Odisha news

ଅତ୍ୟଧିକ ଗରମ ମସ୍ତିଷ୍କ ଉପରେ ପକାଇଥାଏ ଗମ୍ଭୀର ପ୍ରଭାବ ସତର୍କ ରହିବ ନିହାତି ଜରୁରୀ

0

ବର୍ତମାନ ସାରା ଭାରତରେ ଗ୍ରୀଷ୍ମପ୍ରବାହ ଜାରୀ ରହିଛି, ଯେଉଁ କାରଣରୁ ଲୋକେ ତ୍ରାହି ତ୍ରାହି ଡାକିଲେଣି l ଉତର ଭାରତରେ ଉତ୍ତାପ ଯେବେକି ୫୦ ପାଖାପାଖି ହୋଇ ଯାଉଛି l ଯାହାକୁ ଦେଖି ଚିକିତ୍ସା ବିଜ୍ଞାନ ରେ ଚିନ୍ତା ଦେଖିବାକୁ ମିଳୁଛି l ହିଟ ୱେଭ କେବଳ ହିଟ ଷ୍ଟ୍ରୋକ ରେ ପ୍ରଭାବିତ କରି ନଥାଏ, ବରଂ ମାନସିକ ସ୍ୱାସ୍ଥ୍ୟ କୁ ମଧ୍ୟ ପ୍ରଭାବିତ କରୁଛି l ଏମ୍ସ ର ଚିକିତ୍ସକ ଙ୍କ ନିକଟରୁ ଜାଣିବା କିପରି ଏହି ହିଟ ୱେଭ ଏଙ୍ଗଯାଇଟି ଓ ଡିପ୍ରେସନ ର କାରଣ  ହୋଇଥାଏ l

* ଏମ୍ସ ର ଚିକିତ୍ସକ ଙ୍କ ମତରେ ଜଳବାୟୁରେ ତାପମାତ୍ରା ବୃଦ୍ଧି ମସ୍ତିଷ୍କ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇପାରେ l ଏବଂ ପୂର୍ବରୁ ଯେଉଁ ଲୋକ ମାନେ ଡିପ୍ରେସନ , ମାନସିକ ଚାପ ଭଳି ସମସ୍ୟା ପୀଡିତ ହୋଇ ଥାଆନ୍ତି ସେମାନଙ୍କ ଅତ୍ୟଧିକ ତାପମାତ୍ରା ରୁ ଦୁରେଇ ରହିବା ଆବଶ୍ୟକ l କାହିଁକି ନା ଏଭଳି ବ୍ୟକ୍ତି ଗମ୍ଭୀର ପରିସ୍ଥିତି ରେ ସମୁଖୀନ ହୋଇ ଥାଆନ୍ତି l ବର୍ତମାନ ର ତାପମାତ୍ରା ବୃଦ୍ଧି ଅଚାନକ ମୁଡ଼ ପରିବର୍ତନ, ଅଧିକ କ୍ରୋଧ ଆସିଥାଏ, ହତାସା ଭାବ ଓ ଡିପ୍ରେସନ ମାମଲା ବଢିବାକୁ ଲାଗିଥାଏ , ବେୱାଲେବେଳେ ସ୍ଥିତି ଏତେ ଅଧିକ ଗମ୍ଭୀର ହୋଇଯାଇ ଥାଏ ଯେ ଆତ୍ମହତ୍ୟା ଆଡକୁ ମଧ୍ୟ ମଣିଷ ଅଗ୍ରସର ହୋଇଥାଏ l

* ଏକ୍ସପର୍ଟ ଙ୍କ ମତରେ ଯେତେବେଳେ ଆମ ଶରୀର ହାଇ ଟେମ୍ପରେଚର ର କଣ୍ଟାକ୍ଟ ରେ ଆସିଥାଏ, ଏବଂ ଝାଳ ଅଧିକ ବାହାରିଥାଏଏବଂ ଝାଳ ବ୍ଲଡ଼ ଭସେଲସ କୁ ଚଉଡା କରି ଶରୀର କୁ ଥଣ୍ଡା କରିବାକୁ ଚେଷ୍ଟା କରିଥାଏ l ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣ ଗରମ ପ୍ରବାହ ରେ ରହିବ ଦ୍ୱାରା ମସ୍ତିଷ୍କ ରୁ ରସାୟନ ଭଳି ସେରୋଟାନିନ ଓ ଦୋପlମୀନ ଉପରେ ପ୍ରଭାବ ପଡିଥାଏ ଏବଂ ମୁଡ଼ ସୁଇଙ୍ଗ ହେବାକୁ ଲାଗିଥାଏ l ଏହି କାରଣରୁ ଗରମ ହେଲେ କ୍ରୋଧ, ଚିଡିଚିଡା ଲାଗିବା , ଚିନ୍ତା, ମାନସିକ ଚାପ ବୃଦ୍ଧି ହୋଇଥାଏ l

* ଏମ୍ସ ଚିକିତ୍ସକ ଙ୍କ ମତରେ ମସ୍ତିଷ୍କ କୁ ଥଣ୍ଡା ରଖିବା ନିହାତି ଜରୁରୀ, ଏଥିପାଇଁ ପର୍ଯ୍ୟାପ୍ତ ନିଦରେ ଶୋଇବା ଜରୁରୀ l ଯେବେ ଆପଣ ୬ରୁ ୮ ଘଣ୍ଟା ସୋଇ ଥାଆନ୍ତି ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କ ଉପରେ ପଜିଟିଭ ଇଫେକ୍ଟ ପଡିଥାଏ ଓ ଚାପ କମ ହେବାରେ ସାହାଯ୍ୟ କରିଥାଏ l

Leave A Reply