ତରକାରୀରୁ ନେଇ ପରଟା ପର୍ଯ୍ୟନ୍ତ ସବୁଥିରେ ପ୍ରାୟ ମେଥିର ବ୍ୟବହାର କରାଯାଇଥାଏ l ମେଥି ଖାଇବାର ସ୍ୱାଦ ବଢ଼ାଇଥିବା ସହିତ ଆୟୁର୍ବେଦ ଅନୁସାରେ ଦେହପାଇଁ ମଧ୍ୟ ହିତକର lଭାରତରେ ଯୁଗଯୁଗରୁ ମେଥିପତ୍ର ସହିତ ମେଥି ଦାନାର ଆୟୁର୍ବେଦ ଔଷଧରେ ପ୍ରୟୋଗ କରାଯାଏ l ମେଥି ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିଥାଏ ବୋଲି ଆୟୁର୍ବେଦ ଚିକିତ୍ସକ ମାନେ ମତ ଦେଇଥାନ୍ତି l ଭୂମଧ୍ୟକ୍ଷେତ୍ର ,ଦକ୍ଷିଣ ୟୁରୋପ ଓ ଏସିଆ ମହାଦେଶର ପଶ୍ଚିମ ଭାଗରେ ମେଥିଚାଷ କରାଯାଇଥାଏ l ମେଥିପତ୍ରର ବ୍ୟବହାର ତରକାରୀରେ କରାଯିବl ସହିତ ଏହାର ମଞ୍ଜିକୁ ମସଲା ଆକାରରେ ବ୍ୟବହାର ହୁଏ l ମେଥିକୁ ସଂସ୍କୃତରେ ମେଥିକା କୁହାଯାଏ l
* ମଧୁମେହ ପାଇଁ ମେଥି -ମଧୁମେହ ରୋଗୀମାନେ ନିଜର ଖାଦ୍ୟ ଖାଇବାର ଶୈଳୀ ଉପରେ ଧ୍ୟାନଦେବା ଆବଶ୍ୟକ l ଏହି ପ୍ରକାର ଲୋକମାନେ ମେଥି ଦାନାକୁ ନିଜ ଖାଦ୍ୟରେ ପ୍ରତ୍ୟକ ଦିନ ସାମିଲ କରିବା ଉଚିତ l ଏହି କଥାକୁ ପୁଷ୍ଟି କରିବା ପାଇଁ ଏକ ବୈଜ୍ଞାନିକ ଗବେଷଣା କରାଯାଇଥିଲା ,ଯେଉଁଥିରୁ ଜଣା ପଡିଥିଲା ଯେ ମେଥିର ଦାନା ସେବନ କରିବା ଦ୍ୱାରା ରକ୍ତରେ ଶର୍କରାର ମାତ୍ର କୁ ନିୟନ୍ତ୍ରଣ କରିଥାଏ lଅନ୍ୟ ଏକ ଗବେଷଣାରୁ ଜଣ ପଡିଛି ଯେ ମେଥିର ଥିବା ହାଇପୋଗ୍ଲିସେମିକ ମଧୁମେହ ପାଇଁ ହିତକର l
* ଆର୍ଥରାଇଟିସ ଯନ୍ତ୍ରଣାରୁ ଆରାମ ଦିଏ -ବୟସ ବଢିବା ସହିତ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ଆଣ୍ଠୁଗଣ୍ଠି ଫୁଲା ଲାଗି ରହିଥାଏ ,ଯାହା ଦ୍ୱାରା ଆମେମାନେ ସର୍ବଦା ଯନ୍ତ୍ରଣାର ଶିକାର ହେଉ l ଏହି ପ୍ରକାରର ଗଣ୍ଠିବିନ୍ଧାକୁ ଆର୍ଥରାଇଟିସ କୁହାଯାଏ l ମେଥିଦାନା ଆର୍ଥରାଇଟିସ ପାଇଁ ରାମବାଣ ,ଯାହାକୁ ଯୁଗଯୁଗରୁ ଆୟୁର୍ବେଦରେ ବ୍ୟବହାର କରାଯାଏ l ମେଥିରେ ଆଣ୍ଟିଇନ୍ଫ୍ଲମେଟୋରି ଓ ଆଣ୍ଟିଆକ୍ସିଡେଣ୍ଟ ଗୁଣ ମିଳିଥାଏ ,ଏହି ତତ୍ୱ ଗଣ୍ଠିର ଫୁଲା ସହିତ ଆର୍ଥରାଇଟିସଯନ୍ତ୍ରଣାରୁ ମଧ୍ୟ ଆରାମ ଦେବାରେ ସାହାଯ୍ୟ କରେ l ମେଥିର ଆଇରନ ,କ୍ୟାଲସିୟମ ଓ ଫସଫରସ ଭରପୁର ମାତ୍ରାରେ ମିଳିଥାଏ ,ଯାହା ହାଡ ପାଇଁ ନିତ୍ୟାନ୍ତ ଆବଶ୍ୟକ l
* ପ୍ରସବପରେ ମେଥି ଖାଇବା ଆବଶ୍ୟକ -ପ୍ରସବପରେ ନବଜାତ ଶିଶୁ ପାଇଁ ମା କ୍ଷୀରଠାରୁ ଆଉଭଲ ଖାଦ୍ୟ କିଛି ନାହିଁ l ଏହି ସମୟରେ ସ୍ତନ୍ୟପାନ କରୁଥିବା ମା ମାନଙ୍କ ପାଇଁ ମେଥିଦାନା ସହିତ କ୍ଷୀର ଖାଇବା ଆବଶ୍ୟକ l NCBI ଦ୍ୱାରା ମିଳିଥିବା ଏକ ସୂଚନା ଅନୁସାରେ ମେଥି ଖାଇବା ଦ୍ୱାରା ମା କ୍ଷୀରର ଗୁଣଵାର୍ତା ଉନ୍ନତ ଧରଣର ହୋଇଥାଏ l ମେଥିର ଥିବା ଆଇରନ ଓ କ୍ୟାଲସିୟମ ମା ର ଶରୀର ପାଇଁ ଆବଶ୍ୟକ l
*ଓଜନ କମ କରିବାରେ ସାହାଯ୍ୟ କରେ -ଯଦି କୌଣସି ବ୍ୟକ୍ତି ନିଜର ଓଜନ କମାଇବାକୁ ଚାହୁଁଛନ୍ତି ତେବେ ମେଥିର ବ୍ୟବହାର କଲେ ତାଙ୍କୁ ଉପକାର ମିଳିବ l ମେଥି ଶରୀରରେ ଫ୍ୟାଟକୁ ଜମା ହେବାକୁ ଦିଏ ନାହିଁ l ମେଥିର ଫାଇବରର ମାତ୍ରl ଅଧିକ ଥାଏ ,ଯାହା ଫଳରେ ଖାଦ୍ୟ ହଜମ ହେବl ସହିତ ଭୋକକୁ ଶାନ୍ତ ରଖିଥାଏ l ଏହା ବ୍ୟତୀତ ମେଥିର ବିଭିନ୍ନ ପ୍ରକାରର ପଲିଫୋନଲସ ମିଳିଥାଏ ଯାହା ଓଜନ କମାଇବାରେ ସାହାଯ୍ୟ କରିଥାଏ l
* ଏସିଡ଼ିଟି ପାଇଁ ମେଥି -ଏସିଡ଼ିଟି ସମସ୍ୟା ପାଇଁ ମେଥିଦାନା ଅତ୍ୟନ୍ତ ମହତ୍ୱ ପୂର୍ଣ୍ଣ l ଏସିଡ଼ିଟିର ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିମେନ ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ ମେଥିଗୁଣ୍ଡ ଖାଇବା ଦ୍ୱାରା ଏସିଡ଼ିଟି ସମସ୍ୟାରୁ ରକ୍ଷା ପାଇପାରିବେ l କିମ୍ବା ରାତିରେ ମେଥିଦାନାକୁ ପାଣିରେ ବତୁରାଈ ରଖିବେ ସକାଳୁ ସେହି ପାଣି ସହିତ ମେଥିମଞ୍ଜିକୁ ଚୋବାଇ ଖାଇଲେ ଗ୍ୟାସ ଓ ଏସିଡ଼ିଟି ଦୂର ହେବ l
