ଚଣ୍ଡିଖୋଲ ଠାରେ ବିଧାୟକ ଅମର ପ୍ରସାଦ ଶତପଥୀ , ଜିଲ୍ଲାପାଳ ରଞ୍ଜନ କୁମାର ଦାସ କରୋନା ମୁକାବିଲା ନିମନ୍ତେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଚଣ୍ଡିଖୋଲ, ୧୦/୫କରୋନାର ଭୟାବହତା କୁ ଦୃଷ୍ଟିରେ ରଖି ପ୍ରବାସୀ ଓଡିଆ ମାନେ ଫେରିବା କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଏଥି ପାଇଁ ଯାଜପୁର ଜିଲାପ୍ରଶାସନ ତତ୍ପର ହୋଇ ଉଠିଛି । ଆଗକୁ ସଂକ୍ରମଣର ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରବିବାର ବଡଚଣା ବିଧାୟକ ଓ ଜିଲ୍ଲା ପ୍ରଶାସନର ଅଧରକାରୀ ମାନେ ଚଣ୍ଡିଖୋଲସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଉକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ବିଧାୟକ ଅମର ପ୍ରସାଦ ଶତପଥୀ ଅଧ୍ୟକ୍ଷତା କରିଥିଲେ । ଯାଜପୁର ଜିଲାପାଳ ରଂଜନ କୁମାର ଦାସ ଯୋଗଦେଇ ସ୍ୱାସ୍ଥ୍ୟ ଶିବିର ଗୁଡ଼ିକରେ ପରିଚାଳନା ସଂପର୍କରେ ଆଲୋଚନା କରିଥିଲେ ।
ଏବେ ବଡ଼ଚଣା ନିର୍ବାଚନ ମଣ୍ଡଳିର ୪୩ ଗୋଟି ପଂଚାୟତରେ ୧୦ ହଜାରରୁ ଉଦ୍ଧ୍ୱର୍ ପ୍ରବାସୀ ଓଡିଆ ଫେରିବାକୁ ଥିବା ବେଳେ ୧୭୮ ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପ୍ରସ୍ତୁତ କରାଯାଇଛି । ତେବେ ଏହି ଶବିରରେ କାମ କରୁଥିବା କର୍ମଚାରୀ ମାନଙ୍କୁ ମାସ୍କ, ଗ୍ଲୋବ, ସାନିଟାଇଜର, ହ୍ୟାଣ୍ଡୱାସ ଯୋଗାଇଦେବା । ଶିବିର ମଧ୍ୟକୁ ବାହାର ଲୋକଙ୍କୁ ପ୍ରବେଶ ନିଷେଧ କରିବା ସହ ସେଠାରେ ୧୪୪ ଧାରା ଜାରି କରିବା ଓ ବିଶୃଙ୍ଖଳା କାରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଧାୟକ ଶ୍ରୀ ଶତପଥୀ ପରାମର୍ଶ ଦେଇଥିଲେ । ସେହିପରି ଶିବିର ଗୁଡିକରେ ବିଦ୍ୟୁତ, ପାନୀୟ ଜଳ, ଉତ୍ତମ ମାନର ଖାଦ୍ୟ, ପ୍ରବାସୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପ୍ରମୁଖ ସୁଚାରୁରୁପେ ହେବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା ।
ଶିବିରରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବାକୁ ଜିଲ୍ଲପାଳ ଶୀ୍ର ଦାସ ସ୍ଥାନୀୟ ଉାକ୍ତରଙ୍କୁ ପରାମର୍ଶ ଦେଇଥିଲେ । ସେହିଭଳି ଖାଦ୍ୟପେୟର ମାନ ଠିକ୍ ରଖିବାକୁ ବିଡିଓ ଓ ସ୍ଥାନୀୟ ସରପଂଚ ମାନେ ଯତ୍ନବାନ ହେବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାରେ ପା୍ରୟ ୫୮ ହଜାର ପ୍ରବାସୀ ପଂଜିକରଣ କରିଛନ୍ତି । ସେଥି ମଧ୍ୟରୁ ବଡଚଣା ବ୍ଲକରେ ୭ ହଜାର ୩୮ ଜଣ ପଞ୍ଜୀକୃତ କରିଥିବା ବେଳେ ସେମାନଙ୍କ ପରିବାର ସଦସ୍ୟକୁ ମିଶାଇଲେ ଏହି ସଂଖ୍ୟା ୧୦ ହଜାରରୁ ଅଧିକ ହେବ ବୋଲି ସୂଚନା ମିଳିଥିଲା । ଅସ୍ଥାୟୀ ଶିବିରରେ ରହୁଥିବା ପ୍ରବାସୀ ମାନଙ୍କ ମଧ୍ୟରେ ଖାଦ୍ୟ କମିଟି, ସାସ୍କୃତିକ କମିଟି ଓ ସ୍ୱଚ୍ଛତା କମିଟି କରି ପରିଚାଳନା କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣୀ ନାୟକ, ଜିଲା ସୂଚନା ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବିଡିଓ ଅଜିତ ନାରାୟଣ ଗିରି, ତହସିଲଦାର ବରଣ୍ୟେନ୍ଦୁ ମହାନ୍ତି, ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ରଶ୍ମୀରଞ୍ଜନ ପଶାୟତ, ବିଦ୍ୟୁତ ବିଭାଗର ଏସଡିଓ ଶୈଳେଶ ରଂଜନ ପଟେଲ, ପଂଚାୟତ ସମିତି ଅଧକ୍ଷ ଭାଗ୍ୟଧର ମଲିକ, ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ସଭ୍ୟା ବିନୋଦିନୀ ସାହୁ, ବିପିନ ବିହାରୀ ଜେନା, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।
ଏହାପରେ ବିଧାୟକ ଶୀ୍ର ଶତପଥୀ ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଭୁଷଣ୍ଡପୁର ପଂଚାୟତର ମହାଖଳା ସେବାଶ୍ରମ ଠାରେ ସ୍ଥାପିତ କୋଭିଡ଼ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଯାଇ ଭିତ୍ତିଭୁମୀ ଯାଞ୍ଚ କରିଥିଲେ ।