Odisha news

ସକାଳୁ ଖାଲିପେଟରେ ଖାଆନ୍ତୁ ବତୁରା ଚଣାବୁଟ ବ୍ଲଡ଼ ସୁଗାର ପାଇଁ ରାମବାଣ

0

ସକାଳୁ ଖାଲି ପେଟରେ ପାଣିରେ ବତୁରା ହୋଇଥିବା ଚଣାବୁଟ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର l ଯଦି ଆପଣ ସକାଳେ ଚଣାବୁଟ ଖାଆନ୍ତି ତେବେ ଆପଣ ବିଭିନ୍ନ ପ୍ରକାର ଶାରୀରିକ କଷ୍ଟରୁ ଦୁରେଇ ରହିବେ l ଗୋଟିଏ ମୁଠା ବତୁରା ଚଣାବୁଟ ଆପଣଙ୍କ ଶରୀରର ବିଭିନ୍ନ ପ୍ରକାରର ଛୋଟଛୋଟ ରୋଗକୁ ଦୁରାଇ ଦେବ l ଏହି ଚଣାବୁଟ ବିଭିନ୍ନ ପ୍ରକାରର ଭିଟାମିନରେ ଭରପୁର ଅଟେ ,ତା ସହିତ ଚଣାବୁଟରେ ପ୍ରୋଟିନ ,କାର୍ବୋହାଇଡ୍ରେଟ ,କ୍ୟାଲସିୟମ ,ଆଇରନ ଇତ୍ୟାଦି ଅଛି l କଳା ଚଣାବୁଟ ଆମର ଇମ୍ୟୁନ ସିଷ୍ଟମକୁ ମାଝବୁତ କରିଥାଏ l

* ସକାଳୁ ଖାଲି ପେଟାରେ ବତୁରା ହୋଇଥିବା ଚଣାବୁଟ ଖାଇଲେ ଇମ୍ୟୁନ ସିଷ୍ଟମ ସୁସ୍ଥ ରୁହେ l ଶରୀରକୁ ସବୁଠାରୁ ଅଧିକା ପୋଷକ ତତ୍ୱ ବତୁରା ହୋଇଥିବା କଳା ଚଣାବୁଟରୁ ମିଳିଥାଏ l ଚଣାବୁଟରେ ଭିଟାମିନ ବ୍ୟତୀତ କ୍ଲୋରୋଫିଲ ଓ ଫସଫରସ ସହିତ ମିନେରାଲସ ଥିବାରୁ ଶରୀରର ଇମ୍ୟୁନିଟି ସିଷ୍ଟମକୁ ଠିକ ରଖିବା ସହିତ ରୋଗକୁ ଦୁରେଇ ରଖିଥାଏ  l

* ପେଟର ସମାସ୍ୟା ପାଇଁ ଆମେମାନେ ଅଧିକ ରୋଗଗ୍ରସ୍ଥ ହୋଇଯାଉ ,ଯେପରିକି ପେଟ ଯନ୍ତ୍ରଣା ,କୋଷ୍ଠକାଠିନ୍ୟ ଓ ଗ୍ୟାସ ଇତ୍ୟାଦି l ଏହିସବୁ ସମସ୍ୟାକୁ ଦୂର କରିବା ପାଇଁ ବତୁରା ହୋଇଥିବା ଚଣାବୁଟରେ ଲୁଣ ଓ ଅଦା ମିଶାଇ ଖାଇଲେ ଲାଭ ମିଳିଥାଏ l

* ଆଜିକାଲି ସମସ୍ତଙ୍କ ପାଖରେ ମଧୁମେହ ରୋଗ ଦେଖାଦେବ ଏକ ସାଧାରଣ ସମସ୍ୟା ହୋଇଯାଇଛି l ଯଦି ଆମେ ସକାଳୁ ଖାଲି ପେଟରେ ଚଣାବୁଟ ଖାଇବା ତେବେ ଏହା ମଧୁମେହ କୁ ନିୟନ୍ତ୍ରଣ କରିବ l ବ୍ଲଡ଼ ସୁଗାର ପାଇଁ ବତୁରା ଚଣାବୁଟ ରାମବାଣ ଅଟେ l

* ବେଳେବେଳେ ଆମେମାନେ ଛୋଟଛୋଟ କାମରେ ଥକି ଯାଇଥାଉ l ବତୁରା ଚଣାବୁଟ ଦ୍ୱାରା ଆମ ଶରୀରକୁ ଷ୍ଟାମିନା ମିଳିଥାଏ l ଚଣାବୁଟରେ ଲେମ୍ବୁ ,ଲୁଣ ,ଅଦା ଓ ଗୋଲମରିଚ ଗୁଣ୍ଡ ପକାଇ ସକାଳୁ ଖାଇଲେ ଏହି ସମସ୍ୟା ଦୂରହେବ ଓ ସତେଜ ଲାଗିବ l

* ଖାଲି ପେଟରେ ବତୁରା ଚଣାବୁଟ ଖାଇଲେ ମୋଟାପଣ କମିଥାଏ l ବତୁରା ଚଣାବୁଟକୁ ଲେମ୍ବୁ ସହିତ ଖାଇଲେ ଅଧିକ ଲାଭ ମିଳେ ଓ ଓଜନ ନିୟନ୍ତ୍ରଣ କରେ

Leave A Reply