କଲେଷ୍ଟ୍ରାଲ ଗୋଟିଏ ମହମ ଭଳି ଚିକିଣିଆ ପଦାର୍ଥ ଯାହାକି ରକ୍ତରେ ଓ ରକ୍ତ କୋଷିକା ରେ ଜମା ହୋଇଥାଏ । ଶରୀରରେ ଲିଭର ଦ୍ଵାରା କଲେଷ୍ଟ୍ରାଲ୍ ର ନିର୍ମାଣ ହୋଇଥାଏ , ଏହାଛଡା ଆପଣ ଯେଉଁ ଖାଦ୍ୟ ଖାଇ ଥାଆନ୍ତି ତା ଦ୍ଵାରା ମଧ୍ୟ କୋଲେଷ୍ଟ୍ରଲ ହୋଇଥାଏ । ଏହା ରକ୍ତରେ ଲୀପ୍ରୋ ପ୍ରୋଟିନ ନାମକ ବଢ଼ିଥାଏ । LDL ରକ୍ତରେ ବଢ଼ିଲେ ଅନେକ ଲକ୍ଷଣ ଦେଖା ଯାଇଥାଏ । ଏହି ସମୟରେ ଶରୀରର ଅଧିକାଂଶ ସ୍ଥାନରେ ଯନ୍ତ୍ରଣା ଅନୁଭବ ହୋଇଥାଏ ଓ ଏଥିରୁ ଆରାମ ପାଇବା ପାଇଁ କିଛିଟା ଘରୋଇ ଉପଚାର ଗ୍ରହଣ କରିବା ଜରୁରୀ ।
୧) କଲେଷ୍ଟ୍ରାଲ ବୃଦ୍ଧି ହେବା ଫଳରେ ବିଶେଷ ଭାବରେ ଶରୀରର ତଳ ଅଂଶ ରେ ଅଧିକ ଯନ୍ତ୍ରଣା ହୋଇଥାଏ । ଯେପରିକି ଜଙ୍ଘ , ଗୋଡ ପେଣ୍ଡା ଓ ଗୋଇଠୀ ଇତ୍ୟାଦି । ଏପରି ସ୍ଥିତି ରେ ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ଗୋଟିଏ ଗ୍ଲାସ୍ ଦୁଗ୍ଧ ରେ ମାତ୍ର ସାମାନ୍ୟ ହଳଦୀ ମିଶାଇ ପ୍ରତିଦିନ ସେବନ କରିବା ଦ୍ୱାରା ରକ୍ତ ଧମନୀ ରେ ଜମିଥିବା କଲେଷ୍ଟ୍ରାଲ ହ୍ରାସ ହେବା ସହ ଯନ୍ତ୍ରଣା ରୁ ଆରାମ ମିଳିଥାଏ ।
୨) ପେଟରେ ବାରମ୍ବାର ଯନ୍ତ୍ରଣା ଦ୍ଵାରା ଶରୀରରେ କଲେଷ୍ଟ୍ରାଲ ବୃଦ୍ଧି ହୋଇଥାଏ । ତେଣୁ ଏହି ଲକ୍ଷଣ ଦେଖା ଗଲେ ତେଲ ଓ ଘିଅ କମ ମାତ୍ରାରେ ସେବନ କରିବା ଉଚିତ୍ ।
୩) ଆମେରିକାରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ କଲେଷ୍ଟ୍ରାଲ ବୃଦ୍ଧି ହେବା ପରେ ଅଣ୍ଟା ରେ ଓ ତାର ତଳ ଅଂଶ ରେ ଗଭୀର ଯନ୍ତ୍ରଣା ହୋଇଥାଏ । ତେଣୁ ପିଠି ଓ ଅଣ୍ଟା ଯନ୍ତ୍ରଣା କୁ ଅଣଦେଖା ନକରି ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ ଏହାଛଡା ଜୁଆଣି ଓ ଲେମ୍ବୁ ପାଣି ନିୟମିତ ସେବନ କରନ୍ତୁ କଲେଷ୍ଟ୍ରାଲ ନିୟନ୍ତ୍ରିତ ହେବ ।
୪ ) ଗବେଷଣା ଅନୁସାରେ କଲେଷ୍ଟ୍ରାଲ ବୃଦ୍ଧି ହେବା ଦ୍ଵାରା ନପୁଂସକତା ମଧ୍ୟ ହୋଇଥାଏ । ଯାହା ଯେ କୌଣସି ପୁରୁଷ ଙ୍କ ପାଇଁ ବଡ଼ ଅସୁବିଧାର କାରଣ ହୋଇପାରେ । ହାଇ
କଲେଷ୍ଟ୍ରାଲ କାରଣରୁ ପେରିଫିରଲ ଅର୍ଟି ରୀୟଲ୍ ରୋଗ ହୋଇପାରେ । ଏହାଦ୍ବାରା ଶରୀରର ତଳ ପାର୍ଶ୍ଵରେ ରକ୍ତ ବାହିକା ଧମନୀ ରେ ବ୍ଲକେଜ ଆସିପାରେ । ସମ୍ବେଦନଶିଳ ଅଙ୍ଗରେ ରକ୍ତ ପ୍ରବାହ ହେବା କାରଣରୁ ନପୁଂସକତା ହୋଇପାରେ
