Odisha news

ମହାଶିବରାତ୍ରୀ ପାଇଁ କେତକୀ ଫୁଲ ଅମୁଲ ମୂଲ

0

ହିଞ୍ଜିଳିକାଟୁ: ଦେବ ଦେବ ମହାଦେବଙ୍କୁ ଦୁଦୁରା, ଚମ୍ପା, ଅରଖ, ନାଗେଶ୍ୱର, ପଳାସ, ତୁଳସୀଜଟ ଇତ୍ୟାଦି ଅର୍ପଣ କରି ପୁଜା କରାଯାଉଥିବା ବେଳେ ଏମିତି ଅନେକ ଫୁଲ ରହିଛି, ଯାହା କେବଳ ବର୍ଷକରେ ଥରେ ବ୍ୟବହାର ହୋଇଥାଏ । ସେଥି ମଧ୍ୟରୁ କେତକୀ ଫୁଲ ଅନ୍ୟ୍ୟତମ । ପୁରାଣ ବର୍ଣ୍ଣିତ ଲୋକକଥା ଅନୁଯାୟୀ ଦେବ ଦେବ ମହାଦେବଙ୍କ କ୍ରୋଧ ଯୋଗୁଁ ବର୍ଷତମାମ କେତକୀ ଫୁଲ ଅପୂଜିତ ହୋଇ ରହିଥାଏ । କେତକୀ ଫୁଲ କିଆ ପ୍ରଜାତିର ହୋଇଥିବା ଓ ଏହି କିଆ ଫୁଲର ବ୍ୟବହାର ବିଭିନ୍ନ ସମୟରେ ହେଉଥିବା ବେଳେ କେତକୀ ଫୁଲ ବର୍ଷକରେ ଥରେ ମାତ୍ର ପୂଜା କାର୍ଯ୍ରରେ ଲାଗୁଛି । ମହାଦେବଙ୍କ ଅଭିଶାପ ପରେ କେତକୀ ଫୁଲ ନିଜର ସ୍ୱତନ୍ତ୍ରତା ଓ ଗୁରୁତ୍ୱତା କିଛି ମାତ୍ରାରେ ହରାଇଥିବା ସତ୍ୱେ ମହାଶିବରାତ୍ରୀ ଦିନ ରାତ୍ରର ଗୋଟିଏ ପ୍ରହରରେ ଏହି ଫୁଲ ବ୍ୟବହାର ହୋଇଥାଏ । ହିନ୍ଦୁ ପରମ୍ପରାରେ ମହାଶିବରାତ୍ରୀ ଏକ ବଡ଼ପର୍ବ ହୋିଥିବାରୁ ଏହି ଫୁଲକୁ ମହାଦେବଙ୍କୁ ଅର୍ପଣ କରିବା ପାଇଁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥାନ୍ତି । ସାଂପ୍ରତିକ ପରିସ୍ଥିତିରେ କିଆ ଫୁଲର ଚାହିଦା ରହିଛି । ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ପାଇଁ କିଆ ଫୁଲ ବ୍ୟବହାର କରାଯାଉଛି । ମହାଶିବରାତ୍ରୀ ବ୍ୟତିତ ଅନ୍ୟ ଦିନରେ କେତକୀ ପୁଲ ଅଭିଶପ୍ତ ହୋଇ ରହିଯାଉଥିବା ଆଲୋଚନା ହେଉଛି । ମହାଶିବରାତ୍ରୀ ଅବସରରେ ମହାଦେବଙ୍କୁ କେତକୀ ପୁଲ ଅର୍ପଣ କରି ପୂଜାର୍ଚ୍ଚନା କଲେ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ବର୍ଷର ଗୋଟିଏ ଦିନ ଏହି ଫୁଲର ଚାହିଦା ଅଧିକ ଥିବାରୁ ବ୍ୟବସାୟୀ, ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବହୁ ପରିମାଣରେ କେତକୀ ପୁଲ ବିକ୍ରି କରିବା ଲାଗି ଆଣିଥାନ୍ତି । ସାଧାରଣତଃ କେତକୀ ପୁଲ ଗୋଟିଏ ଦିନର ରାଣୀ ବୋଲିୀ ମଧ୍ୟ ସମ୍ଭୋଧନ କରାଯାଇଥାଏ । ଶୁକ୍ରବାର ମହାଶିବରାତ୍ରୀ ଉପଲକ୍ଷେ ହିଂଜିଳିକାଟୁ ପୌରାଂଚଳ ସମେତ ନିମଟବର୍ତି ଅଂଚଳର ବଜାରରେ କେତକୀ ଫୁଲ ଚଢା ଦରରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି । ଗୋଟିଏ କେତକୀ ଫୁଲ ପିଛା ୨୦୦ରୁ ୨୫୦ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି ।

Leave A Reply