Odisha news

ଜାତୀୟ ଅଶ୍ୱ ଚାଳନାରେ ସୌର୍ଯ୍ୟରଞ୍ଜନଙ୍କୁ ସଫଳତା

0

କଟକ,୨ା୯ : ଫୁଟବଲରୁ ଅଶ୍ୱଚାଳକ ଆଉ ଏବେ କ୍ରୀଡ଼ା ସଂଗଠକ । ଏଭଳି ଜଣେ ନିଆରା ବ୍ୟକ୍ତି ହେଉଛନ୍ତି ଏନ୍‌ସିସିର ପୂର୍ବତନ ଉପ ନିର୍ଦ୍ଦେଶକ ତଥା ରାଜ୍ୟର ପ୍ରଥମ ଜାତୀୟ ଅଶ୍ୱଚାଳନା ପଦକ ବିଜେତା କ୍ରୀଡ଼ା ସଂଗଠକ ସୌର୍ଯ୍ୟରଞ୍ଜନ
ପରିଜା । ଫୁଟବଲରୁ କ୍ରୀଡ଼ା ଜୀବନ ଆରମ୍ଭ କରିଥିବା ଶ୍ରୀ ପରିଜା ପରବର୍ତ୍ତୀ ସମୟରେ ଜାତୀୟସ୍ତରର ଜଣେ ପ୍ରତିଷ୍ଠିତ ଅଶ୍ୱଚାଳକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିବା ସହିତ ରାଜ୍ୟ ପାଇଁ ଗୌରବ ଆଣିଥିଲେ । ସୌର୍ଯ୍ୟରଞ୍ଜନ ପରିଜା (ଭାନୁ ଭାଇ) ପିଲାବେଳୁ ଫୁଟବଲ ଖେଳ ପ୍ରତି ଦୁର୍ବଳତା ରଖିଥିଲେ ମଧ୍ୟ ଅଶ୍ୱଚାଳନାକୁ ସଉକ ଭାବେ ଗ୍ରହଣ କରିନେଇଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନସିସି)ରେ ଯୋଗ ଦେଇଥିବା ଶ୍ରୀ ପରିଜା ହରିୟାଣାର ଲେପଫନାଣ୍ଟ କର୍ଣ୍ଣେଲ ଅଜିତ ସିଂହ ପନୱାରଙ୍କୁ ଗୁରୁ ଭାବେ ଗ୍ରହଣ କରି ୧୯୭୭ରେ ଅଶ୍ୱ  ଚାଳନାକୁ ଆପଣାଇଥିଲେ ।

Leave A Reply