ମଣିଷ ଜୀବନ ରେ ପ୍ରତ୍ୟେକ ରଙ୍ଗର ଅନେକ ଗୁରୁତ୍ଵ ରହିଛି । ରଙ୍ଗ ହୀନ ଜୀବନ ମୂଲ୍ୟ ହୀନ ଅଟେ । ରଙ୍ଗର ପର୍ବ ହୋଲି ଅନେକ ସୁଖ ଶାନ୍ତି ଓ ଆନନ୍ଦ ନେଇ ଆସୁ ସମସ୍ତ ଙ୍କ ଜୀବନ ରେ । ଏହିଦିନ ଲୋକେ ନିଜ ମନର ସମସ୍ତ ଭେଦ ଭାବ କୁ ଦୂର କରି ସମସ୍ତେ ସଭିଙ୍କୁ ରଙ୍ଗ ଲଗାଇ ଥାଆନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆମେ ଏହିଦିନ ରାଶି ଅନୁସାରେ ରଙ୍ଗର ବ୍ୟବହାର କରିବା ତେବେ ଆମ ଜୀବନ ରେ ସୁଖ ସମୃଦ୍ଧି ପ୍ରାପ୍ତି ହେବ । ଆଜି ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କେଉଁ ରଙ୍ଗ ।
* ମେଷ ରାଶି :- ଏହି ରାଶିର ବ୍ୟକ୍ତି ଉତ୍ସାହୀ ହୋଇ ଥାଆନ୍ତି । ଚଳିତ ଥର ହୋଲି ପର୍ବରେ ଆପଣ ଯଦି ନାଲି ଓ ଗୋଲାପି ରଙ୍ଗ ର ଅଭିର ବ୍ୟବହାର କରିବେ ଏହା ଆପଣଙ୍କ ପାଇଁ ଶୁଭ ହେବ ।
* ବୃଷ ରାଶି -: ଯଦି ବୃଷ ରାଶି ପାଇଁ କୌଣସି ରଙ୍ଗ ଅଧିକ ଅନୁକୂଳ ଅଟେ ତାହା ହେଇଚି ହାଲକା ନୀଳ ବା ଆକାସିଆ ରଙ୍ଗ । ଏହି ରଙ୍ଗ ବୃଷ ରାଶି ବ୍ୟକ୍ତି ଙ୍କ ଜୀବନ କୁ ସହଜ ପ୍ରଦାନ କରିଥାଏ ଓ ଜୀବନ ରେ ସୌହର୍ଦ୍ୟ ଆଣିଥାଏ ।
* ମିଥୁନ ରାଶି :- ମିଥୁନ ରାଶି ର ବ୍ୟକ୍ତି ହାଲୁକା ସବୁଜ ରଙ୍ଗ ରେ ହୋଲି ଖେଳନ୍ତୁ । ଏହାଛଡା ନାରଙ୍ଗୀ ଓ ଗୋଲାପି ରଙ୍ଗ ମଧ୍ୟ ଏମାନଙ୍କ ପାଇଁ ଶୁଭ ଅଟେ । ଏହି ରଙ୍ଗ ଜୀବନ ରେ ରୋମାଞ୍ଚ , ଉତ୍ସାହ ଓ ଉର୍ଜା ସଂଚାର କରିଥାଏ ।
* କର୍କଟ ରାଶି:- କର୍କଟ ରାଶି ର ବ୍ୟକ୍ତି ସାମାନ୍ୟ ଭାବୁକ ହୋଇ ଥାଆନ୍ତି । ସେଥିପାଇଁ ସେମାନଙ୍କ ପାଇଁ ହାଲୁକା ନୀଳ, ଚାନ୍ଦି , ଧଳା ରଙ୍ଗ ରେ ହୋଲି ଖେଳିବା ଆବଶ୍ୟକ । ଏହାଦ୍ବାରା ସେମାନେ ଧର୍ଯ୍ୟ ଓ ଶାନ୍ତି ଲାଭ କରିବେ ।
* ସିଂହ ରାଶି :- ସିଂହ ରାଶିର ବ୍ୟକ୍ତି ଉର୍ଯା ବାନ୍ ହୋଇ ଥାଆନ୍ତି । ଏମାନଙ୍କ ପ୍ରଚଣ୍ଡତା କୁ ନିୟନ୍ତ୍ରଣ କରିବା ପାଇଁ ଖଇରିଆ ରଙ୍ଗ ଖୁବ୍ ଶୁଭ ଅଟେ । ଏହାଛଡା ସୁନେଲି ଓ ତମ୍ବା ରଙ୍ଗ ମଧ୍ୟ ଏହି ରାଶି ପାଇଁ ଖୁବ୍ ଶୁଭ ।
* କନ୍ୟା ରାଶି :- ଆପଣଙ୍କ ପାଇଁ ଗାଢ଼ ସଭୂଜ ରଙ୍ଗ ଖୁବ୍ ଶୁଭ ଅଟେ । ଏହି ରଙ୍ଗର ପ୍ରୟୋଗ ଦ୍ଵାରା ଆପଣ ନିଜ ମଧ୍ୟରେ ଗୋଟିଏ ନୂଆ ସ୍ଫୁର୍ତି ଓ ନୂଆ ଯୋଶ ଅନୁଭବ କରିବେ ।
* ତୁଳା ରାଶି :- ଧଳା ରଙ୍ଗ ବ୍ୟତୀତ ବାଇଗଣୀ, କିମ୍ବା ନୀଳ ରଙ୍ଗ ବ୍ୟବହାର କରିବା ଆପଣଙ୍କ ପାଇଁ ଶୁଭ ଅଟେ । ନିଜକୁ ସଞ୍ଜମି ରଖିବା ପାଇଁ ନୀଳ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
* ବିଛା ରାଶି :- ଗାଢ଼ ନାଲି ଓ ଖଇରିଆ ରଙ୍ଗ ବିଛା ରାଶି ପାଇଁ ଖୁବ୍ ଶୁଭ ଅଟେ । ଏହି ରଙ୍ଗ ତାଙ୍କ ବ୍ୟକ୍ତିତ୍ଵ କୁ ଆହୁରି ଗଭୀର କରିଥାଏ । ଅର୍ଥାତ୍ ବ୍ୟକ୍ତିତ୍ଵ ର ଅଧିକ ପରି ପ୍ରକାଶ ହୋଇଥାଏ ।
* ଧନୁ ରାଶି :- ହଳଦିଆ ଓ କମଳା ରଙ୍ଗ ଧନୁ ରାଶି ର ବ୍ୟକ୍ତି ଙ୍କ ପାଇଁ ଖୁବ୍ ଶୁଭ ଅଟେ । ଏହି ରାଶିର ବ୍ୟକ୍ତି ଅଧିକ ଉତ୍ସାହୀ ହୋଇ ଥିବାରୁ ଏହି ରଙ୍ଗଟି ଖୁବ୍ ଶୁଭ ଅଟେ ।
* ମକର ରାଶି :- ମକର ରାଶି ର ବ୍ୟକ୍ତି ହାଲୁକା ନୀଳ ରଙ୍ଗ ର ଅଭୀର ବ୍ୟବହାର କରିବା ଆବଶ୍ୟକ । ଏହି ରଙ୍ଗ ବ୍ୟବହାର କରିବା ଦ୍ବାରା ସମ୍ପର୍କ ରେ ସ୍ଥିରତା ଆସିବ ଓ ମନ ମଧ୍ୟ ସ୍ଥିର ରହିବ ।
* କୁମ୍ଭ ରାଶି :- କୁମ୍ଭ ରାଶି ର ବ୍ୟକ୍ତି ଗାଢ଼ ନୀଳ ରଙ୍ଗ ବ୍ୟବହାର କରିବା ଆବଶ୍ୟକ । ଏହି ରାଶିର ବ୍ୟକ୍ତି ସର୍ବଦା କିଛି ନା କିଛି ନୂଆ କରିବା ପାଇଁ ପ୍ରୟାସ କରି ଥାଆନ୍ତି । ଏହି ରଙ୍ଗ କୁମ୍ଭ ରାଶି ର ବ୍ୟକ୍ତି ଙ୍କ ମଧ୍ୟରେ ଊର୍ଯା ସଂଚାର କରିଥାଏ ଓ ଜୀବନ ରେ ଶାନ୍ତି ନେଇ ଆସିଥାଏ ।
* ମୀନ ରାଶି :- ମୀନ ରାଶି ର ବ୍ୟକ୍ତି ସବୁବେଳେ ଚକ୍ ଚକ୍ ଝଟକୁ ଥିବା ରଙ୍ଗ ପସନ୍ଦ କରନ୍ତି । ଏହି ରଙ୍ଗ ତାଙ୍କ ଉପରେ ଭାନତ୍ମକ ଭାବରେ ଭଲ ପ୍ରଭାବ ପକାଇ ଥାଏ । କିନ୍ତୁ ହାଲୁକା ହଳଦିଆ ରଙ୍ଗ ମଧ୍ୟ ମନରେ ଉତ୍ସାହ ବଢାଇବା ପାଇଁ ଖୁବ୍ ଶୁଭ ଅଟେ ।
