ହିନ୍ଦୁ ଧର୍ମରେ ୧୨ ମାସରେ ୧୩ ପରବ , ସେହି ପର୍ବ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ହୋଲି । ହୋଲି ହେଉଛି ରଙ୍ଗର ପର୍ବ , ଆମେତ ହୋଲି ରେ ରଙ୍ଗ ଓ ମିଠା ଘରକୁ ନେଇ ଆସିଥାଉ । କିନ୍ତୁ ତା ସହିତ ଆଉ କିଛି ଜୀବନରେ ଜିନିଷ ମଧ୍ୟ ଘରକୁ ଆଣିବା ଦ୍ଵାରା ଭାଗ୍ୟ ରେ ପରିବର୍ତ୍ତନ ହୋଇଥାଏ । ଚଳିତ ବର୍ଷ ମାର୍ଚ୍ଚ ୭ତାରିଖ ଦିନ ହୋଳିକା ଦହନ ଦୋଳ ପୂର୍ଣ୍ଣିମା ରେ ହେଉଥିବା ବେଳେ ୮ତାରିଖ ଦିନ ରଙ୍ଗ ଖେଳ ଉତ୍ସବ ପାଳିତ ହେବ । ଏହି ଶୁଭ ଅବସର ରେ କିଛିଟା ଜିନିଷ ଘରକୁ ଆଣିବା ଖୁବ୍ ଶୁଭ ଅଟେ ।
* ହୋଲି ରେ ନିଜ ଘରର ମୁଖ୍ୟ ଦ୍ଵାରରେ ଆମ୍ବ କିମ୍ବା ଅଶୋକା ପତ୍ରର ତ୍ୱରଣ ଆଣ୍ଣନ୍ତୁ। ଏହା ଖୁବ୍ ଶୁଭ ଅଟେ , ତେଣୁ ଏହାକୁ ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦେବା ଜରୁରୀ । ମାନ୍ୟତା ଅନୁସାରେ ଯଦି ହୋଲି ଦିନ ଯଦି ଆପଣ ନିଜ ଘରର ମୁଖ୍ୟ ଦ୍ଵାରରେ ଆମ୍ବ ପତ୍ର ତୋରଣ ଲଗାଇବେ ତେବେ ନକାରାତ୍ମକ ଶକ୍ତି ଦୂରେଇ ଯିବ ।
* ବାସ୍ତୁ ଶାସ୍ତ୍ରରେ କଇଁଛ କୁ ଶୁଭ ବୋଲି କୁହାଯାଇ ଥାଏ । ହୋଲି ର ଶୁଭ ଅବସରରେ ଆପଣ ପଞ୍ଚ ଧାତୁ ରେ ନିର୍ମିତ କଇଁଛ ଘରକୁ ଆଣି ପାରିବେ । ଏହି କଇଁଛ ପିଠି ଉପରେ ଶ୍ରୀ ଯନ୍ତ୍ର କିମ୍ବା କୁବେର ଯନ୍ତ୍ର ରହିଥିବା ଆବଶ୍ୟକ । ଯଦି ଆପଣ ଏହାକୁ ହୋଲି ରେ ଘରକୁ ଆଣୁଛନ୍ତି ତେବେ ସମୃଦ୍ଧି ର ଆଗମନ ହୋଇଥାଏ । ଏହାକୁ ସ୍ଥାପନା କରିବା ପାଇଁ ଗୋଟିଏ ପାତ୍ର ପାଣି ଦେଇ ତା ଉପରେ ରଖନ୍ତୁ ।
* ବାସ୍ତୁଶାସ୍ତ୍ର ଅନୁସାରେ ପିରାମିଡ୍ ରେ ଧନ କୁ ଆକର୍ଷିତ କରିବାର ଗୁଣ ରହିଥାଏ ବୋଲି କୁହାଯାଇ ଥାଏ । ଯେଉଁ ଘରେ ବା ଅଫିସ ରେ ପିରାମିଡ୍ ରହିଥାଏ ସେଠାରେ ନକାରାତ୍ମକ ଶକ୍ତି ର ବିନାଶ ହୋଇଥାଏ ଓ ଧନ ର ଆଗମନ ହୋଇଥାଏ । ହୋଲି ଦିନ ଟି ଶୁଭ ଅଟେ , ତେଣୁ ଏହି ଦିନ ନିଜ ଘରକୁ ଆଣାନ୍ତୁ ପିରାମିଡ୍ ।
* ଯଦି ଆପଣ ହୋଲି ଦିନ ଘରକୁ ବାଉଁଶ ଗଛ ଆଣିବେ ଏହା ଖୁବ୍ ଶୁଭ ଅଟେ । ଏହି ବାଉଁଶ ଗଛରେ ୭ଟି କିମ୍ବା ୧୧ ଟି ଷ୍ଟିକ୍ ଥିବା ଆବଶ୍ୟକ । ଏହା ଖୁବ୍ ଭାଗ୍ୟ ବର୍ଦ୍ଧକ , ଯାହାଦ୍ଵାରା ଆପଣ ଲକ୍ଷ୍ମୀ ଙ୍କ କୃପା ଲାଭ କରିବେ ।
* ଯଦି ଆପଣ ଘରର ବାସ୍ତୁ ଦୋଷ କୁ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଘରର ଉତ୍ତର ଦିଗରେ କୁବେର ଙ୍କ ଫଟୋ ସହିତ ବାତୁ ଦେବତା ଙ୍କ ଫଟୋ ଲଗାନ୍ତୁ । ଏହାଦ୍ବାରା ଘରେ ସମୃଦ୍ଧିର ଆଗମନ ହେବ ଓ ଆର୍ଥିକ ଅନାଟନ ଦୂର ହେବ ।
