Odisha news

ଭଞ୍ଜନଗର ରେ ହକି ଫିବର୍ – ଗାଁ ଠାରୁ ସହର ସବୁଠି ହକି କ୍ରେଜ୍

0
ଭଞ୍ଜନଗର,୧୧/୧(Amarendra Pattanik)ଓଡିଶା ଦ୍ବିତୀୟ ଥର ପାଇଁ ବିଶ୍ବ କପ୍ ହକି ଆୟୋଜନ କରୁଥିବା ବେଳେ ବୁଧବାର ଏହାର ଉଦଘାଟନୀ କାର୍ଯ୍ୟକ୍ରମକୁ ସାରା ରାଜ୍ୟର କୋଣ ଅନୁକୋଣରେ ଲୋକମାନେ ଏହାକୁ ଉପଭୋଗ କରିଛନ୍ତି। ହକି କୁ ନେଇ ଭଞ୍ଜନଗର ରେ ମଧ୍ୟ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ପ୍ରତି ପଞ୍ଚାୟତରେ ହକି ବିଶ୍ଵ କପ୍ କୁ ନେଇ ବେଶ ଜୋସ ଦେଖିବାକୁ ମିଳିଛି। ଭଞ୍ଜନଗର ସହରର ଷ୍ଟାଡିୟମ ପରିସରରେ ଏକ ବଡ ସ୍କ୍ରିନ୍ ରେ ହକି ବିଶ୍ଵ କପ୍ ଉଦଘାଟନୀ ଉତ୍ସବକୁ ସହରବାସୀ ବେଶ ଉପଭୋଗ କରିଥିଲେ। ଏଥିରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ନଗରପାଳ ଗୋପବନ୍ଧୁ ମହାପାତ୍ର, ନିର୍ବାହୀ ଅଧିକାରୀ ଆଶୁତୋଷ ଗୈାରବ କର, ସବ୍ ରେଜିଷ୍ଟ୍ରାର ଅନୀଲ କୁମାର ଆଚାର୍ଯ୍ୟ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୈାରୀ ଶଙ୍କର ଶତପଥୀ,ଶୁଳପାଣି ଶତପଥୀ ଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଏହାକୁ ସଂପୂର୍ଣ୍ଣ ଉପଭୋଗ କରିଥିଲେ।
ସେହିପରି ଭଞ୍ଜନଗର ବ୍ଲକ ର ଜିଲୁଣ୍ଡି, ମୁଦୁଲି ପଲ୍ଲୀ ଓ କୁଲାଡ ପଞ୍ଚାୟତ ଠାରେ ବଡ ସ୍କ୍ରିନ୍ ରେ ହକି ବିଶ୍ଵ କପ୍ ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ ପଞ୍ଚାୟତବାସୀ ଦେଖିବାକୁ ପାଇଥିଲେ। ଏଥିପାଇଁ ଆୟୋଜିତ ଉତ୍ସବରେ ବିଡିଓ ଶଶୀଭୂଷଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହକି ବିଶ୍ଵ କପ୍ ଆୟୋଜନ କରି ଓଡିଶା ଏବେ ସାରା ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଉଲ୍ଲେଖ କରିଥିଲେ। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଉଲ୍ଲେଖ କରି ଏହାଦ୍ବାରା ଓଡ଼ିଶାରେ ହକି ପାଇଁ ଅଧିକ ପିଲା ଆଗ୍ରହ ପ୍ରକାଶ କରିବା ନିଶ୍ଚିତ ବୋଲି କହିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଏଇ ଶ୍ୟାମଘନ ପ୍ରଧାନ, ଭଞ୍ଜନଗର ପ୍ରେସ କ୍ଳବ୍ ସଭାପତି ଲୋକନାଥ କର, ଜିଲୁଣ୍ଡି ସରପଞ୍ଚ ରଞ୍ଜିତ କୁମାର ଆରୁଖ, ସମିତି ସଭ୍ୟ ରଣ ବିଜୟ ପ୍ରଧାନ, ବରିଷ୍ଠ ଓକିଲ ରାଜେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିଥିଲେ। ମୁଦୁଲି ପଲ୍ଲୀ ଠାରେ ଏମାନଙ୍କ ସହ ସ୍ଥାନୀୟ ସରପଞ୍ଚ କାହ୍ନୁଚରଣ ପ୍ରଧାନ, ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ସ୍ବାଇଁ, ଜଳନ୍ଧର ସ୍ବାଇଁ ପ୍ରମୁଖ ମଞ୍ଚାସୀନ ରହିଥିଲେ। ବ୍ଳକର ସମସ୍ତ ୨୨ଟି ପଞ୍ଚାୟତରେ ବିଶ୍ବ କପ୍ ହକି ର ଉଦଘାଟନୀ ଉତ୍ସବକୁ ଅଞ୍ଚଳବାସୀ ସିଧା ସଳଖ ଦେଖିବାର ସୁଯୋଗ ପାଇଥିଲେ।
Nalco
Leave A Reply