Odisha news

ନିର୍ମାଣର ୯ ମାସ ନ ଯାଉଣୁ ଭୁଷୁଡ଼ି ପଡ଼ିଲା ଗାର୍ଡ ଓ୍ବାଲ୍

0

ହିଞ୍ଜିଳିକାଟୁ (ରିପୋର୍ଟ :ସୁଶାନ୍ତ କୁମାର ପଟ୍ଟନାୟକ ।) : ୫ଟି ସଚିବଂକ ପ୍ରତ୍ଯେକ୍ଷ ତତ୍ୱାବଧାନରେ ମୁଖ୍ଯମନ୍ତ୍ରୀଂକ ନିର୍ବାଚନ ମଣ୍ଡଳି ହିଞ୍ଜିଳିର ବିକାଶ ଆଗେଇ ଚାଲିଥିବା ବେଳେ ଏବେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଦୁର୍ନୀତିର ଚେର କେତେ ଲମ୍ବି ଲମ୍ବି ଚାଲିଛି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏଭଳି ଏକ ନଗ୍ନ ନମୁନା ଏବେ ସାମ୍ନାକୁ ଆସିଛି। ମାତ୍ର ୯ ମାସ ନ ପୂରୁଣୁ ଭୁଷୁଡି ପଡିଛି ହିଞ୍ଜିଳି ଦେଉଳ ବନ୍ଧର ଗାର୍ଡ ଓ୍ବାଲ୍ ।ଏକ କୋଟି ୬୨ଲକ୍ଷ ୭୦ ହଜାର ଟଙ୍କାର ନିର୍ମିତ ଏହି ଦେଉଳବନ୍ଧ ଏକ ବର୍ଷ ନପୁରୁଣୁ ଭୁଷୁଡି ପଡିବା ଘଟଣା ଏବେ ବିରୋଧିଙ୍କୁ ଖୋରାକ୍ ଯୋଗାଇଛି।

ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌର ପରିଷଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଏବଂ ଏଠାରେ ଯେଉଁ ସବୁ ଉନ୍ନୟନ ମୂଳକ କାର୍ଯ୍ଯ ହେଉଛି ତାହା ଜିଲ୍ଲାପାଳ ଏବଂ ୫ଟି ସଚିବକଂ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ ସମ୍ପାଦିତ ହୋଇଥାଏ । ସ୍କୁଲ ରୂପାନ୍ତରୀକରଣ ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ କରଣ ବିଭିନ୍ନ ପ୍ରକାର ପ୍ରକଳ୍ପର ନିର୍ମାଣ ଖୋଦ ହିଞ୍ଜିଳି ପୌର ପରିଷଦ ନିର୍ବାହୀ ଅଧିକାରି  ଏବଂ ଉପରିସ୍ଥ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ତତ୍ୱବାଧାନରେ କାର୍ଯ୍ୟ ପରିଚାଳିତ  ହୋଇଥାଏ।
ଗତ କିଛି ଦିନ ତଳେ ନିମ୍ନମାନର କାର୍ଯ୍ୟ ପାଇଁ ହିଞ୍ଜିଳି ବ୍ଲକ ପୁଟିଆପଦର ଗ୍ରାମରେ ବନ୍ଧର ଗାର୍ଡ ୱାଲ ଧସିବା ସହ ଚର୍ଚ୍ଚାକୁ ଆସିଥିବାବେଳେ ଏଭଳି ଏକ ପ୍ରବଳ ଦୁର୍ନୀତିର ଗନ୍ଧ ତଥା ନିମ୍ନମାନର କାର୍ଯ୍ୟ ହିଞ୍ଜିଳି ପୌର ପରିଷଦର ଦେଉଳ ବନ୍ଧରେ ହୋଇଥିବା ଖବର ହସ୍ତଗତ ହୋଇଛି । ସୂଚନା ପ୍ରକାରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ଏହି ଦେଉଳ ବନ୍ଧ ପ୍ରାଚୀର ନିର୍ମାଣ, ସୌନ୍ଦର୍ଯ୍ୟ କରଣ, ଅଲୋକୀ କରଣ ,ନିକଟରେ ଏକ ପାର୍କ ,ବନ୍ଧ ଶଯ୍ୟା ମଧ୍ୟରେ ବୁଲିବା ପାଇଁ ବୋଟିଂ ଓ ପାଦ ଚଲା ପାଇଁ ଫେବର ଟାଇଲ ରେ ରାସ୍ତା ନିର୍ମାଣ କରାଯାଇଥିଲା । ଗତ ୧୧ଫେବୃଆରୀ ୨୦୨୧ ରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ କୋଟି ୬୨ଲକ୍ଷ ୭୦ ହଜାର ଟଙ୍କାର ନିର୍ମିତ ଏହି ଦେଉଳବନ୍ଧ ଉଦ୍‌ଘାଟନ ହୋଇଥିଲା। ତେବେ କାର୍ଯ୍ଯର ୯ ମାସ ନପୁରୁଣୁ ଡିସେମ୍ବର ୦୫ ତାରିଖ ଦିନ ପ୍ରାତଃ ସମୟରେ ବନ୍ଧ ମଧ୍ୟସ୍ତ ଗାର୍ଡ ୱାଲ ସହ ଫେବର ଟାଇଲ ପାଦ ଚଲା ରାସ୍ତା ବନ୍ଧ ମଧ୍ୟକୁ ଭୁଷୁଡ଼ି ଯାଇଛି ।

ତେବେ ଏନେଇ ହିଞ୍ଜିଳି ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ କଲ ଗ୍ରହଣ କରି ନଥିବା ବେଳେ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର ଓ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ  ତଦନ୍ତ କରୁଥିବା ନେଇ ଉତ୍ତର ରଖିଛନ୍ତି।

ଧସିଥିବା ଗାର୍ଡ ୱାଲ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ନିର୍ମାଣ ହୋଇଥିବା ଏକ ସ୍ବୀକାରୋକ୍ତିରେ ସହକାରୀ ଯନ୍ତ୍ରୀ ନାୟକ ପ୍ରକାଶ କରିଛନ୍ତି । ବିକାଶ ତଥା ସୌନ୍ଦର୍ଯ୍ୟର ପ୍ରୟୋଗଶାଳା କୁହାଯାଉଥିବା ଏହି ଦେଉଳବନ୍ଧ କୁ  ଓଡିଶାର ୧୧୦ ବିଧାୟକଙ୍କ ସହିତ ବହୁ ଉଚ୍ଚ ପଦାଧିକାରୀ ଦେଖି ପ୍ରଶଂସା କରୁଥିଲେ ।ଏବେ ଏହାର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିଛି। ପୌରପରିଷଦ ଦ୍ବାରା ସହର ମଧ୍ୟ ଭାଗ ଭେଣ୍ଡିଙ୍ଗ ଯୋନ ,ନିୟନ୍ତ୍ରିତ ବଜାର ,ଶୀତଳ ଭଣ୍ଡାର, ଅତ୍ୟାଧୁନିକ ମାଛ ମାଂସ ବଜାର ଆଦି କାର୍ଯ୍ୟର ଗୁଣାବତା ଉପରେ ଅଞ୍ଚଳବାସୀଙ୍କ ସନ୍ଦେହ ସୃଷ୍ଟି କରିଛି।ମୁଖ୍ଯମନ୍ତ୍ରୀ ଏହାର ତଦନ୍ତ କରି ସମ୍ପୃକ୍ତ ପଦସ୍ଥ ଅଧିକାରି ଓ ଠିକାଦାର ମାନଂକ ମଧୁଚନ୍ଦ୍ରିକା ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବେକି ବୋଲି ପ୍ରଶ୍ନ କରିଛନ୍ତି ବିରୋଧି।

Leave A Reply