ଆଜି କୋଣାର୍କ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି , ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି : ଯାତ୍ରୀନିବାସ ରେ କରିବେ ସମ୍ପୂର୍ଣ୍ଣ ଓଡ଼ିଆ ଭୋଜନ
କୋଣାର୍କ : ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସୋମବାର କୋଣାର୍କ ଆସୁଛନ୍ତି ।ସେ ୧୦.୨୫ ମି ରେ କୋଣାର୍କ ହେଲିପ୍ୟାଡରେ ବାୟୁ ସେନାର ସ୍ୱତନ୍ତ୍ର ହେଲିକପ୍ଟର ରେ ଅବତରଣ କରିବେ । ପରେ ମହାମହିମ ରାଷ୍ଟ୍ରପତି ଙ୍କୁ ପୁରା କଡା ସୁରକ୍ଷା ବଳୟ ଭିତରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରକୁ ନିଆଯିବ ।
ସେଠାରେ ରାଷ୍ଟ୍ରପତି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ୧୧.୨୦ମି ରେ ଇଣ୍ଡିଇଆନ ଅଏଲ ଦ୍ବାରା ନିର୍ମିତ ବାଖ୍ୟାନ କେନ୍ଦ୍ର କୁ ଯିବେ ସେଠାରେ ବୁଲିସାରି ରାଷ୍ଟ୍ରପତି ୧୨.୫ମି ରେ କୋଣାର୍କ ଯାତ୍ରୀନିବାସ ଠାରେ କଡା ସୁରକ୍ଷା ବଳୟରେ ପହଞ୍ଚି କିଛି ସମୟ ପରେ ମଧ୍ୟାହ୍ନ ଭୋଜନ କରିବେ ସେଥିପାଇଁ ଓଟିଡିସି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷହୋଇଛି ।ରାଷ୍ଟ୍ରପତି ଙ୍କୁ ମଧ୍ୟାହ୍ନ ଭୋଜନରେ ସଂପୂର୍ଣ୍ଣ ଓଡ଼ିଆ ଖାଦ୍ୟ ରେ ଆପ୍ୟାୟିତ କରାଯିବ ।
ଯେଉଁଥିରେ ଡେରାଡୁନ ବାସୁମତୀ ଚାଉଳରେ ଭାତ ,ରୁଟି ,ଡାଲମା ,କଖାରୁ ଫୁଲ ପୀଠଉର ବରା ,ରାମଚଣ୍ଡୀ ନଦୀ ର ଖଙ୍ଗା ମାଛ ପୋଡା ,କଖାରୁ ଓ ରସୁଣ ସୁପୁ ,ଭେଜିଟେବୁଲ କବାକ, ଛେନା ତରକାରୀ, ସନ୍ତୁଳା ,ଶାଗଭଜା ,ଖାସିମାଂସ ଓ ଖଙ୍ଗା ବେସର ,ଚେକେନ୍ ପୁବିନା କବାକ ସହ ଛେନା ପୋଡ଼ ଓ ରସଗୋଲା ପ୍ରମୁଖ ସ୍ଵାଦିଷ୍ଟ ବ୍ୟଞ୍ଜନ ରାଷ୍ଟ୍ରପତି ଙ୍କୁ ପରସା ଯିବ ।ରାଷ୍ଟ୍ରପତି ଙ୍କ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯିବା ସହ ପୁରୀ ଏସ୍ପି ଙ୍କ ଦ୍ଵାରା ସମସ୍ତ ସୁରକ୍ଷା ବ୍ୟବସ୍ଥା କୁ ତନ ତନ କରି ଯାଞ୍ଚ କରାଯାଉଛି ।
ଯେପରି ସୁରକ୍ଷା ବ୍ୟବସ୍ଥା ରେ କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ନହୁଏ ରବିବାର ଦିନ ୧୨ ଟା ଠାରୁ ରାଷ୍ଟ୍ରପତି ଙ୍କ କାରକେଟେ ଆସୁଥିବା ବାଟର ସମସ୍ତ ଦୋକାନ ବଜାରକୁ ପୋଲିସ ପ୍ରଶାସନ ଦ୍ବାରା ଆଜି ୪.୩୦ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ରାଷ୍ଟ୍ରପତି କୋଣାର୍କ ରେ ଦୀର୍ଘ ୪ ରୁ ୫ ଘଣ୍ଟା ରହିଥିବାରୁ ତ୍ରିସ୍ତରୀୟ ସୁରକ୍ଷା କୁ ପୁରା ଟାଇଟି କରାଯାଇଛି ।ଯେଉଁଥିରେ ୪୦ ପ୍ଲାଟୁନ ଫୋର୍ସ ସହ ଦକ୍ଷ ଓ ବରିଷ୍ଠ ପୋଲିସ ଅଧିକାରୀ ମାନେ ନିୟୋଜିତ ହୋଇଛନ୍ତି ।
Comments are closed.