Odisha news

ନିଜକୁ ସୁସ୍ଥ ରଖିବା ପାଇଁ କଲରାର ବ୍ୟବହାର କରନ୍ତୁ : କଲରା ଖାଇବା ଦ୍ୱାରା ଅଧିକାଂଶ ରୋଗରୁ ଦୁରେଇ ହୋଇ ରହି ପାରିବେ

0

କଲରାକୁ ଗୋଟିଏ ସ୍ୱାସ୍ଥ୍ୟ ବର୍ଧକ ପାରିବ ଭାବରେ ଗଣା ହୁଏ l ଏହାର ସ୍ୱାଦ ପିତା ହୋଇଥିବା କାରଣରୁ ଅଧିକାଂଶ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ ,କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଖାଇବାକୁ ବାଧ୍ୟ ହୋଇଥାନ୍ତି l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ କଲରା ଖାଇବା ଦ୍ୱାରା ଅଧିକାଂଶ ରୋଗରୁ ଦୁରେଇ ହୋଇ ରହି ପାରିବେ l କଲରାର ବୈଜ୍ଞାନିକ ନାମ ହେଲା ମେମୋର୍ଡ଼ିକl ଚରେଣ୍ଟିଆ ଅଟେ l କଲରା ଭାରତ ସହିତ ଆଫ୍ରିକା ,କେରୀବିୟନ ଓ ମଧ୍ୟପୁର୍ବ ଦେଶ ଗୁଡିକରେ ଚାଷ କରାଯାଏ l କଲରାରେ ଥିବା ପୋଷାକ ତତ୍ୱ ଗୁଡିକ ହେଲା ପ୍ରୋଟିନ,କାର୍ବୋହାଇଡ୍ରେଡ଼ ,କୟାଲିସିୟମ୍,ଆଇରନ ,ଜିଙ୍କ ,ମାଙ୍ଗାନିଜ ,କପର ,ଭିଟାମିନ-ଏ ,ଫସଫରସ ,ପୋଟାସିୟମ ,ସୋଡିୟମ ଇତ୍ୟାଦି ଭରପୁର ମାତ୍ରାରେ ରହିଥାଏ l

* ମଧୁମେହ ପାଇଁ କଲରା -ମଧୁମେହ ରୋଗୀମାନେ ନିଜକୁ ସୁସ୍ଥ ରଖିବା ପାଇଁ କଲରା ଖାଇବା ନିହାତି ଆବଶ୍ୟକ l NCBI ଦ୍ୱାରା ପ୍ରକାଶିତ ସୂଚନା ଅନୁସାରେ କଲରା ଆଣ୍ଟିଡ଼ାଈବିଟିକ ଗୁଣରେ ଭରପୁର ଅଟେ l ଏକ ଅଧୟନରୁ ଜଣାପଡିଛି ଯେ କଲରା ହାଇପୋଗ୍ଲିସେମିକ ପ୍ରଭାବ ରକ୍ତରେ ପ୍ରଦର୍ଶିତ କରିଥାଏ l ମଧୁମେହ ରୋଗ ପାଇଁ ଘରୋଇ ଉପାୟରେ କଲରା ଜୁସ ନିୟମିତ ପିଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ l

* ଓଜନ କମାଇବାରେ ସାହାଯ୍ୟ କରେ -ଓଜନ କମାଇବା ପାଇଁ ମଧ୍ୟ କଲରାର ବ୍ୟବହାର କରାଯାଇ ପାରିବ l ଏକ ଅଧୟନରୁ ଜଣାପଡିଛି ଯେ କଲରାରେ ଆଣ୍ଟିଓ଼ବେସିଟି ଗୁଣ ଭରପୁର ମାତ୍ରାରେ ରହିଛି ,ତେଣୁ ଅତିରିକ୍ତ ଚର୍ବିକୁ କମ କରିବାରେ କଲରା ସହାୟକ ହୋଇଥାଏ l ତେଣୁ ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ମାନେ ତାଙ୍କ ଖାଦ୍ୟରେ ପ୍ରତେକ ଦିନ କଲରାକୁ ସାମିଲ କରିବା ଆବଶ୍ୟକ l

* ଚର୍ମକୁ ସୁସ୍ଥରଖେ କଲରା -କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ କଲରା ଚର୍ମ ପାଇଁ ମଧ୍ୟ ଅତ୍ୟନ୍ତ ଲାଭକାରୀ l NCBI ର ପ୍ରକାଶିତ ଏକ ଅଧୟନ ଅନୁସାରେ ଠେକୁଆ ମାନଙ୍କ ଉପରେ ଏକ ଗବେଷଣାରୁ ଜଣାପଡିଛି ଯେ କଲରାରେ ଏକ ପ୍ରକାରର ଅର୍କ ଥାଏ ,ଯାହା ଘାକୁ ଶୁଖାଇବା ସହିତ ବିଭିନ୍ନ ପ୍ରକାର ଚର୍ମ ସଂକ୍ରମଣକୁ ଠିକ କରିଥାଏ l ତେଣୁ କଲରା ରସକୁ ଚର୍ମ ସଂକ୍ରମଣ ପାଇଁ ମଧ୍ୟ ବ୍ୟବହାର କରାଯାଇ  ପାରିବ l

* କ୍ୟାନ୍ସର ପାଇଁ ହିତକର -କଲରାର ଔଷଧୀୟ ଗୁଣ କଥା ଯଦି କହିବା ତେବେ କ୍ୟାନ୍ସର ଭଳି ମାରାତ୍ମକ ରୋଗର ପ୍ରଭାବରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ l ଏକ ଗବେଷଣାରୁ ଜଣାପଡିଛି ଯେ କଲରାରେ କ୍ୟାନ୍ସର ପ୍ରୋଟେକ୍ସନ ଗୁଣ ରହିଛି l ଆୟୁର୍ବେଦ ଅନୁସାରେ କଲରାର ବ୍ୟବହାର କ୍ୟାନ୍ସର ଭଳି ରୋଗରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ l କଲରା କ୍ୟାନ୍ସର କୋଷିକା ଗୁଡିକୁ ତିଆରି ହେବାକୁ ବାଧା ସୃଷ୍ଟି କରେ l କଲରା ପ୍ରୋଷ୍ଟେଟ କ୍ୟାନ୍ସର ଓ ପେଟ କ୍ୟାନ୍ସରରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ l ପାଠକ ମାନେ ଏହି କଥାର ଧ୍ୟାନ ରଖନ୍ତୁ ଯେ କ୍ୟାନ୍ସର ଭଳି ମାରାତ୍ମକ ରୋଗ ପାଇଁ କଲରା ଖାଇ ନିଜକୁ ସୁସ୍ଥ କରିବାକୁ ଚେଷ୍ଟା କରନ୍ତୁ ନାହିଁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ l

* ଆଖିକୁ ସୁସ୍ଥ ରଖେ କଲରା -କଲରା ଆଖିକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ l କାରଣ କର୍ଣ୍ଣାଟକର ମୁଦିଗରେ କଲେଜ ଅଫ ହଟିକଲଚରର ଏକ ରିସର୍ଚ ସାମ୍ନାକୁ ଆସିଛି l ଏଥିରେ କୁହାଯାଇଛି ଯେ କଲରାରେ ଥିବା ବିଟା କେରୋଟିନ ଆଖିର ରୋଗକୁ ଠିକ କରିବାରେ ସାହାଯ୍ୟ କରିଥାଏ ,ଏଥି ସହିତ ଆଖିର ଦୃଷ୍ଟି ଶକ୍ତି ମଧ୍ୟ ବଢ଼ାଇଥାଏ l

Leave A Reply