ବର୍ତ୍ତମାନ ଭାରତରେ କରୋନା ସଂକ୍ରମଣ ଖୁବ ଖରାପ ସମୟ ଦେଇ ଗତି କରୁଛି l ଅଧିକ ସଂଖ୍ୟାରେ ଲୋକମାନେ କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି l ପ୍ରାୟତଃ ଡାକ୍ତର ଲୋକଙ୍କୁ ଘରେ ହୋମ ଆଇସୋଲେସନ ରେ ରହିବାକୁ ପରାମର୍ଶ ଦେଉଛନ୍ତି l ଖାସ କରି ଏହି ସମୟରେ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ l ଯାହାଦ୍ୱାରା ଆପଣ ଶୀଘ୍ର ସୁସ୍ଥ ହୋଇପାରିବେ l ଆସନ୍ତୁ ଜାଣିବା କିଭଳି ଖାଦ୍ୟ ଖାଇବା ଉଚିତ l
* ପ୍ରୋଟିନ ଯୁକ୍ତ ଖାଦ୍ୟ – କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଓ ଶରୀର କୁ ଆଉଥରେ ମଜବୁତ କରିବା ପାଇଁ ପ୍ରୋଟିନ ଖୁବ ଆବଶ୍ୟକ l ସେଥିପାଇଁ ଡାଲି ,ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ l ଯଦି ଆପଣ ମାଂସାହାରୀ ଅଟନ୍ତି ତେବେ ଅଣ୍ଡା ,ଚିକେନ ,ମାଛ ଇତ୍ୟାଦି ଖାଇବା ଆବଶ୍ୟକ l ନିଜର ଦୈନନ୍ଦିନ ଖାଦ୍ୟରେ ପ୍ରୋଟିନ ସାମିଲ କରନ୍ତୁ l
* କରୋନା ସମୟରେ ଆମକୁ ନିଜ ଖାଦ୍ୟରେ ଫଳ ଓ ସବୁଜ ପନିପରିବା ଖାଇବା ନିହାତି ଜରୁରୀ l ଏହାଦ୍ୱାରା ଆମ ଶରୀରକୁ ଭିଟାମିନ ,ଆଣ୍ଟି ଅକ୍ସିଡେଣ୍ଟ ଓ ମିନେରାଲସ ମିଳିଥାଏ l ଯାହାଦ୍ୱାରା ଆମ ଶରୀର ଆହୁରି ଆକ୍ଟିଭ ହୋଇଯାଏ l ଶରୀର ପାଇଁ କାର୍ବୋହାଇଡ୍ରେଟ ଖୁବ ଜରୁରୀ ଅଟେ l
* କରୋନା ରୁ ସୁସ୍ଥ ହେବାପାଇଁ ଶରୀରକୁ ପୌଷ୍ଟିକ ଖାଦ୍ୟ ଆବଶ୍ୟକ l କିନ୍ତୁ ଯଦି ଏହି ଖାଦ୍ୟରେ ପ୍ରତେକ ଦିନ ଗୋଟିଏ ଚାମଚ ଦେଶୀ ଘିଅ ଖାଇବା ତେବେ ଏହା ଆମ ଶରୀରକୁ ଖୁବ ସାହାଯ୍ୟ କରିବ l ଏହାଦ୍ୱାରା ଶରୀରର ଇମ୍ୟୁନିଟି ବଢିବା ସହିତ ଶରୀରକୁ ପୋଷଣ ମଧ୍ୟ ଦେବ l କରୋନା ସଂକ୍ରମିତ ହେବା ପରେ ବ୍ୟକ୍ତିର ପାଟି ଶୁଖିଲା ରହିଥାଏ ,ସେଥିପାଇଁ ଦହି , ଘୋଳ ଦହି ସେବନ କରିବା ଆବଶ୍ୟକ l ତା ସହିତ ଦିନକୁ ପାଞ୍ଚଥର ଅଳ୍ପ ଅଳ୍ପ କରି ଖାଦ୍ୟ ଖାଇବା ଆବଶ୍ୟକ l
