ଦୁର୍ଲଭ ରୋଗ ଯେଉଁଠି ଝାଳ ଛିଦ୍ର ରେ ବାହାରିଥାଏ ରକ୍ତ, ଯାହାକୁ ହେମେଟୋହାଇଦ୍ରୋଶିଶ କିମ୍ବା ରକ୍ତ ଯୁକ୍ତ ଝାଳ ବୋଲି କୁହାଯାଇଥାଏ, ଏହା ଗୋଟିଏ ଶାରୀରିକ ଘଟଣା ଅଟେ ଯାହାର କାରଣ ଅତ୍ୟଧିକ ଭୟ ଓ ଚିନ୍ତା କୁ କାରଣ ଦର୍ଶ ଯାଇଥାଏ l ଯେଉଁ କାରଣରୁ କୋଷିକା ଗୁଡିକ ଫାଟିଯାଇ ଥାଏ ଏବଂ ଝାଳ ଗ୍ରନ୍ଥି ଦେଇ ରକ୍ତ ବାହାରିଥାଏ l ଏହା ଗୋଟିଏ ଦୁର୍ଲଭ ରୋଗ, ଯେଉଁଥିରେ ରକ୍ତ ଝାଳ ଆକାରରେ ଶରୀରରୁ ନିର୍ଗତ ହୋଇଥାଏ l
ଏହା କିଭଳି ହୋଇଥାଏ –
ସାଧାରଣ ଭାବରେ ଆମ ଶରୀର ଯେତେବେଳେ ଅତ୍ୟଧିକ ଚିନ୍ତା ଓ ଭୟ ଅନୁଭବ କରିଥାଏ , ତେବେ ଶରୀର ମଧ୍ୟରେ ଅନେକ ପ୍ରତିକ୍ରିୟା ଆରମ୍ଭ ହୋଇଯାଇଥାଏ l ଯେଉଁ କାରଣରୁ ଝାଳ ଗ୍ରନ୍ଥି ନିକଟରେ ଛୋଟ ରକ୍ତ ବାହିକା ଫାଟି ଯାଇଥାଏ l ଏବଂ ଝାଳ ଗ୍ରନ୍ଥି ଦେଇ ରକ୍ତ ବୋହିବା କୁ ଲାଗିଥାଏ l ଏବଂ ତ୍ୱଚା ମଧ୍ୟ ରକ୍ତ ଭଳି ନାଲି ଦେଖା ଯାଇଥାଏ l
କଣ କହୁଛି ଚିକିତ୍ସା ବିଜ୍ଞାନ –
ଚିକିତ୍ସା ବିଜ୍ଞାନୀ ଙ୍କ ମତରେ ଅତ୍ୟଧିକ ଭୟ, ଉତେଜନା, ଚିନ୍ତା ଓ ଅଶାନ୍ତ ମାନସିକ ସ୍ଥିତି ସବୁଠୁ ସାଧାରଣ କାରଣ ବୋଲି ଆମେ ଭାବିଥାଉ l କିନ୍ତୁ ଚିକିତ୍ସା ବିଜ୍ଞାନ ଅନୁସାରେ ମନୋବିଜ୍ଞାନ ର ବିକାର ବୋଲି କହି ଥାଆନ୍ତି l କିନ୍ତୁ ଏହା ଗୋଟିଏ ସାଧାରଣ ସମସ୍ୟା ବୋଲି ଆମେ ଭାବିବା ଭୁଲ ଅଟେ l
ହେମେଟୋହାଇଦ୍ରୋଶିଶ ର ଚିକିତ୍ସା –
ବର୍ତମାନ ପର୍ଯ୍ୟନ୍ତ ହେମେଟୋହାଇଦ୍ରୋଶିଶ ପାଇଁ କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ପଦ୍ଧତି ବାହରିନାହିଁ, ତଥାପି ହେମେଟୋହାଇଦ୍ରୋଶିଶ ନେଇ ରିସର୍ଚ୍ଚ ଜାରି ରହିଛି l ଆଧୁନିକ ଚିକିତ୍ସା ପଦ୍ଧତି ରେ ଯୋଗ ଓ ପ୍ରାଣାୟାମ କୁ ହେମେଟୋହାଇଦ୍ରୋଶିଶ ପାଇଁ ଗୋଟିଏ ଭଲ ପଦ୍ଧତି ବୋଲି ଗ୍ରହଣ କରାଯାଇଛି l