ହିମାଂଶୁ ଶେଖର ଆଚାର୍ଯ୍ୟ : ଗତ କାଲି ଥିଲା ଜାତୀୟ କ୍ରୀଡା ଦିବସ । ୧୯୦୫ ମସିହା ଅଗଷ୍ଟ ୨୯ ତାରିଖରେ ଜନ୍ମ ନେଇଥିଲେ ଭାରତୀୟ ହକିର କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦ ।ତାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ୨୯ ଅଗଷ୍ଟକୁ ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଉଛି । ସେ ୧୯୨୮,୧୯୩୨, ୧୯୩୬ରେ ଭାରତକୁ ଅଲମ୍ପିକ୍ ହକି ବିଜେତା କରାଇଥିଲେ । ୧୯୨୬-୪୮ ମଧ୍ୟରେ ସେ ବିଭିନ୍ନ ଦଳ ବିରୋଧରେ ୪୦୦ରୁ ଅଧିକ ଗୋଲ ଦେଇଥିଲେ ।୩ ଡିସେମ୍ବର ୧୯୭୯ରେ ତାଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ସ୍ମୃତି ବହନ କରୁଛି ନୂଆ ଦ୍ୱିଲ୍ଲୀର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମ୍ । ଉତ୍ତର ପିଢିକୁ ଶିକ୍ଷା ସହ କ୍ରୀଡା କ୍ଷେତ୍ରରେ ପ୍ରୋସôାହନ ଦେବା ଓ ଏଦିଗରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ ।
ସବୁ ସମୟର ଶ୍ରେଷ୍ଠ ହକି ଖେଳାଳିଙ୍କ କଥା ଉଠିଲେ ଧ୍ୟାନଚାନ୍ଦଙ୍କ ନାମ ସବୁଠୁ ପ୍ରଥମେ ମନକୁ ଆସେ ।ତାଙ୍କର କ୍ରୀଡା ନୈପୁଣ୍ୟ ଅନ୍ୟମାନଙ୍କୁ ଏପରି ପ୍ରଭାବିତ କରିଥିଲା ଯେ କେହି କେହି ତାଙ୍କୁ ଭାରତୀୟ କ୍ରୀଡାର ପ୍ରବାଦପୁରୁଷ ବୋଲି ସମ୍ବୋଧନ କରୁଥିବା ବେଳେ ଆଉ କିଏ ଡାକୁଥିଲେ ଭାରତୀୟ ହକିର ଯାଦୁକର ପୁଣି ଗୋଲ୍ ମେସିନ୍ । ୧୯୩୬ ବର୍ଲିନ ଅଲମ୍ପିକ୍ରେ ତାଙ୍କ ଖେଳ ଦେଖି ହିଟ୍ଲର ବିସ୍ମିତ ହୋଇଥିଲେ । ତାଙ୍କୁ ଜର୍ମାନୀର ନାଗରିକତ୍ୱ ସହ ନାଭିସେନାରେ କର୍ଣ୍ଣେଲ ପଦବୀ ଯାଚିଥିଲେ । ତାଙ୍କ ହକି ବାଡିରେ ବଲ୍ ଏପରି ଭାବେ ଲାଖି ରହୁଥିଲା ଯେ ଯିଏ ଦେଖୁଥିଲା ଚକିତ ହେଇଯାଉଥିଲା । ଏପରିକି ସେ କାଳେ ବାଡିଭିତରେ ଚୁମ୍ବକ ଲୁଚାଇଥିବେ ସେ ପର୍ଯ୍ୟନ୍ତ କଥା ଯାଇଥିଲା । କିନ୍ତୁ ହକି ଖେଳରେ ପୂର୍ବର ସେହି ଖ୍ୟାତି ଆଜି ସ୍ୱପ୍ନପରି ଲାଗୁଛି । ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇବା ଆଜି ଏକ ପ୍ରକାର ସ୍ୱପ୍ନ । ଗତ୧୯୮୦ ମସିହା ମସ୍କୋ ଅଲମ୍ପିକ୍ସ ପରେ ଆଉ ଆମେ ହକିରେ ସ୍ୱର୍ଣ୍ଣ ପଦକ ପାଇବା ସମ୍ଭବ ହୋଇନାହିଁ । ି ଅଲମ୍ପିକ୍ସରେ ସ୍ୱର୍ଣ୍ଣ ସ୍ୱପ୍ନ କେବେ ସାକାରା ହେବ ।
ଭାରତ ସ୍ୱାଧୀନତା ପୂର୍ବରୁ ହିଁ ହକିରେ ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିରଖିଥିଲା । ଦିନେ ଏମିତି ସମୟ ଆସିଲା ସେତକ ବି ଆଉ ସମ୍ଭବ ହୋଇପାରୁନାହିଁ । ୧୯୨୮ ମସିହାରୁ ୧୯୮୦ ମସିହା ପର୍ଯ୍ୟନ୍ତ ଭାରତ ଅଲମ୍ପିକ୍ସିରେ ଆଠ ଥର ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ତାପରେ ଭାରତୀୟ ହକିକୁ ଚରମ ଦୁର୍ଦଶା ମାଡିଆସିଲା । ଧୀରେ ଧୀରେ ହକିରେ ସ୍ୱର୍ଣ୍ଣିମ ସ୍ମୃତି ହଜିବାରେ ଲାଗିଲା । ସମୟ ଏପରି ଆସିଲା ଏପରିକି ଭାରତୀୟ ଦଳ ଯୋଗ୍ୟତା ହାସଲରୁ ମଧ୍ୟ ବଞ୍ଚିତ ହେଲା । ଯଦିଓ ପୂର୍ବାପେକ୍ଷା ଦଳ କଠିନ ପରିଶ୍ରମ କରୁଛି ଓ ବିଶ୍ୱ ହକିିରେ ଭଲ ପଦର୍ଶନ କରୁଛି ତଥାପି ସ୍ୱର୍ଣ୍ଣ ପଦକ ପାଇବା ସମ୍ଭବ ହୋଇପାରୁନାହିଁ । ଚଳିତ ବର୍ଷ ରିଓ ଅଲମ୍ପିକ୍ସ ପାଇଁ ଦଳ ନିଜକୁ ପ୍ରସ୍ତୁତ କରିଥିଲେ ବି ମହାମାରୀ କରୋନା ଯୋଗୁଁ ସବୁକିଛି ବିଗିଡିଗଲା ।
ଭାରତୀୟ ହକିକୁ ଓଡିଶାର ଅବଦାନ କ’ଣ ତାହା କାହାକୁ ଅଛପା ନାହିଁ । ବହୁ ଆନ୍ତର୍ଜାତିକ ଖେଳାଳି ଏଥିରୁ ବାହାରିଛନ୍ତି । ମାତ୍ର ସେମାନଙ୍କୁ ଜାତୀୟ ସ୍ତରରେ ଯେଉଁ ସମ୍ମାନ ମିଳିବା କଥା ତାହା ମିଳିନାହିଁ ।ପଦ୍ମଶ୍ରୀ ଦିଲ୍ଲିପ ତିର୍କୀ, ପଦ୍ମଶ୍ରୀ ଇଗ୍ନେସ ତିର୍କୀ ଏବଂ ଜ୍ୟୋତି ସୁନିତା କୁଲୁଙ୍କୁ ଛାଡିଦେଳେଲ ଅନ୍ୟମାନଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ସ୍ୱୀକୃତି ମିଳିପାରିନାହିଁ ।
ସେମାନଙ୍କ ମଧ୍ୟରେ ଅଛନ୍ତି ୱିଲିୟମ ଖାଲକୋ, ସୁଭଦ୍ରା ପ୍ରଧାନ, ପ୍ରବୋଧ ତିର୍କୀ, ବିନିତା ଟପ୍ନୁ, ବୀରେନ୍ଦ୍ର ଲାକ୍ରା, ଲିଳିମା ମିଞ୍ଜ୍ ଓ ଆହୁରି ଅନେକ ।ସେମାନେ ଅଲମ୍ପିକ୍ସ , ବିଶ୍ୱକପ୍ , ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିଆ କ୍ରୀଡାଭଳି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିଲେ ମଧ୍ୟ ସେମାନଙ୍କ ପ୍ରତିଭାର ପ୍ରକୃତ ମୂଲ୍ୟାୟନ କରାଯାଇପାରିନାହିଁ । ଜାତୀୟ ହକି ପ୍ରତି ନିଜର ଶ୍ରମ ଦେଇଥିବା ଏହି ଖେଳାଳି ମାନେ ଅବହେଳାର ଶିକାର ହେଇଛନ୍ତି । ପୁରସ୍କାର ଖେଳାଳିଙ୍କୁ ଆଗକୁ ବଢିବା ପାଇଁ ଉସôାହିତ କରିଥାଏ । ମାତ୍ର ଜୀବନ ସାରା ଦେଶପାଇଁ ଓ ଦଳପାଇଁ ଖେଳିଥିବା ଏହି ଖେଳାଳିମାନେ ଯୋଗ୍ୟତା ଅନୁସାରେ ସ୍ୱୀକୃତି ନପାଇବା କ୍ଷୋଭର ବିଷୟ ।
ଏଠାରେ ସୂଚନାଯୋଗ୍ୟ ଯେ, ଭାରତୀୟ କ୍ରୀଡାକୁ ହକି ବହୁ ଗୈାରବମୟ ମୁହୂର୍ତ୍ତ ଦେଇଛି । ୧୯୪୮ରେ ଭାରତ ଲଣ୍ଡନ ଅଲମ୍ପିକ୍ସରେ ଗ୍ରେଟ୍ ବ୍ରିଟେନକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ତାହା ଦେଶ ପାଇଁ ଗୈାରବମୟ ମୁହୂର୍ତ୍ତ ଥିଲା । ସେତେବେଳେ ଭାରତର ଜାତୀୟ ପତକା ଉଡିବା ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା । ତେଣୁ ସେହି ମହାନ ଖେଳାଳି ମାନଙ୍କୁ ସମ୍ମାନ ଦେବା ସହ ହକିକୁ ଜାତୀୟ କ୍ରୀଡାର ମାନ୍ୟତା ଦିଆଯିବା ଉଚିତ୍ । ଏଥିରେ କୋଟିକୋଟି ହକି ପ୍ରଶଂସକ ସହମତ ହେବେ । କିନ୍ତୁ ନିକଟରେ ଜଣାପଡିଛି ଯେ, ହକିକୁ ଜାତୀୟ କ୍ରୀଡାର ମାନ୍ୟତା ଦିଆଯିବା ନେଇ କେନ୍ଦ୍ର ସରକାର ବିଧିବଦ୍ଧ ଭାବେ କୈାଣସି ବିଜ୍ଞପ୍ତି ଜାରି କରିନାହାଁନ୍ତି ।