Odisha news

ଅସହ୍ୟ ଗରମରେ ରାଜଧାନୀ ବସି ହନ୍ତ ସନ୍ତ : ଭୁବନେଶ୍ୱର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ

0

ଭୁବନେଶ୍ବର: ଚଳିତ ସପ୍ତାହରେ ତାପମାତ୍ରା ଜାରି ରହିଛି। ଆଜି ମଧ୍ୟ ଏଥିରୁ ନିସ୍ତାର ମିଳିନାହିଁ। ପ୍ରଖର ସୂର୍ଯ୍ୟକିରଣକୁ ତତଲା ଝାଞ୍ଜି ପବନରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଆଜି ଦିନ ୨ଟା ୩୦ରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବରବାସୀ ୪୩.୬ ଡିଗ୍ରିରେ ଭାଜି ହୋଇଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ାରେ ଆଜି ତାପମାତ୍ରା ୪୨.୬ ଡିଗ୍ରି ରେକର୍ଡ ହୋଇଛି। ସେହିପରି ବାଲେଶ୍ବରରେ ୪୨.୨, ସମ୍ବଲପୁରରେ ୪୧.୭, ହୀରାକୁଦରେ ୪୧.୪, ଚାନ୍ଦବାଲିରେ ୪୧.୨, କେନ୍ଦୁଝରରେ ୪୦.୯ ଓ ରାଉରକେଲାରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

ସୂଚନାଯୋଗ୍ୟ, ଗତ ୫ ତାରିଖ ଦିନ ଭୁବନେଶ୍ବରରେ ଦିନର ସର୍ବାଧିକ ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ କରାଯାଇଥିଲା। ଆଜି ଏହି ରେକର୍ଡ ଅତିକ୍ରମ କରିସାରିଛି। ଦିନର ସର୍ବାଧିକ ତାପମାତ୍ରା ଆସିବାକୁ ଥିବା ବେଳେ ଭୁବନେଶ୍ବରରେ ଆଜି ପାରା ୪୪ ଡିଗ୍ରି ଅତିକ୍ରମ କରିପାରେ ବୋଲି ପୂର୍ବାନୁମାନ କରାଯାଉଛି।

Nalco
Leave A Reply