Odisha news

ଭାରତର ଏପରି କିଛି ସ୍ଥାନ : ଯେଉଁଠି ଲୋକମାନେ ହୋଲି ଖେଳିବାକୁ ଭୟ କରନ୍ତି , ଜାଣନ୍ତୁ କଣ ରହିଛି ରହସ୍ୟ

ରଙ୍ଗର ପର୍ବ ହୋଲି ପାଇଁ ପ୍ରାୟ ସମସ୍ତେ ଅତ୍ୟନ୍ତ ଭାବାତୁର ହୋଇ ଅପେକ୍ଷା କରିଥାନ୍ତି l ଏହା ଭାରତର ଗୋଟିଏ ମୁଖ୍ୟ ପର୍ବ ହୋଇଥିଲେ ମଧ୍ୟ କିଛିଟା ସ୍ଥାନ ଏଭଳି ରହିଛି ଯେଉଁଠି ଏହି ପର୍ବକୁ ପାଳନ କରାଯାଏ ନାହିଁ l ଯେଉଁଠି ହୋଲିର ରଙ୍ଗ ବିଲକୁଲ ମଧ୍ୟ ଖେଳା ଯାଏ ନାହିଁ l ଆସନ୍ତୁ ଜାଣିବା ସେହି ଜାଗା ଗୁଡିକ ବିଷୟରେ l

* ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ଦୁର୍ଗାପୁର ଗ୍ରାମରେ ଲୋକମାନେ ହୋଲିର ପର୍ବକୁ ଭୟ କରିଥାନ୍ତି l ଏଠାରେ ହୋଲି ଦିନ ଲୋକମାନେ ଭୁଲରେ ମଧ୍ୟ ରଙ୍ଗ ଖେଳନ୍ତି ନାହିଁ l ସେମାନଙ୍କ ଧାରଣା ରହିଛି ଯେ ଯଦି ହୋଲି ଖେଳିବେ ତେବେ ବିପଦ ମାଡି ଆସିବ l ଏକ ପୌରାଣିକ କଥା ଅନୁସାରେ ଏହି ଗ୍ରାମର ଶାସକ ଥିଲେ ରାଜା ଦୁର୍ଗା ଦେବ ,ସେହି ରାଜାଙ୍କ ପୁତ୍ରଙ୍କର ହୋଲି ଦିନ ମୃତ୍ୟୁ ହୋଇଗଲା l ଯଦି କେବେବି ଏହି ଗ୍ରାମରେ ହୋଲି ପର୍ବ ପାଳନ ହୋଇଛି ତେବେ ମରୁଡି ସମସ୍ୟା ଦେଖା ଦେଇଛି l ଏହି ରାଜା ନିଜ ମୃତ୍ୟୁ ପୂର୍ବରୁ ଆଦେଶ ଦେଇଥିଲେ ଯେ ତାଙ୍କ ଗ୍ରାମରେ କେବେବି ହୋଲି ପାଳନ ହେବ ନାହିଁ l

* ଭାରତରେ ଏଭଳି ଗୋଟିଏ ସ୍ଥାନ ରହିଛି ଯେଉଁଠି ହୋଲିରେ ରଙ୍ଗ ନଖେଳି ଶୋକ ସଭା କରିଥାନ୍ତି l ଏହି ଗ୍ରାମଟି ହେଉଛି ରାୟ ବରେଲୀ ସ୍ଥିତ ଡଲମଉ ଅଂଚଳର ଖଜୁରୀ ଗ୍ରାମ l ଏଠାରେ ଥିବା ସ୍ଥାନୀୟ ବାସିନ୍ଦା କୁହନ୍ତି ଯେ ପୁରୁଣା ସମୟରୁ ଖଜୁରୀ ଗ୍ରାମର କିଲ୍ଲାକୁ ମୋଗଲ ଶାସକ ହୋଲି ଦିନ ଧ୍ୱସ୍ତ କରି ଦେଇଥିଲେ l ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇ ଯାଇଥିଲା l ଏଠାରେ ହୋଲିଦିନ ଘଟଣାଟି ଘଟି ଥିବା କାରଣରୁ ଏଠାରେ ହୋଲି ପାଳନ କରାଯାଏ ନାହିଁ l

* ରାଜସ୍ଥାନର ବ୍ରାହ୍ମଣ ଜାତିର ଚୋବାଟିଆ ଜୋଷୀ ଜାତିର ଲୋକମାନେ ହୋଲି ପାଳନ କରନ୍ତି ନାହିଁ l କାରଣ ଏହି ଜାତିର ଜଣେ ମହିଳା ଙ୍କ ପୁତ୍ର ହୋଲିକା ଦହନ ସମୟରେ ନିଆଁରେ ଜଳି ମୃତ୍ୟୁ ବରଣ କରିଥିଲା l ସେହିଦିନ ଠାରୁ ସେଠାରେ ହୋଲି ପର୍ବ ପାଳନ କରାଯାଏନାହିଁ l କୁହାଯାଏ ଯେ ଏହି ଗ୍ରାମରେ ହୋଲି ପାଳନ ହେଲେ ଲୋକମାନେ କଷ୍ଟ ଭୋଗ କରିବେ l

Comments are closed.