Odisha news

ମଣିଷ ଶରୀର ପାଇଁ ଶକ୍ତି ବର୍ଦ୍ଧକ ଗୁଡ଼

0

pintu sahoo : ଆମ ଭାରତୀୟ ମାନେ ପ୍ରାକୃତିକ ମିଠା ଭାବରେ ଗୁଡକୁ ଗ୍ରହଣ କରନ୍ତି l ଏହା ସ୍ୱାଦ କେବଳ ମିଠା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ l ଗୁଡ଼ ପ୍ରତେକ ସ୍ଥାନରେ ସହଜରେ ମିଳିଯାଏ l ଥଣ୍ଡା ଦିନରେ ଗୁଡ଼ ଏକ ପାୱାର ବୁଷ୍ଟର ଭଳି କାମକରେ l ୧0 ଗ୍ରାମ ଗୁଡରେ ୩୮ ପ୍ରତିଶତ କ୍ୟାଲୋରୀ ରହିଥାଏ l ବିଭିନ୍ନ ପ୍ରକାର ଗୁଡ ଭାରତ ବର୍ଷରେ ସମସ୍ଥ ସ୍ଥାନରେ ଦେଖିବାକୁ ମିଳେ l ଯେପରିକି ଖଜୁରୀ ଗୁଡ,ନଡ଼ିଆରସର ଗୁଡ଼ ,ଓ ଆଖୁରସର ଗୁଡ଼ l ସବୁଠାରୁ ଅଧିଆକ ଆଖୁରସର ଗୁଡା ବ୍ୟବହାର ହୁଏ l ଗୁଡରେ ଭିଟାମିନ ଓ ମିନେରାଲସ ଭରପୁର ମାତ୍ରାରେ ରହିଛି l ଗୁଡର ଗୋଟିଏ ସ୍ୱତନ୍ତ୍ର ଗୁଣଅଛି ଯାହାକୁ ମଧୁମେହ ରୋଗୀମାନେ ଖାଇପାରିବେ l

* ଶକ୍ତି ବର୍ଦ୍ଧକ ଗୁଡ଼ -ଅଧିକ ଥକି ଯାଇଥିଲେ କିମ୍ବା ଦୁର୍ବଳ ଲାଗୁଥିଲେ ଗୁଡ଼ ଖାଇବା ଦ୍ୱାରା ଶରୀରକୁ ବଳ ପ୍ରଦାନ ହୋଇଥାଏ l ଏହା ଆମର ଶୀଘ୍ର ହଜମ ହୋଇଯାଏ ଓ ରକ୍ତରେ ସର୍କରାକୁ ବଢିବାକୁ ଦିଏନାହିଁ l ଉତର ଭାରତର ଲୋକମାନେ ଗ୍ରୀଷ୍ମ ଋତୁରେ ଗୁଡ଼କୁ ତାଙ୍କର ପ୍ରତିଦିନ ଆହାରରେ ସାମିଲ କରନ୍ତି l କାରଣ ଗୁଡ଼ଦ୍ୱାରା  ତାଙ୍କ ଶରୀରକୁ ବଳ ମିଳିଥାଏ l

* ହାଡ଼କୁ ମାଝବୁତ କରେ -ଯଦି ଆପଣ ଆଣ୍ଠୁଗଣ୍ଠି ବିନ୍ଧାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଗୁଡ଼ ଆପଣଙ୍କ ପାଇଁ ଲାଭକାରୀ l ଗୁଡରେ ଥିବା କ୍ୟାଲସିୟମ ଓ ଫସଫରସ ହାଡ଼କୁ ମାଝବୁତ କରିବାରେ ସହାୟକ ହୋଇଥାଏ l ଏହା ବ୍ୟତୀତ ପ୍ରତେକ ଦିନ ଗୁଡ଼ ସହିତ ଖଣ୍ଡିଏ ଅଦା ଖାଇଲେ ଗଣ୍ଠିବିନ୍ଧା ସମସ୍ୟା ଦୂର ହୁଏ l  ବୟସ୍କ ଲୋକମାନେ ଥଣ୍ଡା ଦିନରେ ଗୁଡ ଖାଇବା ଆବଶ୍ୟକ ,କାରଣ ଥଣ୍ଡା ଦିନରେ ସେମାନଙ୍କ ପାଖରେ ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଦେଇଥାଏ l

* ଥଣ୍ଡାକାଶକୁ ଠିକ କରେ – ଥଣ୍ଡା କାଶରେ ଯନ୍ତ୍ରଣା ପାଉଥିବା ସମୟରେ ଗୁଡ଼କୁ ଗରମ କରି ଖାଇଲେ ବହୁତ ଆରାମ ମିଳିଥାଏ ,କିମ୍ବା ଗୁଡରେ ତିଆରି ଚା ପିଇବା ଦ୍ୱାରା ଥଣ୍ଡା ଓ କାଶ ଦୂରହୁଏ l ବେଳେବେଳେ ଥଣ୍ଡାରୁ ତଣ୍ଟି ବସିଯାଏ ଏହି ସମସ୍ୟାର ସମାଧାନ ପାଇଁ ଚାରିଟି ଗୋଲମରିଚକୁ ୫0 ଗ୍ରାମ ଗୁଡରେ ଚୋବାଇ ଖାଇ  ଉଷୁମ ପାଣି ପିଇବା ଦ୍ୱାରା ଏହି ସମସ୍ୟା ଠିକ ହୋଇଯାଏ l

* ରକ୍ତ ହୀନତାକୁ ଦୁରକରେ -ଏମିତି ଅନେକ ଗୁଡିଏ ଜିନିଷ ଅଛି ଯାହାକୁ ଖାଇଲେ ରକ୍ତହୀନତା ଦୂର ହୋଇଥାଏ,ସେଥି ମଧ୍ୟରୁ ଗୁଡ଼ ଗୋଟିଏ l ଗୁଡରେ ଅଧିକ ପରିମାଣରେ ଆଇରନ ମିଳେ l ଆନିମିଆ ରୋଗରେ ଶିକାର ହେଉଥିବା ଲୋକମାନେ ଚିନି ବଦଳରେ ଗୁଡ଼ ଖାଇବା ଆବଶ୍ୟକ l ଖାସ କରି ମହିଳାମନେ ପ୍ରତେକ ଦିନ ଗୁଡକୁ ତାଙ୍କ ଖାଦ୍ୟର ସାମିଲ କରିବା ଉଚିତ l

* ଶ୍ୱାସ ରୋଗପାଇଁ ଗୁଡ଼ ଲାଭଦାୟକ -ଶ୍ୱାସ ରୋଗୀମାନେ ଜାଣିରଖିବା ଉଚିତ ଯେ ଚିନି ବଦଳରେ ଗୁଡ଼ ସେମାନଙ୍କ ପାଇଁ ହିତକର l ଗୁଡ଼ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ l ଏଥିରେ ଆଣ୍ଟିଆଲର୍ଜିକ ଗୁଣ ଅଛି ଯାହାଦ୍ୱାରା ଶ୍ୱାସ ରୋଗୀମାନେ  ଉପଶମ ପାଇଥାନ୍ତି l

Nalco

Leave A Reply