ସୁଭେନ୍ଦ୍ର ପଟନାୟକ : ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଗୋଟିଏ ପବିତ୍ର ମାସ ଭାବରେ ଗଣନା କରାଯାଏ l ପ୍ରଭୁ ଭୋଳାନାଥଙ୍କର ଏହା ଏକ ପ୍ରିୟ ମାସ l ଆମ ହିନ୍ଦୁ ଧର୍ମରେ କୁହାଯାଏଯେ ନିଜର ମନସ୍କାମନା ପୁର୍ଣ କରିବା ପାଇଁ ଶିବ ଭକ୍ତ ମାନେ ଶ୍ରବଣ ମାସରେ ମହାଦେବଙ୍କୁ ଜଳଲାଗି କରନ୍ତି l ଶ୍ରlବଣ ମାସର ସୋମବାରରେ ଭାରତର ପ୍ରତ୍ୱେକଟି ଶିବ ପୀଠରେ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା ଅର୍ଚନା କରାଯାଏ l ଏହି ବର୍ଷର ଶ୍ରlବଣ ମାସର ସୋମବାର ଜୁଲାଇ ମାସ ୬ ତାରିଖରୁ ଆରମ୍ଭ ହେଉଛି l ଶ୍ରlବଣ ମାସର ସୋମବାରରେ ଭକ୍ତ ମାନେ ଶିଵାଲୟ ଗୁଡିକରେ ପୂଜା କରିବା ପାଇଁ ଭିଡ କରିଥାନ୍ତି l
ଧାର୍ମିକ ମାନ୍ୟତା ଅନୁସାରେ ଶ୍ରlବଣ ମାସରେ ଭଗବାନ ଶିବଙ୍କର ଆଶୀର୍ବାଦ ନେଇ ଯେ କୌଣସି କାମ ଆରମ୍ଭ କଲେ ସେଥିରେ ସଫଳତା ମିଳିଥାଏ l କୁହାଯାଏ ଯେ ମତ ପାର୍ବତୀ ମହାଦେବ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ପୁରା ଶ୍ରlବଣ ମାସରେ କୋଠାର ତପସ୍ୟା କରିଥିଲେ l
ସୋମବାର ଦିନଟି ମହଁଦେବ ଶିବଙ୍କର ପ୍ରିୟ ଦିନ ଅଟେ l ହିନ୍ଦୁ ମାନ୍ୟତା ଅନୁସାରେ ଶ୍ରାବଣମାସ ସୋମବାରରେ ମହାଦେବ ଶିବଙ୍କୁ ପୂଜା ଅର୍ଚନା କଲେ ବିଶେଷ ଫଳ ମିଳେ l ଶିବ ପୁରାଣ ଅନୁସାରେ ଯେକୌଣସି ଭକ୍ତ ଶ୍ରବଣ ମାସ ସୋମବାର ବ୍ରତ କରନ୍ତି ତାଙ୍କର ଭୋଳାନାଥ ମନୋସ୍କାମନା ପୁରାଣ କରନ୍ତି l
ଭାରତର ପ୍ରାୟ ସମସ୍ତ ରାଜ୍ୟରେ ଶ୍ରବଣ ମାସକୁ ଗୋଟିଏ ପବିତ୍ର ମାସ ଭାବରେ ଗ୍ରହଣ କରନ୍ତି l ତେଣୁ ପ୍ରତେକ ସୋମବାର ମାନସିକ କରିଥିବା କାଉଡିଆ ଭାଇ ମାନେ ଶିବଙ୍କୁ ଯା ଅର୍ପଣ କରନ୍ତି l
କିନ୍ତୁ ଏହି ବର୍ଷ ଶ୍ରବଣ ମାସକୁ ଅନ୍ୟ ବର୍ଷପରି ଧୁମ ଧାମରେ ପାଳନ କରାଯିବ ନାହିଁ l କାରଣ କରୋନା ଭାଇରସ ପାଇଁ ଦେବାଳୟ ଗୁଡିକ ବନ୍ଦ କରାଯାଇଛି l ଲୋକମାନେ ନିଜ ଘରେ ରହି ଶିବଙ୍କୁ ଆରାଧନା କରିବେ l
ଆମ ହିନ୍ଦୁ ପାଞ୍ଜି ଅନୁସାରେ ଶ୍ରବଣ ମାସ ସପ୍ତମ ମାସ ଅଟେ , ଯାହା ଶିବଙ୍କୁ ସମର୍ପଣ କରାଯାଏ l ଭଗବାନ ଶିବଙ୍କ ପୂଜା ପାଇଁ ମନରେ ଭକ୍ତି ଓ ଶ୍ରଦ୍ଧା ରଖି ପୂଜା କଲେ ଶିବଙ୍କ ପ୍ରାପ୍ତ ହୋଇଥାଏ l ଶିବ ଲିଙ୍ଗ ରେ ଅଭିଷେକ ପାଇଁ ମଧ୍ୟ ଶ୍ରବଣ ମାସ ଉପଯୁକ୍ତ ଅଟେ l