Odisha news

ଆଜି ବାରିପଦା ସବୁଠୁ ଉତପ୍ତ ସହର : ସର୍ବୋଚ୍ଚ ତାପମାତ୍ରା ୪୪ଡ଼ିଗ୍ରି ରେକର୍ଡ

ଭୁବନେଶ୍ବରରେ ୪୦.୬ ଡିଗ୍ରି ରେକର୍ଡ

0

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ଜାରି ରହିଛି। ସକାଳ ୮ଟା ହେବା ମାତ୍ରେ ସୂର୍ଯ୍ୟଦେବତାଙ୍କ ପ୍ରଖର କିରଣ ଜନଜୀବନ ଅସ୍ତବ୍ୟସ୍ତ କରୁଛି। ମୟୂରଭଂଜ ଜିଲ୍ଲା ସଦର ମହକୁମା ବାରିପଦାରେ ଶୁକ୍ରବାର ସର୍ବୋଚ୍ଚ ଦିନ ତାପମାତ୍ରା ୪୪ଡ଼ିଗ୍ରି ରେକର୍ଡ ହୋଇଛି। ସେହିଭଳି ଟ୍ୱିନ ସିଟିରେ ତାପମାତ୍ରା ୪୦ଡ଼ିଗ୍ରି ଅତିକ୍ରମ କରିଛି। କଟକରେ ଏହା ୪୧.୨ ଥିବା ବେଳେ ଭୁବନେଶ୍ୱରରେ ୪୦.୬ ଡ଼ିଗ୍ରି ପାରା ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅନ୍ୟପଟରେ କାଲିଠାରୁ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ଆଶଙ୍କା କରାଯାଉଛି। ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୧୭ରେ ଉତ୍ତର ଉପକୂଳ ଓ ୧୮ରେ ପୂରା ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply