Odisha news

ଭିଟାମିନ-ସି ଓ ଅନେକ ଗୁଡିଏ ପୋଷକତତ୍ୱରେ ଭରପୁର କଞ୍ଚାଲଙ୍କା

0

କଞ୍ଚାଲଙ୍କା ବିନା ବ୍ୟଞ୍ଜନ ସ୍ଵାଦହୀନ l କଞ୍ଚାଲଙ୍କା ନିଜର ଗୁଣ ଯୋଗୁ ସବୁ ତରକାରୀର ସ୍ୱାଦ ବଢାଇବାରେ ସାହାଯ୍ୟ କରିଥାଏ l କଞ୍ଚାଲଙ୍କାର ମହତ୍ୱ କେବଳ ରାଗ ଯୋଗୁ ସୀମିତ ନୁହେଁ ,ବୈଜ୍ଞାନିକ ଗବେଷଣାରେ କଞ୍ଚାଲଙ୍କା ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଜଣ ପଡିଛି l କଞ୍ଚାଲଙ୍କାରେ ବିଭିନ୍ନ ପ୍ରକାର ପୋଷାକ ତତ୍ୱ ଭରିହୋଇ ରହିଛି ,ଯେପରିକି ଭିଟାମିନ-ଏ ,ବି ୬ ,ସି ,ଆଇରନ ,କପର ,ପୋଟାସିୟମ ,ପ୍ରୋଟିନ ଓ କାର୍ବୋହାଇଡ୍ରେଡ଼ ଭରପୁର ମାତ୍ରାରେ ରହିଛି l

* ହୃତପିଣ୍ଡ କୁ ସୁସ୍ଥ ରଖେ -ହୃତପିଣ୍ଡକୁ ସୁସ୍ଥ ରଖିବା ପାଇଁ କଞ୍ଚାଲଙ୍କା ଅତ୍ୟନ୍ତ ଲାଭକାରୀ l କଞ୍ଚାଲଙ୍କାର ତୀଖାପଣ କୋଲେଷ୍ଟ୍ରଲର ସ୍ତରକୁ ଓ ପେଟଲେଟସକୁ ଜମିବାରେ ନିୟନ୍ତ୍ରଣ କରିବା ସହିତ ହୃଦୟକୁ ସୁସ୍ଥ ରଖିଥାଏ l NCBI ଦ୍ୱରା ହୋଇଥିବା ଏକ ଅଧ୍ୟୟନରୁ କଞ୍ଚାଲଙ୍କା ଖାଉଥିବା ବ୍ୟକ୍ତି ମାନଙ୍କ ପାଖରେ ହୃଦଘାତ ସମ୍ବଧୀୟ ରୋଗ କମ ଦେଖିବାକୁ ମିଳିଛି l ତେଣୁ NCBI ଅଧକ୍ଷ ମାନଙ୍କ ଦ୍ୱାରା ସୂଚନା ଦିଆଯାଇଛି ଯେ କଞ୍ଚାଲଙ୍କା ନିଜ ଖାଦ୍ୟରେ ପ୍ରତେକ ଦିନ ଖାଇବା ଆବଶ୍ୟକ l

* ରୋଗ ପ୍ରତିରୋଧକ ଶକ୍ତି ବଢାଏ -କଞ୍ଚାଲଙ୍କାରୁ ଗୋଟିଏ ମହତ୍ୱ ପୂର୍ଣ୍ଣ ଲାଭ ମିଳିଥାଏ ଯେ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ l ଏକ ଗବେଷଣାରୁ ଜଣ ପଡିଛି ଯେ କଞ୍ଚାଲଙ୍କାରେ ଇମ୍ୟୁନ ସିଷ୍ଟମକୁ ବୁଷ୍ଟ କରିବାରେ କ୍ଷମତା ରହିଛି l କଞ୍ଚାଲଙ୍କାରେ ଭିଟାମିନ-ସି ସହିତ ଭିଟାମିନ-ଏ ରହିଥିବା ହେତୁ ପ୍ରତିରୋଧକ କ୍ଷମତା ସୁଦୃଢ ହୋଇଥାଏ ଓ ଶରୀରକୁ ବିଭିନ୍ନ ସଂକ୍ରମଣରୁ ଦୁରେଇ ରଖିଥାଏ  l

* ରକ୍ତ ଚାପକୁ ନିୟନ୍ତ୍ରଣ କରେ – ଉଚ ରକ୍ତଚାପ ଦ୍ୱାରା ଅଧିକାଂଶ ବ୍ୟକ୍ତି ସର୍ବଦା କଷ୍ଟ ପାଇଥାନ୍ତି l କଞ୍ଚାଲଙ୍କା ଉଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ l କଞ୍ଚାଲଙ୍କା ମଣିଷ ଶରୀରର କୋଷିକା ଗୁଡିକରେ ଲିପିଡ଼ କେଟlବଲିଯିମକୁ ବଢାଇବାରେ ସାହାଯ୍ୟ କରିଥାଏ ,ତେଣୁ କଞ୍ଚାଲଙ୍କା ଖାଇବା ଦ୍ୱାରା ଉଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ l

* ଚକ୍ଷୁର ଦୃଷ୍ଟିଶକ୍ତି ବଢ଼ିଥାଏ -ଚକ୍ଷୁକୁ ସୁସ୍ଥ ରଖିବା ପାଇଁ ଭିଟାମିନ ଓ ବିଭିନ୍ନ ଖଣିଜ ତତ୍ତ୍ୱରେ ଭରପୁର ଖାଦ୍ୟପଦାର୍ଥ ସେବନ କରିବା ଆବଶ୍ୟକ l ଆଖି ପାଇଁ ଭିଟାମିନ-ଏ ,ଭିଟାମିନ-ସି ଓ ଭିଟାମିନ-ଇ ସହିତ ଆଣ୍ଟିଆକ୍ସିଡେଣ୍ଟ ଭାବରେ କଞ୍ଚାଲଙ୍କା କାମ କରିଥାଏ l ଏକ ଗବେଷଣାରୁ ଜଣ ପଡିଛି ଯେ ଆଣ୍ଟିଅକ୍ସିଡେଣ୍ଟ ଆଖିର ସୁକ୍ମ କୋଷିକା ଗୁଡିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l କଞ୍ଚାଲଙ୍କାରେ ଏହି ସମସ୍ତ ପୋଷାକ ତତ୍ୱ ଭରିହୋଇ ରହିଛି ତେଣୁ କଞ୍ଚାଲଙ୍କା ଖାଇବା ସ୍ୱାସ୍ଥ୍ୟ ପକ୍ଷ ହିତକର l

* ଜୀବାଣୁ ସଂକ୍ରମଣରୁ ଦୁରେଇ ରଖେ – କଞ୍ଚାଲଙ୍କା ଭୀତମୀ-ସି ଓ ଭିଟାମିନ-ଏ ଭଳି ଆଣ୍ଟିଆକ୍ସିଡେଣ୍ଟରେ ସମୃଦ୍ଧ ଅଟେ l ଯାହା ଶରୀରକୁ ଜୀବାଣୁ ସଂକ୍ରମଣ ପ୍ରଭାବରୁ ମୁକ୍ତ ରଖିବାରେ ସାହାଯ୍ୟ କରିଥାଏ l ଏକ ଗବେଷଣାରୁ ଜଣl ଯାଇଛି ଯେ କଞ୍ଚାଲଙ୍କାରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି ,ଯାହା ପେଟକୁ ଅଲସର ହେବାରୁ ଦୁରେଇ ରଖିଥାଏ l ଏହା ସହିତ କଞ୍ଚାଲଙ୍କା ଦୀର୍ଘ ସମୟ ଧରି ଖାଇବା ଦ୍ୱାରା ପେଟରେ କୃମି ହୋଇନଥାଏ l

Leave A Reply