Odisha news

ଶୀତଋତୁର ସୁପର ହର୍ବାଲ ଟି : ‘ଅଶ୍ଵଗନ୍ଧା ଚା’ ଯାହାକି ଶରୀରକୁ ଦେଇଥାଏ ୫ଟି ଚମତ୍କାର ଲାଭ

0

ଶୀତଦିନ ଆସିଲା ମାତ୍ରକେ ଆମେ ଅନେକ ପ୍ରକାରର ଶାରୀରିକ ସମସ୍ୟା ରେ ପୀଡିତ ହୋଇଥାଉ କିନ୍ତୁ ଅଶ୍ଵଗନ୍ଧା ରେ ପ୍ରସ୍ତୁତ ହର୍ବଲ ଟି ଆମକୁ ଦେବ ଚମତ୍କାର ଲାଭ l

– ମାନସିକ ଚିନ୍ତା ଦୂର ହେବ –
ଅଶ୍ଵଗନ୍ଧା ରେ ଏଡପ୍ଟୋଜେନ ରହିଥାଏ ଯାହାକି ଶରୀରକୁ ମାନସିକ ଦୁଶ୍ଚିନ୍ତା ରୁ ରକ୍ଷା କରିଥାଏ l ଶୀତଋତୁ ରେ ସାଧାରଣ ଭାବରେ ଆମେ ମେଣ୍ଟାଲ ଡିପ୍ରେସନ ର ଶିକାର ହୋଇଥାଉ l ଏବଂ ଅଶ୍ଵଗନ୍ଧା ଚା ଏହାକୁ କମ କରିବାରେ ସାହାଯ୍ୟ କରିଥାଏ l

– ପ୍ରତି ରୋଧକ କ୍ଷମତା ବୃଦ୍ଧି କରେ –
ଅଶ୍ଵଗନ୍ଧା ଚା ସେବନ କରିବା ଦ୍ୱାରା ଶରୀରର ରୋଗ ପ୍ରତି ରାଧାଙ୍କ କ୍ଷମତା ବୃଦ୍ଧି ହୋଇଥାଏ l ଯାହାକି ଶୀତଋତୁ ରେ ହେଉଥିବା ବିଭିନ୍ନ ସଂକ୍ରମଣ ଜନିତ ରୋଗ ନିକଟରୁ ରକ୍ଷା କରିଥାଏ l ଏଥିରେ ଥିବା ଆଣ୍ଟିଇମ୍ଫ୍ଲମେଟ୍ରି ଓ ଆଣ୍ଟି ଆକ୍ସିଡେଣ୍ଟ ରୋଗ ନିକଟରୁ ଦୁରେଇ ରଖେ l

– ଶରୀର କୁ ଉର୍ଜା ଯୋଗାଇ –
ଅଶ୍ଵଗନ୍ଧା ଚା ଶରୀର କୁ ଉର୍ଜା ଦେଇଥାଏ ଓ ଥକାପଣ ଦୂର କରିଥାଏ l ଶୀତଋତୁ ରେ ଶରୀରକୁ ସତେଜ ରଖିବାରେ ସାହାଯ୍ୟ କରିଥାଏ ଅଶ୍ଵଗନ୍ଧା ଚା l

– ଭଲ ନିଦ କରାଏ –
ଅଶ୍ଵଗନ୍ଧା ଚା ମାନସିକ ଶାନ୍ତି ଦେଇଥାଏ ଓ ଶରୀର କୁ ଫୁର୍ତି ରଖିଥାଏ l ଏହା ନିଦ ର ଗୁଣବତା କୁ ସୁଧାରି ଥାଏ l ବିଶେଷ ଭାବରେ ସେହି ଲୋକଙ୍କ ପାଇଁ ଯେଉଁମାନେ ନିଦ୍ରା ହୀନତାର ଶିକାର ହେଉଛନ୍ତି l

– ପାଚନ ତନ୍ତ୍ର ପାଇଁ ହିତକର –
ଅଶ୍ଵଗନ୍ଧା ଚା ସମସ୍ତ ପେଟ ସମସ୍ୟା କୁ ଠିକ କରିଥାଏ, ଗ୍ୟାସ, ଏସିଡ଼ିଟି, କୋଷ୍ଠ କାଠିନ୍ୟ, କୁ ଦୂର କରିଥାଏ l  ଶୀତଋତୁ ରେ ହେଉଥିବା ପେଟ ସମସ୍ୟା ପାଇଁ ଏହା ଖୁବ ହିତକର ଅଟେ l

କିପରି ପ୍ରସ୍ତୁତ କରିବେ –
ଗୋଟିଏ ପାତ୍ରରେ ଅଶ୍ଵଗନ୍ଧା ପାଉଡର, ପାଣି, ଡ଼ାଲିଚୀନୀ , ଅଦା , କୁ ଭଲରେ ଫୁଟାଇ ନିଅନ୍ତୁ ଏବଂ ପରେ ଏଥିରେ ଲେମ୍ବୁ ରସ ଓ ମହୁ  ମିଶାଇ ସେବନ କରନ୍ତୁ l ଶୀତଋତୁ ରେ ନିୟମିତ ସେବନ କରନ୍ତୁ l

Leave A Reply