ନ୍ୟୁ ଏଡିଥ କୋବନ ବିଶ୍ୱବିଦ୍ୟାଳୟର ଗବେଷଣା ରୁ ଜଣାପଡିଛି ପ୍ରତେକଦିନ କେବଳ ଗୋଟିଏ କପ ନାଇଟ୍ରେଡ଼ ଯୁକ୍ତ ପନିପରିବା ଖାଉଥିବା ଲୋକମାନେ ହୃଦ ରୋଗର ବିପଦରୁ ନିଜକୁ ଅନେକ ମାତ୍ରାରେ ଦୁରେଇ ରଖିପାରିବେ l
ଗବେଷଣାରୁ ଜଣାପଡିଛି ପ୍ରତେକ ଦିନ ଯେପରିକି ଶାଗ ,ବିଟ ରୁଟ ଇତ୍ୟାଦି ଲୋକମାନଙ୍କ ନିକଟରେ ରକ୍ତଚାପ ଜନିତ ସମସ୍ୟା ଅଧିକ ମାତ୍ରାରେ ଦେଖା ଦେଇଥାଏ l ତା ସହିତ ସେମାନଙ୍କ ନିକଟରେ ହୃଦରୋଗ ସମସ୍ୟା ମଧ୍ୟ କମ ଦେଖା ଦେଇଥାଏ l
କଣ ଜଣାପଡିଲା ଅଧ୍ୟୟନ ରୁ –
ହୃଦଗତ ସମସ୍ୟା କିମ୍ବା କାର୍ଡିଓଲୋଜି ସମସ୍ୟା ଦ୍ୱାରା ବିଶ୍ୱରେ ଅଧିକ ଲୋକ ମୃତ୍ୟୁ ବରଣ କରିଥାଆନ୍ତି l ଏହା ପ୍ରତେକବର୍ଷ ପ୍ରାୟ ୧୭ .୯ ମିଲିୟନ ଲୋକଙ୍କର ମୃତ୍ୟୁ ହୋଇଥାଏ l ଏହି ଗବେଷଣାରେ ବିଭିନ୍ନ ଦେଶର ୨୩ ବର୍ଷୀୟ ଅଧିକାଂଶ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିରୀକ୍ଷଣ କରା ଯାଇଥିଲା l ଯେଉଁଥିରେ ଦେଖିବାକୁ ମିଳିଥିଲା ଯେଉଁମାନେ ଅଧିକ ସବୁଜ ପନିପରିବା ଖାଉଛନ୍ତି ସେମାନଙ୍କ ନିକଟରେ କାର୍ଡିଓଲୋଜି ସମସ୍ୟା କମ ଦେଖିବାକୁ ମିଳିଥିଲା l
ଗବେଷକ ମାନଙ୍କ ମତରେ –
ପ୍ରତେକ ଦିନ ଶାଗ ଓ ବିଟ ରୁଟ ଭଳି ପରିବା ଖାଇବା ଦ୍ୱାରା ହୃଦଗତ ସମସ୍ୟା ଦୂର ହୋଇଥାଏ l ଯେ କୌଣସି ଶାଗ ଜାତୀୟ ପରିବାକୁ ଶାଗ ଭଳି ଖାଇବା ଶରୀର ପକ୍ଷରେ ହିତକର l କିନ୍ତୁ ତାର ରସ ଶରୀରକୁ ସେତିକି ଲାଭ ଦେଇ ନଥାଏ l ଯେ କୌଣସି ଜୁସ କୁ ଛାଣି ପିଇବା ଦ୍ୱାରା ସେଥିରୁ ଫାଇବର ଅଂଶ ନଷ୍ଟ ହୋଇ ଯାଇଥାଏ l ଯାହା ଆମ ଶରୀର ପାଇଁ ଠିକ ନୁହେଁ l ତେଣୁ ପ୍ରତେକ ଜୁସ କୁ ନ ଛାଣି ପିଇବା ଆବଶ୍ୟକ l ସମସ୍ତ ଖାଦ୍ୟ ପଦାର୍ଥ ଶରୀର ସହିତ ତ୍ୱଚା ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ l ତେଣୁ ଆମେ ଯାହା କିଛି ବି ଖାଉଛୁ ତାକୁ ସଠିକ ଭାବରେ ଖାଇବା ଆବଶ୍ୟକ l

Comments are closed.