ହିଞ୍ଜିଳିକାଟୁ, ୨୭ା୬ : ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ସଂକ୍ରମିତ ରୋଗୀ ରହିଛନ୍ତି । ଏକଦା ଗ୍ରୀନ୍ ଜୋନରେ ଥିବା ଗଞ୍ଜାମ ଜିଲ୍ଲା ପ୍ରବାସୀଙ୍କ ଫେରନ୍ତା ପରେ ରେଡ଼୍ ଜୋନରେ ପରିଣତ ହେବା ସହ ବର୍ତମାନ ସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ପ୍ରତିହିତ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରୀ କରାଯାଇଛି । ସପ୍ତାହର ଶେଷ ୨ ଦିନ ଶନିବାର ଓ ରବିବାର ସମ୍ପୁର୍ଣ୍ଣ ସଟଡ଼ାଉନ ଘୋଷଣା କରାରଯାଇଥିବା ବେଳେ ଅବଶିଷ୍ଟ ୫ ଦିନ ମାତ୍ର ୫ଘଂଟା (ସକାଳ ୭ରୁ ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ )ସକାଶେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ଖୋଲିବା ସକାଶେ ଅନୁମତି ପ୍ରଦାନ କରାଯାଇଛି ।
ହେଲେ କିଛି ଅମାନିଆଙ୍କ ସକାଶେ ବର୍ତମାନ ପରିସ୍ଥିତିରେ ଗୋଷ୍ଠୀ ସଂକ୍ରମଣ ଦୃତ ଗତିରେ ବଢିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ସଂକ୍ରମିତ ରହଥିବାରୁ ପ୍ରଶାସନର ନିଦ ହଜିଯାଇଛି । ଏହାକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପୁୂରା ଦମ୍ରେ ଲାଗି ପଡ଼ିଛନ୍ତି ।
ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ବହୁ ଜିଲ୍ଲାର ପ୍ରଶାସନିକ ଅଧିକାରୀ ବହୁ ସମୟରେ ହିଞ୍ଜିଳି ଗ୍ରସ୍ତ କରି କରୋନା ସମୀକ୍ଷା କରି ଫେରୁଛନ୍ତି । ଶନିବାର ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ହଞ୍ଜିିଳି ଗ୍ରସ୍ତ କରି ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ପ୍ରଶାସନ୍ଖଳ ଅଧିକାରୀଙ୍କ ସହ କରୋନାକୁ ପ୍ରତିହିତ କରିବା ଲାଗି ସମୀକ୍ଷା ଓ ଆଲୋଚନା କରିଥିଲେ ।
ବର୍ତମାନ ତୃତୀୟ ପର୍ଯ୍ୟାୟ ଥର୍ମାଲ ସ୍କ୍ରିନିଂ ଚାଲୁ ରହିଥିବା ବେଳେ ରକ୍ତଚାପ, ମଧୁମେହ ଭଳି ରୋଗ ରହିଥିବା ବ୍ୟକ୍ତି ବିଶେଷଙ୍କୁ ଅଧିକ ଗୁରୁତ୍ୱ ପ୍ରଦାନ କରିବାକୁ କହିବା ସହ ବିଭିନ୍ନ ଗ୍ରାମାଂଚଳର ଜନ ସାଧାରଣ ଥଣ୍ଡା, କାଶ, ଜ୍ୱର ଲକ୍ଷଣ ଥିବା ବ୍ୟକ୍ତି ବିଶେଷଙ୍କୁ ସିଧାସଳଖ କୋଭିଡ଼-୧୯ ହସପିଟାଲକୁ ନ’ନେଇ ପ୍ରଥମେ ସଂପୃକ୍ତ ଗ୍ରାମ ପଂଚାୟତରେ ହୋଇଥିବା ୧୦/୨୦ ଶର୍ଯ୍ୟା ବିଶିଷ୍ଟ କୋଭିଡ଼ କେୟାର ହୋମରେ ଚିକିତ୍ସା ସକାଶେ ଭର୍ତି କରାଯିବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କୁଲାଙ୍ଗେ ପରାମର୍ଶ ଦେଇଥିଲେ । ଯଦି କୌଣସି ବ୍ୟକ୍ତିର କରୋନା ସଂକ୍ରମଣ ଲକ୍ଷଣ ଦେଖାଦିଏ ତାହା ହେଲେ ସଂପୃକ୍ତ କୋଭିଡ଼ କେୟାର ହୋମରେ ପ୍ରାଥମିକ ଚିକିତ୍ସା କରାଯିବ । ନମୁନା ପୋଜିଟିଭ ଜଣାପଡ଼ିଲେ ଅଧିକ ଚିକିତ୍ସା ସକାଶେ କୋଭିଡ଼-୧୯ ଡ଼ାକ୍ତରଖାନାରେ ଭର୍ତି କରାଇବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଚିକିତ୍ସାଧିକାରିଣୀ ଡ଼ାକ୍ତର ପ୍ରତିଭା ପାତ୍ର, ଥାନା ଆଇଆଇସି ଅଭିମନ୍ୟୁ ଦାସ, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।