Odisha news

ମଦ ପାଇଁ ବ୍ୟବହାର ହେଉଥିବା “ମହୁଲ “ହେଉଛି ଆୟୁର୍ବେଦର ଗନ୍ତାଘର ,ଭୟଙ୍କର ରୋଗକୁ ମଧ୍ୟ ବିନାଶ କରିଥାଏ

ଓସ୍ତ ଗଛ ଭଳି ଅକ୍ସିଜେନ ଦେଇଥାଏ ମହୁଲ l ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ,ଦେଶୀ ମଦ ପ୍ରସ୍ତୁତ ହୋଇଥାଏ ମହୁଲରୁ l ମହୁଲ ଗଛର ପ୍ରତେକ ଅଂଶ ରେ ଭରି ରହିଛି ଔଷଧୀୟ ଗୁଣ l ଆପଣ ଲକ୍ଷ କରିଥିବେ ଯେ ଲୋକମାନେ ମହୁଲ ପୀଇବା ପରେ କିଭଳି ଭାବରେ ଅଧିକ କଥା କହିବାକୁ ଆରମ୍ଭ କରି ଥାଆନ୍ତି ଓ ଓଲଟା ସିଧା କାର୍ଯ୍ୟକଳାପ କରିବାକୁ ଆରମ୍ଭ କରି ଦେଇଥାଆନ୍ତି l ମହୁଲ ର ବୈଜ୍ଞାନିକ ନାମ ହେଉଛି ମଧୁକା ଲଙ୍ଗିପହଲିଆ l ମଦ ପାଇଁ ବ୍ୟବହାର ହେଉଥିବା ମହୁଲ ରେ ରହିଛି ଅଦ୍ଭୁତ ଲାଭ l

* ମହୁଲ ଫୁଲ ରୁ ଦେଶୀ ମଦ ପ୍ରସ୍ତୁତ ହୋଇଥାଏ l ଏହାର ଫଳରୁ ତେଲ ପ୍ରସ୍ତୁତ କରାଯାଏ l ଏହି ତେଲ ଖାଇବା ସହିତ ଦେହରେ ଲଗାଇବା ପାଇଁ ମଧ୍ୟ ବ୍ୟବହାର କରାଯାଏ l

* ଦାନ୍ତର ସମସ୍ୟା ପାଇଁ ଆପଣ ମହୁଲ ଛେଲିର ବ୍ୟବହାର କରିପାରିବେ l ଆପଣ ମହୁଲ ଛେଲିକୁ ବାଟି ତାହାକୁ ପାଣିରେ ଫୁଟାଇ କୁଲି କରିବା ଦ୍ୱାରା ଦାନ୍ତ ସହିତ ମୁଖ ଗହ୍ୱରର ସମସ୍ୟା ମଧ୍ୟ ଠିକ ହୋଇଥାଏ l

* ଯେଉଁ ବ୍ୟକ୍ତି ମାନଙ୍କ ଶରୀରରେ ଥଣ୍ଡା ରହିବା ସହିତ କଫ ସମସ୍ୟା ଦେଖା ଦେଉଛି ସେମାନେ ମହୁଲ ଛେଳିରେ କାଢ଼ ପ୍ରସ୍ତୁତ କରି ପିଇବା ଦ୍ୱାରା ଥଣ୍ଡା ଓ କଫରୁ ଆରମ୍ ପାଇବେ l

* ଯେତେବେଳେ ଛୋଟ ଛୁଆ ଙ୍କ ପେଟରେ କୃମି ସମସ୍ୟା ଦେଖା ଦେଇଥାଏ ସେତେବେଳେ ମହୁଲ ଛେଲିର କାଢ଼l  ଦିଅନ୍ତୁ ଓ ମହୁଲ ଫୁଲରେ ରୁଟି ପ୍ରସ୍ତୁତ କରି ଖୁଆନ୍ତୁ ଲାଭ ମିଳିବ l

* ମଧୁମେହ ରୋଗୀ ମାନଙ୍କ ପାଇଁ ମହୁଲ ଅମୃତ ସମାନ ,ମଧୁମେହ ରୋଗୀମାନେ ପ୍ରତେକଦିନ ମହୁଲ ଛେଲିର ପାଣିକୁ ପିଇବା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ l

* ମହୁଲ ପତ୍ରର ବ୍ୟବହାର ଗ୍ରୀଷ୍ମ ଋତୁରେ କରାଯାଇ ଥାଏ l  ବିଭିନ୍ନ ପ୍ରକାରର ଚର୍ମ ସଂକ୍ରମଣରୁ ମହୁଲ ପତ୍ର ରକ୍ଷା କରିଥାଏ l

* ମହୁଲ ଫୁଲ ଖୁବ ପୌଷ୍ଟିକ ଅଟେ l ସେଥିପାଇଁ ଆପଣ ଶୁଖିଲା ମହୁଲ ଫୁଲ ଗୁଣ୍ଡକୁ ଘିଅ ରେ ମିଶାଇ ଖାଇପାରିବେ l ମୁଣ୍ଡ ବିନ୍ଧା ,ଆଖି ପୋଡା ,ଭଳି ସମସ୍ୟାରୁ ରକ୍ଷା ପାଇପାରିବେ l ଶିରା ପ୍ରଶୀରାକୁ ମଧ୍ୟ ମହୁଲ ଫୁଲ ଠିକ କରିଥାଏ l

Nalco

Comments are closed.