Odisha news

ଚୀନ ସହ ତିକ୍ତତା ପରେ ତିନି ସେନାକୁ ହାଇ ଆଲର୍ଟ

0

ନୂଆଦିଲ୍ଲୀ: ଚୀନ ସହ ତିକ୍ତତା ପରେ ତିନି ସେନାକୁ ହାଇ ଆଲର୍ଟ। ଲଦାଖ ସୀମାନ୍ତ LACକୁ ଅଧିକ ସଂଖ୍ୟକ ଯବାନ ପଠାଯାଇଥିବା ସୂଚନା ମିଳିଛି। ଲଦାଖରେ ୩ ଇନଫାଣ୍ଟ୍ରୀ ବାଟାଲିୟନ ମୁତୟନ ଅଛନ୍ତି। ଏଥିସହିତ ଅତି ଉଚ୍ଚ ପାର୍ବତ୍ୟ ଭୂମି ଯୁଦ୍ଧାଭ୍ୟାସ ଦକ୍ଷତା ରଖିଥିବା ଦୁଇଟି ଅଲଗା ଅଲଗା ବ୍ରିଗେଡ୍ ମଧ୍ୟ ମୁତୟନ କରାଯାଇଛି।

ସେହିପରି ୧୭ ମାଉଣ୍ଟେନ ଷ୍ଟ୍ରାଇକ କୋର ସେନାକୁ ମଧ୍ୟ ମୁତୟନ କରାଯାଇଛି। ହିମାଚଳ ପ୍ରଦେଶକୁ ଆର୍ମି ପକ୍ଷରୁ ଅତିରିକ୍ତ ସେନା ପଠାଯାଇଛି। ଉତ୍ତରାଖଣ୍ଡର ଗଡୱାଲ ଓ କୁମାୟୁଁ ଅଞ୍ଚଳରେ ସୈନ୍ୟବଳ ବଢ଼ାଇ ଦିଆଯାଇଛି। ଉତ୍ତରକାଶୀରେ ଏୟାର ଫୋର୍ସ ପକ୍ଷରୁ ଏୟାର ଷ୍ଟ୍ରିପକୁ ସକ୍ରିୟ କରାଯାଇଛି। ତିନି ସେନାକୁ ସବୁ ପ୍ରକାର ସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତ ଚୀନ ମଧ୍ୟରେ ହୋଇଥିବା ମୁହାଁମୁହିଁ ସଂଘର୍ଷକୁ ନେଇ ଏବେ ବି ଉତ୍ତେଜନା ଜାରି ରହିଛି। ପୂର୍ବରୁ ଦୁଇ ଦେଶ ମଧ୍ୟରେ ଏହାକୁ ନେଇ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନାହିଁ। ଆଜି ମେଜର ଜେନେରାଲ ସ୍ତରୀୟ ପୁଣି ଆଲୋଚନା ହେଉଥିବା ସେନା ପକ୍ଷରୁ ସୂଚନା ମିଳିଛି। ଭାରତ-ଚୀନ୍ ସୀମାରେ ଉତ୍ତେଜନା ହ୍ରାସ ପାଇଁ ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଚୀନ ବିଦେଶ ମନ୍ତ୍ରୀ ଓ୍ୱାଙ୍ଗ ୟିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପୂର୍ବ ଲଦାଖରେ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଉଭୟ ପକ୍ଷ ଆଲୋଚନା କରିଥିଲେ।

Leave A Reply