Odisha news

ଆୟୁର୍ବେଦ ଅନୁସାରେ ପୁରୁଷ ମାନଙ୍କର ସ୍ପର୍ମ କାଉଣ୍ଟ କୁ ବୃଦ୍ଧି କରିବା ସହିତ ହର୍ମୋନ ସନ୍ତୁଳନ ରଖିଥାଏ ଏହିସବୁ ଜିନିଷ

0
ଜଳବାୟୁ ପ୍ରଦୂଷିତ ହେବା ସହିତ ଖରାପ ଜୀବନ ଶୈଳୀ ମଣିଷ ମାନଙ୍କ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରୁଛି l ଗବେଷକ ମାନଙ୍କ ମତରେ ଏହା ବିଶେଷ ଭାବରେ ପୁରୁଷ ମାନଙ୍କୁ ପ୍ରଭାବିତ କରୁଛି l ଯେଉଁ କାରଣରୁ ଅନେକ ବ୍ୟକ୍ତିଙ୍କ ର ଦାମ୍ପତ୍ୟ ଜୀବନ ବିଶେଷ ଭାବରେ ପ୍ରଭାବିତ ହୋଇ ଥିବାର ଆମେ ଦେଖିବାକୁ ପାଇଥାଉ l ତେଣୁ ବର୍ତମାନ ଚିକିତ୍ସକ ମାନେ ପୁରୁଣା ପଦ୍ଧତିର ଆୟୁର୍ବେଦ ଚିକିତ୍ସା କୁ ଗୁରୁତ୍ୱ ଦେଉଛନ୍ତି, ଯାହାକି ପୁରୁଷ ମାନଙ୍କ ନିକଟରେ ସ୍ପର୍ମ କାଉଣ୍ଟ ବୃଦ୍ଧି କରିବା ସହିତ ହର୍ମୋନ କୁ ମଧ୍ୟ ସନ୍ତୁଳନ ରଖିଥାଏ l

– ପୁରୁଣା ଚିକିତ୍ସା ପଦ୍ଧତିରେ ମେଥି ମଞ୍ଜି କୁ ଖୁବ ଗୁରୁତ୍ୱ ଦିଆଯାଉ ଥିଲା l ଆୟୁର୍ବେଦ ଅନୁସାରେ ମେଥି ମଞ୍ଜି ପୁରୁଷ ମାନଙ୍କ ହର୍ମୋନ କୁ ସନ୍ତୁଳନ ରଖିଥାଏ l ତେଣୁ ନିୟମିତ ଭାବରେ ମେଥି ଗୁଣ୍ଡ ଓ ଉଷୁମ ପାଣି ସେବନ କରିବା ଦ୍ୱାରା ମଧ୍ୟ ସ୍ପର୍ମ କାଉଣ୍ଟ ବୃଦ୍ଧି ହୋଇଥାଏ l

– ପୋସ୍ତକ  ରହିଥିବା ତତ୍ୱ ମାନସିକ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ଏହାକୁ ସେବନ କରିବା ଦ୍ୱାରା ମନ ଶାନ୍ତ ହୋଇଥାଏ l ଏହାକୁ ନିୟମିତ ସେବନ କରିବା ଦ୍ୱାରା ପୁରୁଷ ମାନଙ୍କ ମଧ୍ୟରେ ସେକ୍ସଅଲ ଲାଇଫ ରେ ସକାରାତ୍ମକ ପ୍ରଭାବ ପଡିଥାଏ l

– ସୂର୍ଯ୍ୟମୁଖୀ ମଞ୍ଜିରେ ଓମେଗl  3, ଜିଙ୍କ, ଭିଟାମିନ E ଓ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ l  ଏହାକୁ ସିଝାଇ ଓ ଗୁଣ୍ଡକରି ଦୁଗ୍ଧ ସହିତ ସେବନ କରିପାରିବା l ନିୟମିତ ସେବନ ଦ୍ୱାରା ପୁରୁଷ ମାନଙ୍କ ମଧ୍ୟରେ ଫର୍ଟିଲିଟି ବୃଦ୍ଧି ହୋଇଥାଏ l

– ରାଶିରେ ମେସମୋନୀଲ ଓ ଟୋକୋଫେରାଲ କମ୍ପାଉଣ୍ଡ ରହିଛି, ଯାହାକି ଆଣ୍ଟିଅକ୍ସିଡେଣ୍ଟ ଭଳି କାର୍ଯ୍ୟ କରିଥାଏ ଓ ଫର୍ଟିଲିଟି ବୃଦ୍ଧି କରିବା ସହିତ ସ୍ପର୍ମ କାଉଣ୍ଟ ମଧ୍ୟ ବୃଦ୍ଧି କରିଥାଏ l

– କଖାରୁ ମଞ୍ଜି ଖୁବ ପ୍ରଭାବ ଶାଳୀ ଅଟେ l ଏଥିରେ ଓମେଗା 3 ଫ୍ୟାଟି ଏସିଡ ରହିଛି, ଯାହାକି ହର୍ମୋନଲ ଋଆକ୍ସନ କୁ କମ କରି ସ୍ପର୍ମ କାଉଣ୍ଟ କୁ ବୃଦ୍ଧି କରିଥାଏ l ଏହାକୁ ନିୟମିତ ରାତିରେ ଦୁଗ୍ଧ ସହିତ ସେବନ କରିବା ଜରୁରୀ l

– ଚିୟା ସିଡ୍ସ ରେ ଆଣ୍ଟି – ଅକ୍ସିଡେଣ୍ଟ ରହିଥାଏ, ଏହା ଫ୍ରି ରେଡ଼ିକୁଲସ କୁ ହ୍ରାସ କରି ଫର୍ଟିଲିଟି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l  ଏହାଛଡା ସ୍ପର୍ମ କ୍ୱାଲିଟି ମଧ୍ୟ ବୃଦ୍ଧି କରିଥାଏ l ତେଣୁ ନିୟମିତ ସେବନ ଶରୀର ପାଇଁ ହିତକର ଅଟେ l

Leave A Reply