Odisha news

ଓଡିଶା ପଛୁଆବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ ପ୍ରଶିକ୍ଷଣ ଶିବିର

0
ହିଞ୍ଜିଳିକାଟୁ :  ଆସନ୍ତା ମେ 1 ତାରିଖ  ଠାରୁ 27 ତାରିଖ ପର୍ଯ୍ୟନ୍ତ ରାଜ୍ୟର ପଛୁଆ ବର୍ଗ ଲୋକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ରାଜ୍ୟ ସାରା ସର୍ଭେ କାର୍ଯ୍ୟ ଆରମ୍ଭ ହେବ l ଓଡିଶା ସରକାରଙ୍କ ଦ୍ୱାରା ଅଧିସୂଚିତ 208 ପ୍ରକାର ପଛୁଆ ବର୍ଗର ଲୋକଙ୍କପାଇଁ ଏହି ସର୍ଭେ ଉଦ୍ଧିଷ୍ଟ ରହିଛି l ଏହାକୁ ସଠିକ ସୂଚନା ଓ ପରିଚାଳନା ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ହିଞ୍ଜିଳି କାଟୁ ବ୍ଲକ ଓ ପୌରାଞ୍ଚଳ ସର୍ଭେ ନିମନ୍ତେ ଦୁଇ ପର୍ଯ୍ୟାୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଚଳିତ ମାସ 11  ଏବଂ 25 ତାରିଖରେ ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପୌରାଞ୍ଚଳ ସ୍ଥିତ ବୃନ୍ଦାବନ ସରକାରୀ ବିଦ୍ୟାଳୟ ଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ଭାବେ ହିଞ୍ଜିଳି ତହସିଲଦାର ପ୍ରଭାତ କୁମାର ପରିଡା, ବିଡ଼ିଓ ସୁବ୍ରତ କୁମାର ଜେନା ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ l ବ୍ଲକ ସ୍ଥରରେ 21 ଟି ପଂଚାୟତ ନିମନ୍ତେ 63 ଟି  ଏବଂ ପୌରାଞ୍ଚଳର 21 ଟି ୱାର୍ଡ ନିମନ୍ତେ 21 ଟି ସର୍ଭେ କେନ୍ଦ୍ର ସ୍ଥାପିତ କରାଯାଇଛି l ବ୍ଲକ ନିମନ୍ତେ 63 ଜଣ ପରିଗନାନାକାରୀ ଏବଂ ସେମାନଙ୍କ ସହିତ 13 ଜଣ ସରଂକ୍ଷିତ ପରିଗଣନାକାରୀ ନିୟୋଜିତ ହେବେ l ସେହିପରି ପୌରାଞ୍ଚଳ ନିମନ୍ତେ 21 ଟି ପରିଗଣନାକାରୀଙ୍କ ସହ 4 ଜଣ ସରଂକ୍ଷିତ ପରିଗଣନାକାରୀ ନିୟୋଜିତ କରାଯାଇଛି l ନିୟୋଜିତ ହେବା କର୍ମଚାରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ମାନେ ପ୍ରଶିକ୍ଷଣ ଦେବା ସହ ଆବଶ୍ୟକ ସରଞ୍ଜାମ ପ୍ରଦାନ କରିଥିଲେ l ସହାୟକ  ପ୍ରଶିକ୍ଷକ ଭାବେ ଅତିରିକ୍ତ ତହସିଲଦାର ଓ ଏବିଡ଼ିଓ ଅରୁଣ କୁମାର ପ୍ରଧାନ ସାମିଲ ହୋଇଥିଲେ l ପ୍ରତି ରାଜସ୍ବ ମଣ୍ଡଳ ଅନୁଯାଇ ସର୍ବନିମ୍ନ ଗୋଟିଏ ସର୍ଭେ କେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ପଡା ଗ୍ରାମ ମାନଙ୍କୁ ସମ୍ପୃକ୍ତ ରାଜସ୍ବ ଗ୍ରାମ ଗୁଡିକୁ ସଂଯୁକ୍ତ କରାଯାଇଛି l ପରିବାରର ମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ସଦସ୍ୟଙ୍କ  ଆଧାର କାର୍ଡ, ଭୋଟ ପରିଚୟ ପତ୍ର, ପାନ କାର୍ଡ ଓ ପା୍ସପୋର୍ଟ ଆଦି ପ୍ରମାଣପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ଦାଖଲ କରିବାପାଇଁ ସୂଚିତ କରାଯାଇଛି l  ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ  ସହର ଓ ଗ୍ରାମାଞ୍ଚଳର ପ୍ରମୁଖ ସ୍ଥାନ ମାନଙ୍କରେ ପୋଷ୍ଟର, ବ୍ୟାନେର ଆଦି ପ୍ରଦଶୀତ ହେବା ସହ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯାଇଛି l ଏଣୁ, ପଛୁଆବର୍ଗ ଲୋକଙ୍କର ସାମାଜିକ ଓ ଶିକ୍ଷାଗତ ସର୍ଭେ କାର୍ଯ୍ୟରେ ସହଯୋଗ କରିବାପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି l

Leave A Reply