କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଧିନ ଜଳପୋକ ପଂଚାୟତର ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଭେଟି ସଂଗରୋଧ ଶିବିର ସ୍ଥାନ ପରିବର୍ତନ ପାଇଁ ଦାବି ଜଣାଇଛନ୍ତି । ଦାବି ମୁତାବକ କରୋନା ଭୂତାଣୁ ସଂକ୍ରମଣ କଟକଣା ସମୟରେ ବାହାରୁ ଅସିଥିବା ପ୍ରବାସୀ ମାନଙ୍କୁ ରଖିବା ପାଇଁ ଜଳପୋକ ଉପ୍ରା ବିଦ୍ୟାଳୟରେ ସଂଗରୋଧ ଶିବିର କରାଯାଇଛି ।
ଏହି ବିଦ୍ୟାଳୟଟି ଗ୍ରାମର ମଝିରେ ଥିବା ସହ ମୁଖ୍ୟ ସଡକର ନିକଟରେ ରହିଛି । ଏହି ବାଟ ଦେଇ ଦୈନିକ ଶହ ଶହ ଗ୍ରାମବାସୀ ଯାତାୟତ କରୁଥିବା ବେଳେ ଗୃହପାଳିତ ପଶୁ ଓ ଛୋଟ ଛୋଟ ପିଲାମାନେ ଏହି ବାଟ ଦେଇ ଯାତାୟତ କରିଥାନ୍ତି । ପ୍ରବାସୀ ଓ ସଂକ୍ରମିତ ମାନଙ୍କୁ ଏଠାରେ ରଖାଗଲେ ଗ୍ରାମବାସୀ ମାନଙ୍କ ଠାରେ ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ ଏହାକୁ ସ୍ଥାନାନ୍ତର ପାଇଁ ଦାବି କରିଥିଲେ ।
ଗ୍ରାମର ବିଦୁ୍ୟତ୍ ପ୍ରଭା ପଟ୍ଟନାୟକ ସରୋଜ କୁମାର ମଲ୍ଲିକ, ଅତ୍ରାହି ଭଞ୍ଜନ , ନିରୋଦ ବାରିକ, ବେଣୁଧର ରାଉତ, ରଶ୍ମି ରଞ୍ଜନ ରାଉତ ପ୍ରମୁଖ ଦାବି ଜଣାଇ ଛନ୍ତି ।