Odisha news

ବଢୁଛି ତାତି : ବାଲିଗୁଡାରେ ତାପମାତ୍ରା ୪୨ ଡିଗ୍ରୀ

0

ବାଲିଗୁଡା :  ବାଲିଗୁଡା ଉପଖଣ୍ଡରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା ବଢିବା ସାଙ୍ଗକୁ ସହହ୍ୟ ଗୁଳୁଗୁଳିସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରୁଛି ଗତ ଚାରିଦିନ ଧରି ତାପମାତ୍ରା ବଢବାରେ ଲାିଛି ବାଲିଗୁଡା ଅଂଚଳରେ ତାପମାତ୍ରା ୪୧ରୁ ୪୨ ଡିଗ୍ରୀ ମଧ୍ୟରେ ରହୁଅଛି ସକାଳ ୭ଟା ପରଠାରୁ ଧିରେଧିରେ ତାପମାତ୍ରା ବଢୁଛି ବିନା ଫ୍ୟାନରେ ରହିହେଉନାହିଁ ତାପମାତ୍ରା ବୃଦ୍ଧି ହେବା ଫଲରେ ଦେହରୁ ଅନବରତ ଝାଳ ବୋହିବାରେ ଲାଗୁଛି ଅପରପଟେ କିଛି ଦିନ ହେବ ବାଲିଗୁଡା ଅଂଚଳରେ ବିଦୁ୍ୟତ୍ ଲୋଭୋଲଟେଜ ରହୁଅଛି ଲୋଭୋଲଟେଜ ହେବା ଫଳରେ ଘର ମାନଙ୍କରେ ଥିବା ଫ୍ୟାନ ଗୁଡିକ ଭଲରେ ବୁଲୁ ନାହିଁ ଏଥି ନିମନ୍ତେ ଅଂଚବାସୀ ଅସହ୍ୟ ଗରମ ଓଗୁଳୁଗୁଳିରେ ଛଟପଟ ହୋଇ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି

ବାଲିଗୁଡା ବ୍ଲକର ଲଣ୍ଡାଗାଁ ଖମନଖୋଲ ଅଂଚଳରେ ବାଲିଗୁଡା ସହରର ଅପେକ୍ଷା ଅଧୀକ ଗରମ ଅନୁଭୁତ ହେଉଛି ଲୋକେ ଦିନ ୧୦ ହୋଇଗଲେ ଘରକୁ ପଳାଉଛନ୍ତି ଖରା ଗରମ ପ୍ରଭାବରୁ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି କାଳେ ଅଂସୁଘାତ ହୋଇଯିବ ଗତ ଦୁଇ ବର୍ଷ ତଳେ ବାଲିଗୁଡା ଅଂଚଳର ମୁଖ୍ୟ ରାସ୍ତା ଯାହାକି ଜାତୀୟ ରାଜପଥ ୫୯ର ରାସ୍ତା ସର୍ମ୍ପସାରଣ ନିମନ୍ତେ ରାସତାରେ ଉଭୟ ପାଶ୍ୱର୍ରୁ ବେଧକ ଭାବେ ଶହଶହ ଗଛ କାଟିଦେଲେ କିନ୍ତୁ ତା ବଦଳରେ ଗୋଟିଏବି ଗଛ ଲଗାଯାଇନାହିାଁ ଏହି ଗଛ କାଟିବା ପରଠାରୁବାଲିଗୁଡା ଅଂଚଳରେ ଗରମର ପ୍ରଭାବ ଅଧିକ ଦେଖାଦେଉଛି ବଟୋଇ ମାନେ ଖରା ଦାଉରୁ ରକ୍ଷା ପାଇବାକୁ ଗୋଟିଏ ଗଛ ଟିଏବି ନାହିଁ ପରପଟେ ସିର୍ତିଗୁଡା ଠାରେ ଚାଲିଛି ଗ୍ରୀଡ କାମ ଯଦୀ ଏହୀ ଗ୍ରୀଡ ଜଲଦୀ କାର୍ଯ୍ୟକ୍ଷେମ ହୋଇଯିବ ତେବେ ବାଲିଗୁଡା ଉପଖଣ୍ଡରେ ବିଦୁ୍ୟତ ସମସ୍ୟା ରୁହନ୍ତା ନାହିଂ ବୋଲି ବୁଦ୍ଧିଜୀବି ମହଲରେ ଆାଲୋଚନା ହେଉଛି

Leave A Reply

Your email address will not be published.