Odisha news

ଗରମ ସହିତ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ରାଜ୍ୟବାସୀ : ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଅଥିକ

0

ଆଷାଢ଼ ମାସ ୧୫ ଦିନ ଅତିକ୍ରମ କରିସାରିଥିବା ବେଳେ ରାଜ୍ୟରେ ଜ୍ୟେଷ୍ଟ ମାସର ଖରା ଅନୁଭୂତ ହେଉଛି। ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଦିନରେ ବି ବର୍ଷା ହୋଇନାହିଁ। ଫଳରେ ଲୋକେ ଗରମ ସହିତ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି। ରାଜ୍ୟବାସୀ ବର୍ଷାକୁ ଚାତକ ପକ୍ଷୀ ଭଳି ଅନେଇ ରହିଥିବା ବେଳେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟର ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଅଥିବା ଏଥିରୁ ଊର୍ଦ୍ଧ୍ବ ରେକର୍ଡ କରାଯାଇଛି। ସମ୍ବଲପୁରରେ ରାଜ୍ୟର ସର୍ବାଧିକ ୪୨.୧ ଡିଗ୍ରି ପାରା ଛୁଇଁଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ାରେ ୪୨, ଟିଟିଲାଗଡ଼ରେ ୪୨, ହୀରାକୁଦରେ ୪୧.୯, ସୋନପୁରରେ ୪୧.୮, ବଲାଙ୍ଗୀରରେ ୪୧.୨, ସୁନ୍ଦରଗଡ଼ରେ ୪୧, ବରଗଡ଼ରେ ୪୦.୮, ବାରିପଦା ଓ ଭବାନୀପାଟଣାରେ ଆଜି ପାରଦ ୪୦ ଡିଗ୍ରି ଛୁଇଁଛି।

ଅନ୍ୟପଟରେ ଜୁନ୍‌ ୨୨ ତାରିଖରେ ଉତ୍ତର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୩ ଏବଂ ୨୪ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ( ୭ରୁ ୨୦ସେମି)ପାଇଁ ଚେତବାନୀ ଜାରି କରାଯାଇଛି।

Leave A Reply