* ଯେତେବେଳେ ହିକା ସମସ୍ୟା ଦେଖାଦେଉଛି ଆପଣ ନିଶ୍ୱାସ ଅଟକାଇ ରଖି ଛାଡ଼ନ୍ତୁ l ଏପରି ବାରମ୍ବାର କରିବା ଦ୍ୱାରା ହିକା ସମସ୍ୟା ଠିକ ହୋଇଯିବ l
* ଯେତେବେଳେ ହିକା ଆସୁଛି ସେହି ସମୟରେ ଆପଣ ସିଧା ସଳଖ ଶୋଇ ନିଜ ଆଣ୍ଠୁ କୁ ଛାତି ଆଡକୁ ଟାଣନ୍ତୁ ଓ ନିଜେ ମଧ୍ୟ ମୋଡିହୋଇ ଆଗକୁ ଉଠାନ୍ତୁ ହିକା ଠିକ ହୋଇଯିବ l
* ଯେତେବେଳେ ହିକା ଆସୁଛି ନିଜ ବେକ ଚାରି ପାଖରେ ଓଦା କପଡା ଗୁଡ଼ାଇ ରଖନ୍ତୁ ହିକା ଠିକ ହୋଇଯିବ l
* ଯଦି ଦୀର୍ଘ ସମୟ ଧରି ହିକା ହେଉଛି ତେବେ ସାଧାରଣ ପାଣି ବଦଳରେ ଥଣ୍ଡା ପାଣି ପିଅନ୍ତୁ l
*ଯଦି ହିକା ଖାଇବା ସମୟରେ ଆସୁଛି ତେବେ କିଛି ଚିନି ପାଟିରେ ରଖି ନିଅନ୍ତୁ ହିକା ବନ୍ଦ ହୋଇଯିବ l
* ହିକା ହେଉଥିଲେ ମହୁ ସେବନ କରି ପାରିବେ ଓ ଏହାକୁ ଅଟକାଇ ପାରିବେ l କାରଣ ମହୁ ଆମର ନର୍ଭ ସିଷ୍ଟମ କୁ ଠିକ ରଖିଥାଏ l
* ଯଦି ବାରମ୍ବାର ହିକା ହେଉଛି ଖଣ୍ଡିଏ ଅଦାକୁ ପାଟିରେ ରଖି ତାର ରସକୁ ଚୂସନ୍ତୁ , ହିକା ଠିକ ହୋଇଯିବ l
