାଆନ୍ତି l ସେଥି ମଧ୍ୟରୁ ଆଟ୍ଲାଣ୍ଟିକ ସାଗରରେ ରହିଥିବା ୪ଟି ଖୁମ୍ବରେ ଫ୍ରାଇଙ୍ଗ ପ୍ୟାନ ହୋଟେଲ l ଏହି ହୋଟେଲ ଟି ଖୁବ ଆକର୍ଷଣୀୟ ହୋଇଥିଲେ ମଧ୍ୟ ଖୁବ ବିପଦ ସଂକୁଳ ଅଟେ l ଏହି ହୋଟେଲ ଟି ଆମେରିକାର ଉତ୍ତର କେରୋଲିନା ର ପୂର୍ବ ତଟ ରୁ ୫୨ କିଲୋମିଟର ଦୂରରେ ଅବସ୍ଥିତ ଅଟେ l  ଏହା ସମୁଦ୍ର ପତନ ଠାରୁ ୧୩୫ ଫୁଟ ଉଚରେ ୪ଟି ଖମ୍ବ ଉପରେ ରହିଛି l  ଏଠାରେ ଗୋଟିଏ ବ୍ୟକ୍ତି ପାଇଁ ଖର୍ଚ୍ଚ ହୋଇଥାଏ ୪୯୮ ଡଲାର ଅର୍ଥାତ ଯାହାକି ଭାରତୀୟ ମୁଦ୍ରାରେ ୪୦ ହଜାର ୮୭୧ ଟଙ୍କା ଅଟେ l \

ଏହି ହୋଟେଲ ରେ ୭ଟି ରୁମ ରହିଛି , ରୋଷେଇ ଘର, ଷ୍ଟୋର ରୁମ, ଅଫିସ, ମନୋରଞ୍ଜନ କ୍ଷେତ୍ର ଓ ଶୌଚାଳୟ ର ସୁବିଧା ମଧ୍ୟ ସାମିଲ ରହିଛି l ଟାୱାର ର ଚତୁର୍ପାର୍ଶ୍ୱରେ ଡବଲ ଡେ଼କର ସ୍ଟେନଲେସ ଷ୍ଟିଲ ର ଝଞ୍ଜିର ରେ ପ୍ରସ୍ତୁତ ରାସ୍ତା ରହିଛି l ଏହି ଟାୱାର ର ନିର୍ମାଣ ୧୯୬୪ ରେ ନିର୍ମାଣ କରାଯାଇଥିଲା l  ଏହି ଟାୱାର ତୀର ନିର୍ମାଣ ବିଶେଷ ଭାବରେ ବଡ ବଡ ଜାହାଜ ଙ୍କୁ ଆକ୍ସିଡେଣ୍ଟ ରୁ ରକ୍ଷା କରିବା ପାଇଁ ତିଆରି ହୋଇଥିଲା l ଯେପରିକି ଜାହାଜ ଗୁଡିକ ଦିଗହରା ହୋଇ ପାରିବେ ନାହିଁ l  ଅନେକ ବର୍ଷ ଧରି ପ୍ରାୟ ୨୦ ଜଣ ତଟରକ୍ଷାକ ଏଠାରେ ଉପସ୍ଥିତ ରହୁଥିଲେ l ୧୯୭୯ ରେ ଏହି ଟାୱାର ଟିକୁ ସ୍ୱୟଂ ଚଳିତ କରିଦିଅ ଯାଇଥିଲା l  ଏହାପରେ ଜିପିଏସ ବିକାଶ ହେବା ପରେ ଏହି ଟାୱାର ବନ୍ଦ ହୋଇ ଯାଇଥିଲା l  ସମୁଦ୍ର ପତନ ଠାରୁ ୮୫ ଫୁଟ ଉଚରେ ଟାୱାର ହେଲିପ୍ୟାଡ଼ ରେ ଗୋଟିଏ କ୍ୟାମେରା ଲାଗିଛି l

ଯାହାକି ବାତ୍ୟା ଆସିଲେ ଲାଇଭ ଭିଡିଓ ପଠାଇଥାଏ l  ରିଚାର୍ଡ ନୀଲ ନାମକ ବ୍ୟକ୍ତି ଏହି ଟାୱାର ଟିକୁ ୨୦୧୦ ରେ କିଣିଥିଲେ l  ସେହି ଦିନଠାରୁ ସେ ଏହାକୁ ନବୀ କରଣ କରିବାକୁ ଚେଷ୍ଟା କରିଥିଲେ l ପରେ ରିଚାର୍ଡ ଏହି ଟାୱାର ଟିକୁ ହୋଟେଲ ରେ ପରିବର୍ତନ କରିଥିଲେ l ବର୍ତମାନ ଏହି ହୋଟେଲ ଟି ରିପେୟାରିଂ ଚାଲିଥିବା ହେତୁ ବନ୍ଦ ରହିଛି l ଏହି ହୋଟେଲ ରୁ ପ୍ରାକୃତିକ ଦୃଶ୍ୟ ଖୁବ ସୁନ୍ଦର ଦେଖା ଯାଇଥାଏ l  ହୋଟେଲ ଟିର ଛାତ ଉପରେ ହେଲିପ୍ୟାଡ଼ ରହିଛି l ହୋଟେଲ ପର୍ଯ୍ୟନ୍ତ ପହଂଚିବା ପାଇଁ ଆପଣ ଡଙ୍ଗା ଓ ହେଲିକପ୍ଟର ର ସାହାଯ୍ୟ ନେଇ ପାରିବେ l ଏଠାରେ କଥାବାର୍ତା ପାଇଁ ଲିଭିଙ୍ଗ ରୁମ ମଧ୍ୟ ରହିଛି ଓ ଇଣ୍ଡୋର ଗେମ ଖେଳିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି l ଆପଣ ଚାହିଁଲେ ଏହି ହୋଟେଲ ରେ ନିଜେ ନିଜ ପାଇଁ ଭୋଜନ ପ୍ରସ୍ତୁତ କରିପାରିବେ କିମ୍ବା ହୋଟେଲ ସେଫ ର ମଧ୍ୟ ସାହାଯ୍ୟ ନେଇପାରିବେ l  ହୋଟେଲ ଟି ସମ୍ପୂର୍ଣ ପାଣି ଉପରେ ରହିଥିବା ବେଳେ ତଳେ ବଡ ବଡ ସାର୍କ ଫିସ ରହିଛନ୍ତି l

Leave A Reply